ହାଇଦ୍ରାବାଦ:ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ । ଏହି ରଙ୍ଗୀନ ପର୍ବ ମନକୁ ଆନନ୍ଦ ଏବଂ ଉତ୍ସାହିତ କରିଥାଏ କିନ୍ତୁ ଅନେକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଲୋକମାନେ ହୋଲିରେ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରିଥାଆନ୍ତି । ତେବେ ସେଥିମଧ୍ୟରୁ କେତେକ ରଙ୍ଗରେ ରାସାୟନିକ ପଦାର୍ଥ ବ୍ୟବହାର ହୋଇଥିବା କାରଣରୁ ଏହା କେଶ ଏବଂ ଚର୍ମ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । ବିଶେଷ କରି ଏହାର ପ୍ରଭାବ କେଶ ଉପରେ ପଡିଥାଏ । ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଥାଏ ।
ଉତ୍ତରାଖଣ୍ଡର ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଆଶା ସକଲାନି କହିଛନ୍ତି, "ହୋଲିରେ ଲୋକେ ଅନେକ ପ୍ରକାର ରଙ୍ଗ ବ୍ୟବହାର କରିଥାଆନ୍ତି । ଅନେକ ରାସାୟନିକ ପଦାର୍ଥର ବ୍ୟବହାର କାରଣରୁ ସୁଗନ୍ଧ ବୃଦ୍ଧି ପାଇଥାଏ । ଏହାର ମୂଲ୍ୟ ମଧ୍ୟ କମ ରହିଥିବା କାରଣରୁ ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ । ଏଭଲି ରଙ୍ଗ ଚର୍ମ ଏବଂ କେଶ ପାଇଁ ବହୁତ କ୍ଷତି କରିଥାଏ ।" ସୁସ୍ଥ ଚର୍ମ ଏବଂ କେଶ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ହୋଲି ରଙ୍ଗର ପ୍ରଭାବ ଦେଖାଯାଇଥାଏ । କିନ୍ତୁ ଯେଉଁମାନଙ୍କ ଚର୍ମ ଅଧିକ ସମ୍ବେଦନଶୀଳ, ହୋଲି ସମୟରେ ଏପରି ରଙ୍ଗ ସହିତ ଖେଳିବା ଦ୍ୱାରା ସଂକ୍ରମଣ କିମ୍ବା ଚର୍ମ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଘା, ବ୍ରଣ, ଚର୍ମରେ ଉତ୍ତେଜନା, କେଶ ଉପୁଡିବା ଭଳି ସମସ୍ୟା ଦେଖାଯାଇଥାଏ । ଉପି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ ।
ଡାକ୍ତରଙ୍କ କହିବା ଅନୁସାରେ, ଫୁଲ କିମ୍ବା ଜୈବିକ ପଦାର୍ଥଙ୍କୁ ଉତ୍ପାଦିତ ରଙ୍ଗ ବ୍ୟବହାର କରିବା ଜରୁରୀ ଅଟେ । କିନ୍ତୁ ବଜାରରେ ଏହା କମ ପରିମାଣରେ ମିଳିଥାଏ । ରାସାୟନିକ ପଦାର୍ଥ ରହିଥିବା ରଙ୍ଗ କେଶରେ ପ୍ରୟୋଗ କରିବା ଦ୍ବାରା କେଶ ଉପରେ ବିଶେଷ ଭାବେ ପ୍ରଭାବ ପଡିଥାଏ । କିନ୍ତୁ କେତେକ ଟିପ୍ସ ଆପଣାଇବା ଦ୍ବାରା ଏହାର ପ୍ରଭାବକୁ କମ୍ କରାଯାଇ ପାରିବ ।