ଓଡିଶା

odisha

ETV Bharat / health

ପିଅନ୍ତୁ ଭେଣ୍ଡି ପାଣି :  ପାଖ ପଶିବନି ବଡ଼ ରୋଗ ! - Benefits Of Ladies Finger Water - BENEFITS OF LADIES FINGER WATER

Benefits Of Ladies Finger Water: ଭେଣ୍ଡି ଏକ ନିରୋଗ ପରିବା । ଏଥିରେ ଅନେକ ଔଷଧୀୟ ଗୁଣଥାଏ । ହେଲେ ଭେଣ୍ଡି ଠାରୁ ଅଧିକ ଲାଭଦାୟକ ହେଉଛି ଭେଣ୍ଡି ପାଣି । ଏହା ହେଉଛି ଅନେକ ରୋଗର ରାମବାଣ । ପ୍ରତିଦିନ ସକାଳୁ ଭେଣ୍ଡି ପାଣି ପିଅନ୍ତୁ, ଦେଖିବେ ଅନେକ ସମସ୍ୟା ଆପେ ଆପେ ଆପଣଙ୍କ ଶରୀର ଛାଡ଼ି ଗାଏବ ହୋଇଯିବେ । ଆସନ୍ତୁ ଜାଣିବା ଭେଣ୍ଡି ପାଣିର ଉପକାରିତା

Benefits Of Ladies Finger Water
Benefits Of Ladies Finger Water (RKC)

By ETV Bharat Odisha Team

Published : Jun 17, 2024, 7:53 PM IST

Updated : Jun 18, 2024, 10:24 AM IST

ହାଇଦ୍ରାବାଦ:ଭେଣ୍ଡି ଏକ ଭଲ ପରିବା, ଏ କଥା ଉଣା ଅଧିକେ ସମସ୍ତଙ୍କୁ ଜଣା । ଏମିତି ବି କିଛି ଲୋକ ଏହାକୁ ଖାଇବାକୁ ବହୁତ ଭଲ ପାଆନ୍ତି । ଭେଣ୍ଡି ଶରୀର ପାଇଁ ମଧ୍ୟ ବହୁତ ହିତକାରୀ । କିନ୍ତୁ ଆପଣମାନେ ଜାଣନ୍ତି କି ? ଭେଣ୍ଡି ଠାରୁ ଅଧିକ ହିତକାରୀ ହେଉଛି ଏହାର ପାଣି । ଏଥିରେ ରହିଛି ପ୍ରଚୁର ମାତ୍ରାରେ ଔଷଧୀୟ ଗୁଣ । ବଡ ବଡ ରୋଗରୁ ବି ଛୁଟକାରା ଦିଏ ଭେଣ୍ଡି ପାଣି । ତେବେ ପ୍ରତିଦିନ ସକାଳୁ ଗୋଟିଏ ଗ୍ଲାସ୍‍ ଭେଣ୍ଡି ପାଣି ପିଇବା ଆରମ୍ଭ କରନ୍ତୁ । ଆପଣ ନିଜେ ଅନୁଭବ କରିପାରିବେ ଯେ, ଆପଣଙ୍କୁ ଶରୀରରୁ ଅନେକ ସମସ୍ୟା ଆପେ ଆପେ ଦୂର ହୋଇଯିବ । ଭେଣ୍ଡି ପାଣି ପିଇବା ଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ, ତେବେ ଆସନ୍ତୁ ଜାଣିବା ସେ ବିଷୟରେ..

Benefits Of Ladies Finger Water (RKC)

କିଭଳି ପ୍ରସ୍ତୁତ କରିବେ ଭେଣ୍ଡି ପାଣି:

  • ପ୍ରଥମେ 4ରୁ 5ଟି ସତେଜ ଭେଣ୍ଡି ନିଅନ୍ତୁ । ଏହାକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । ଯାହାଦ୍ବାରା ଭେଣ୍ଡିରେ ଲାଗିଥିବା ମଇଳା ସଫା ହୋଇଯିବ ।
  • ଭେଣ୍ଡିଗୁଡ଼ିକୁ ଧୋଇ ସାରିବା ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ ।
  • ଭେଣ୍ଡିଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟିବା ପରେ ଏହାକୁ ଏକ ଗ୍ଲାସ ପାଣିରେ ପକାନ୍ତୁ । ଏହାକୁ ଗୋଟିଏ ରାତି ପାଣିରେ ଭିଜାଇ ରଖନ୍ତୁ ।
  • ସକାଳେ ପାଣି ଗ୍ଲାସରୁ ଭେଣ୍ଡି ଗୁଡ଼ିକୁ ବାହାର କରି ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ ।

ଭେଣ୍ଡି ପାଣିର ଉପକାରିତା :

1. ଆଣ୍ଟିବାୟୋଟିକ ପ୍ରଭାବ:ଆଜିକାଲିର ଲୋକମାନଙ୍କ ପାଖରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ହୋଇ ଉଭା ହୋଇଛି । ଏବେକାର ଯୁବପୀଢ଼ି ଖୁବ କମ୍‌ ବୟସରୁ ଏହି ରୋଗର ଶୀକାର ହେଉଛନ୍ତି । ତେବେ ମଧୁମେହ ରୋଗ ପାଇଁ ଭେଣ୍ଡି ରାମବାଣ ସଦୃଶ ହୋଇଥାଏ । ମଧୁମେହ ରୋଗୀ ଭେଣ୍ଡି ଖାଇବା ଅତ୍ୟନ୍ତ ଲାଭଦାୟକ । ଖାଲି ପେଟରେ ଭେଣ୍ଡି ପାଣି ପିଇବା ଦ୍ବାରା ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭେଣ୍ଡିର ମଞ୍ଜି ଓ ଚୋପାରେ ରୋଗପ୍ରତିରୋଧକ ଶକ୍ତି ରହିଥାଏ । ଯାହା ଟାଇପ୍-୨ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସହାୟକ ହୋଇଥାଏ ।

