ଓଡିଶା

odisha

ETV Bharat / health

ଶୀତ ଋତୁରେ ଖାଆନ୍ତୁ ରାଶି-ଗୁଡ, ରହିଛି ସ୍ବାସ୍ଥ୍ୟ ଉପକାରିତା

Health Benefits Of Jaggery And Sesame: ଶୀତ ଋତୁରେ ଆବଶ୍ୟକ ପରିମାଣରେ ଗୁଡ ଏବଂ ରାଶିର ସେବନ ଦ୍ବାରା ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 23, 2024, 6:49 PM IST

Jaggery And Sesame
Jaggery And Sesame

ହାଇଦ୍ରାବାଦ :ଅନେକ ପର୍ବପର୍ବାଣୀରେ ରାଶି ଲଡି ପ୍ରସ୍ତୁତ ହୋଇଥାଏ । ଗୁଡରୁ ରାଶି ଲଡୁ ପ୍ରସ୍ତୁତ କରାଯାଇଥାଏ । ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସେତେକି ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ଆୟୁର୍ବେଦରେ ଏହାର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି । ଶୀତ ଋତୁରେ ରାଶି ଏବଂ ଗୁଡ ଖାଇବା ପାଇଁ କେବଳ ସ୍ବାସ୍ଥ୍ୟ ଉପକାରୀ ନୁହେଁ ବରଂ ଅନେକ ସଂକ୍ରମଣ ଏବଂ ରୋଗରୁ ମଧ୍ୟ ରକ୍ଷା କରିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି ।

ପୁରୁଣା ଦିଲ୍ଲୀର ଆରୋଗ୍ୟମ୍ ଆୟୁର୍ବେଦିକ କେନ୍ଦ୍ରର ଡାକ୍ତର ରମେଶ ଆର୍ଯ୍ୟ କହିଛନ୍ତି ଯେ, ଉଭୟ ରାଶି ଏବଂ ଗୁଣରେ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଛି । ଏହାସହ ଔଷଧୀୟ ଗୁଣ ରହିଥିବା ନେଇ ମଧ୍ୟ ପ୍ରମାଣିତ ହୋଇଛି । ଏହା ସେବନ କରିବା ଦ୍ବାରା ଶୀତଦିନେ ଶରୀରକୁ ପ୍ରାକୃତିକ ଭାବରେ ଗରମ ରଖେ ନାହିଁ ବରଂ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତେବେ ରାଶି ଏବଂ ଗୁଡକୁ ଏଠାକି ଖାଇବା ଦ୍ବାରା ଏହାର ସ୍ବାସ୍ଥ୍ୟ ଉପକାରିତା ଗୁଣ ଆହୁରି ବୃଦ୍ଧି ପାଇଥାଏ । ଏହା କେବଳ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ନାହିଁ ବରଂ ଶରୀରରେ ମେଟାବୋଲିଜମରେ ମଧ୍ୟ ଉନ୍ନତି ଆଣିଥାଏ । ଏହାଦ୍ବାରା ଥଣ୍ଡା, କାଶ ଏବଂ ଫ୍ଲୁ ଭଳି ସଂକ୍ରମଣ ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ । ଏହା ସହିତ ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ମଧ୍ୟ କମ ହୋଇଥାଏ। ତେଣୁ ଶୀତ ଋତୁରେ ରାଶି ସହିତ ଗୁଡ ମିଶାଇ ଖାଇବା ଉଚିତ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Jaggery Tea Health Benefits: ଚା’ରେ ଚିନି ବଦଳରେ ଗୁଡ ବ୍ୟବହାର କରନ୍ତୁ, ମିଳିବ ଭରପୂର ଫାଇଦା

ରାଶି ଏବଂ ଗୁଡର ଫାଇଦା : ନୂଆଦିଲ୍ଲୀର ପୋଷଣ ବିଶେଷଜ୍ଞ ଡାକ୍ତର ଦିବ୍ୟା ଶର୍ମାଙ୍କ କହିବା ଅନୁସାରେ, ରାଶିରେ ଆଇରନ, ଥିଆମାଇନ୍, ନିୟାସିନ୍, ଫଲିକ୍ ଏସିଡ୍, ପିରାଇଡକ୍ସାଇନ୍ ଏବଂ ରାଇବୋଫ୍ଲାଭିନ, ଓମେଗା , କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍ ଆଦି ଭରପୁର ମାତ୍ରାରେ ରହିଛି । ଏହାସହ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ମଧ୍ୟ ଅଧିକ ରହିଛି । ଯାହା ହାଡ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାସହିତ ଅନେକ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ, ଶ୍ବାସକ୍ରିୟାରେ ଉନ୍ନତି ଆଣିଥାଏ, ଉକ୍ତରକ୍ତଚାପରେ ଉନ୍ନତି ଆଣିଥାଏ, ହଜମ ପ୍ରକ୍ରିୟାକୁ ସଠିକ ରଖିଥାଏ, ଶରୀରରେ ଲୌହର ଅଭାବକୁ ଦୂର କରିବା ସହିତ କେଶକୁ ଶକ୍ତ ରଖିଥାଏ । ଏହା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହିତ ମେଟାବୋଲିଜମରେ ମଧ୍ୟ ଉନ୍ନତି ଆସିଥାଏ । ଏହା ବ୍ୟତୀତ ରାଶିରୁ ସେସାମୀନ ନାମକ ଏକ ଆଣ୍ଟିଅକ୍ସିଡେଣ୍ଟ ରାଶିରୁ ମିଳିଥାଏ । ଯାହାକି କର୍କଟ ରୋଗର ଆଶଙ୍କାକୁ କମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆବଶ୍ୟକ ପରିମାଣରେ ଖାଇବା ଉଚିତ ବୋଲି କୁହାଯାଇଛି ।

ଅନ୍ୟପଟେ ଗୁଡ ବିଷୟରେ କହିବାକୁ ଗଲେ ଏଥିରେ କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫଲିକ୍ ଏସିଡ୍ ଏବଂ ଆଇରନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାସହିତ ଗୁଡରେ ଉଷ୍ମ ଗୁଣ ରହିଥାଏ। ଯାହା ଦ୍ବାରା ଶୀତ ଦିନରେ ଶରୀର ଗରମ ରହିଥାଏ। ଏହାକୁ ଶୀତର ସୁପର ଫୁଡ୍ ମଧ୍ୟ କୁହାଯାଏ ।

ତେବେ ଶୀତ ଋତୁରେ ରାଶି ସହିତ ଗୁଡ ମିଶାଇ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ଏହା ଶରୀର ପାଇଁ ଲାଭକାରୀ ହୋଇଥିଲେ ହେଁ ଉଚିତ ପରିମାଣରେ ଖାଇବା ଉଚିତ ବୋଲି କୁହାଯାଇଛି । ଅନ୍ୟପଟେ କେତେକ ପରିସ୍ଥିତିରେ ଏହାର ସେବନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ବିଶେଷ କକରି ମଧୁମେହ ରୋଗୀ ଗୁଡ ଖାଇବା ଅନୁଚିତ । କାରଣ ଏଥିରେ ରହିଥିବା ଗ୍ଲାଇସୋମିକ ଇଣ୍ଡେକ୍ସ ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details