ହାଇଦ୍ରାବାଦ: ସାଧାରଣତଃ ଅଣ୍ଡା ଅଧିକାଂଶ ଲୋକଙ୍କ ପାଇଁ ଏକ ଦୈନନ୍ଦିନ ଖାଦ୍ୟ । କିଛି ଲୋକ ଅଣ୍ଡାକୁ ଶାକାହାରୀ ଭାବି ଖାଉଥିବାବେଳେ ଆଉ କିଛି ଆମିଷ ଭାବି ଖାଆନ୍ତି । ଅଣ୍ଡା ପ୍ରୋଟିନର ଏକ ଭଲ ଉତ୍ସ ହୋଇଥିବାରୁ, ଜିମ୍ କରୁଥିବା ଲୋକଙ୍କର ଏହା ପ୍ରଥମ ପସନ୍ଦ । ହେଲେ ଅଣ୍ଡାର ହଳଦିଆ ଭାଗ ବା କେଶରକୁ ନେଇ ଅନେକ ଯୁକ୍ତି ହୋଇଥାଏ । କେହି ଏହାକୁ ଶରୀରର ପାଇଁ ଲାଭଦାୟକ କହୁଥିବା ବେଳେ ଆଉ କେହି ହାନିକାରକ କହିଥାନ୍ତି । ତେଣୁ ଅଣ୍ଡା କେଶର ଖାଇବା ଉଚିତ୍ କି ନୁହେଁ, ତାକୁ ନେଇ ଲୋକମାନେ ଦ୍ବନ୍ଦରେ ରହିଥାନ୍ତି । ସେହିପରି ଦିନକୁ କେତେ ଅଣ୍ଡା ଖାଇବା ଠିକ୍ ? ପ୍ରତିଦିନ ଦୁଇରୁ ଅଧିକ ଅଣ୍ଡା ଖାଇଲେ ଶରୀରର କିଛି କ୍ଷତି ହେବ କି ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଥାଏ ।
କାହିଁକି ଅଣ୍ଡା ଖାଇବେ ?
ଗୋଟିଏ ଅଣ୍ଡାରୁ 6 ଗ୍ରାମ ପ୍ରୋଟିନ ମିଳେ । ଏଥିସହ ଏଥିରେ ଭିଟାମିନ-ଏ, ଭିଟାମିନ-ଇ, ଭିଟାମିନ B12 ଓ ଭିଟାମିନ B9 ରହିଥାଏ । ଭିଟାମିନ-ଏ ଦୃଷ୍ଟିଶକ୍ତି ବଢାଏ । ଭିଟାମିନ B12 ଆପଣଙ୍କ ସ୍ନାୟୁକୋଷ ଓ ରକ୍ତକୋଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଭିଟାମିନ-ଇ ଆଣ୍ଟିଅକ୍ଟିଡାଣ୍ଟ ଭାବେ କାମ କରେ । ଭିଟାମିନ B9 ନୂତନ ରକ୍ତ କୋଷିକା ତିଆରି କରିବାରେ ସାହାଯ୍ୟ କରେ । ଏଥିସହ ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ଅଭିବୃଦ୍ଧିରେ ସହାୟକ ହୁଏ ।
ହାଇଦ୍ରାବାଦ ଆପୋଲୋ ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡ. ସୁଧୀର କୁମାର କହିଛନ୍ତି, ଅଣ୍ଡାରେ ପ୍ରଚୁର ପ୍ରୋଟିନ ଥାଏ । କିନ୍ତୁ କିଛି ଲୋକଙ୍କ ମନରେ ଡର ରହିଥାଏ କି, କେଶର ଖାଇବା ଦ୍ବାରା ତାଙ୍କର କୋଲେଷ୍ଟ୍ରୋଲ ବଢିଯିବ । ହେଲେ ଏହା ଠିକ୍ ନୁହେଁ । ଅଣ୍ଡାରେ କୋଲେଷ୍ଟ୍ରୋଲ ରହିଛି, ହେଲେ ଏହା ଡାଇଟ୍ରି କୋଲେଷ୍ଟ୍ରୋଲ, ଯାହା ବ୍ଲଡ କୋଲେଷ୍ଟ୍ରୋଲ ବଢାଏ ନାହିଁ ।
ସବୁଦିନ ଅଣ୍ଡା ଖାଇବା ଦେହ ପାଇଁ ଭଲ କି ?