Benefits Of Ladies Finger Water (RKC)

2. ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ :ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲୋକମାନଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥାଏ । ଖାସକରି ଗ୍ୟାସ ସମସ୍ୟା, କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟାରୁ ଭେଣ୍ଡି ପାଣି ଆରମ୍ଭ ଦେଇଥାଏ । ଭେଣ୍ଡିରେ ଥିବା ଏକ ଜେଲ ପରି ପଦାର୍ଥ ଯାହା ହଜମ ପ୍ରିକ୍ରିୟାରେ ସାହାଯ୍ୟ କଲେ । ଜର୍ଣ୍ଣାଲ ଅଫ୍‌ ଫୁଡ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭେଣ୍ଡିରେ ଥିବା ଲାଳ ଅନ୍ତନଳୀରେ ପ୍ରାକୃତିକ ଲବ୍ରିକାଣ୍ଟ ଭାବରେ କାର୍ଯ୍ୟ କରିଥାଏ । ଯାହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତିଦିଏ । ପ୍ରତିଦିନ ଭେଣ୍ଡି ପାଣି ପିଇବା ଓ ଭେଣ୍ଡିକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ହଜମ ପ୍ରିକ୍ରିୟାରେ ଦେଖାଦେଉଥିବା ସମସ୍ୟାରୁ ଆରେମ ଦେଇଥାଏ ।

Benefits Of Ladies Finger Water (RKC)

3. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି : ତେବେ ଭେଣ୍ଡି ପ୍ରଚୁର ମାତ୍ରାରେ ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଡରେ ପରିପୂର୍ଣ୍ଣ । ଭେଣ୍ଡିରେ ମୁଖ୍ୟତଃ ଭିଟାମିନ C' ଓ ଫ୍ଲାବୋନଏଟ ରହିଥାଏ, ଯାହା ଶରରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଭେଣ୍ଡିରେ ଥିବା ଆଣ୍ଟିଅକ୍ସିଡାଣ୍ଡ ଚିନ୍ତା ଓ ଅସବାଦକୁ ଦୂର କରିଥାଏ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ । ନିୟମିତ ଭେଣ୍ଡି ପାଣି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ମଦଭୁତ କରିବା ସହ ଥଣ୍ଡା ଓ ଫ୍ଲୁ ଭଳି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।

4.ହାର୍ଟକୁ ରଖେ ସୁସ୍ଥ:ମଧୁମେହ ଭଳି ହୃଦଘାତ ମଧ୍ୟ ଏକ ଜଟିଳ ସମସ୍ୟା ଭାବରେ ଉଭା ହୋଇଛି । ଆଜିକାଲିର ଯୁବପୀଢିମାନେ ମଧ୍ୟ ଖୁବ କମ୍‌ ବୟସରେ ହୃଦଘାତର ଶୀକାର ହେଉଛନ୍ତି । ତେବେ ଏହି ସମସ୍ୟା ଦୂର କରିଥାଏ ଭେଣ୍ଡି ପାଣି । ଭେଣ୍ଡିରେ ଥିବା ଫାଇବର ଶୀରରରୁ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ । ତେଣୁ ନିୟମିତ ଭେଣ୍ଡି ପାଣି ପିଇବା ଦ୍ବାରା ହାର୍ଟଆଟାକ ସହ ହୃଦୟ ସମ୍ବନ୍ଧୀୟ ରୋଗକୁ ଦୂର କରିଥାଏ ।

5. ହାଡ଼କୁ ରଖେ ମଜଭୁତ : ଆଜିର ସମୟରେ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆଣ୍ଠୁଗଣ୍ଠିରେ ସମସ୍ୟା ଦେଖାଦେଉଛି । ଭେଣ୍ଡି ପାଣି ପିଇବା ଦ୍ବାରା ଏଭଳି ସମସ୍ୟାରୁ ମୁକ୍ତି ମିଳିବା ସହ ହାଡ଼କୁ ଶକ୍ତ ରଖିଥାଏ । କାରଣ ଭେଣ୍ଡିରେ କ୍ୟଲସିୟମ, ମାଗ୍ନେସିୟମ ଓ ଭିଟାମିନ K' ଭଳି ଏନେକ ପୋଷକ ତତ୍ତ୍ବ ଥାଏ । ଭିଟାମିନ K', ହାଡକୁ ଶକ୍ତ କରିବା ସହ ଶକ୍ତି ଯୋଗାଇଥାଏ । ତେଣୁ ପ୍ରିତିଦିନ ଭେଣ୍ଡି ପାଣି ସେବନ କରିବା ଦ୍ବାରା ଶରୀରରର ହାଡ଼ ସହ ଜଡ଼ିତ ସମସ୍ୟାକୁ ଦୂର କରିବା ସହ ହାଡକୁ ମଜଭୁତ କରିଥାଏ ।

Benefits Of Ladies Finger Water (RKC)

6. ରକ୍ତହୀନତା ଦୂର କରେ:

ପ୍ରତିଦିନ ଗୋଟିଏ ଗ୍ଲାସ ଭେଣ୍ଡି ପାଣି ପିଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି ପାଇଥାଏ । ଭେଣ୍ଡିରେ ଥିବା ଲୌହ ହେମୋଗ୍ଲୋବିନ୍ ବୃଦ୍ଧି କରିଥାଏ ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ ।

Last Updated : Jun 18, 2024, 10:24 AM IST

ABOUT THE AUTHOR

...view details