ଓଡିଶା

odisha

ETV Bharat / health

କଲରା ଖାଉଛନ୍ତି କି ? ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହି ପରିବା - Bitter Gourd Health Benefits - BITTER GOURD HEALTH BENEFITS

Bitter Gourd Health Benefiits: କଲରା ସ୍ବାଦରେ ପିତା, ହେଲେ ଦେହ ପାଇଁ ହିତକର । ଏହି ପରିବାରେ ବିଭିନ୍ନ ପ୍ରକାର ଭିଟାମିନ, ମିନେରାଲ ଓ ଆଣ୍ଟିଅକ୍ଟିଡାଣ୍ଟ ଗୁଣ ରହିଛି ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ । ପ୍ରତିଦିନ କଲରା ଖାଉଥିଲେ ଜାଣିରଖନ୍ତୁ କିଛି ଜରୁରୀ କଥା

Know The Health Benefits of  Bitter Gourd
Know The Health Benefits of Bitter Gourd (ETV Bharat)

By ETV Bharat Health Team

Published : Sep 21, 2024, 12:13 PM IST

Bitter Gourd Health Benefiits: ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଓ ଫଳମୂଳ ଖାଇବାକୁ ସମସ୍ତେ ପରାମର୍ଶ ଦିଅନ୍ତି । ଏଥିରେ ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଆମ ଶରୀରକୁ ସୁସ୍ଥ ଓ ନିରୋଗ ରଖେ । ସେମିତି ଏକ ସ୍ବାସ୍ଥ୍ୟ ଉପଯୋଗୀ ପରିବା ହେଉଛି କଲରା । ହେଲେ ଏହାର ପିତା ସ୍ବାଦ ଯୋଗୁଁ ସାଧାରଣତଃ ଛୋଟ ପିଲାମାନେ କଲରା ଖାଇବାକୁ ପସନ୍ଦ କରନ୍ତିନି । କଲରା ପିତା ହେଲେ ବି ଦେହକୁ ପାଇଁ ଖୁବ୍ ହିତକର । ଖାସ୍ କରି ଡାଇବେଟିସ୍ ପୀଡିତ ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ । କଲରା ଖାଇଲେ ବ୍ଲଡ ସୁଗାର କମିଥାଏ । କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ରହେ । ରୋଗ ପ୍ରତିରୋଧକ ଶକ୍ତି ବଢାଏ । ସେହିପରି ଏଥିରେ ଅଧିକ ଫାଇବର ଥିବାରୁ ହଜମ ପ୍ରକ୍ରିୟା ଉନ୍ନତ କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ ।

କଲରାରେ ପ୍ରୋଟିନ, କାର୍ବ୍ସ, ଫାଇବର, ଭିଟାମିନ-A, ଭିଟାମିନ C, ଥିଆମାଇନ (B1) ରିବୋଫ୍ଲାବିନ (B2), ନିଆସିନ ସମେତ କ୍ୟାଲେସିୟମ, ଆଇରନ, ମ୍ୟାଗ୍ନେସିୟମ, ଫସଫରସ୍, ଜିଙ୍କ, ପୋଟାସିୟମ ଭଳି ଅନେକ ମିନେରାଲ ରହିଛି । ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ମିଳେ, ଯାହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା କମ୍ କରେ ।

Health Benefits of Bitter Gourd (ETV Bharat)

କଲରା ଖାଇବାର ଫାଇଦା:

ଡାଇବେଟିସ୍ ନିୟନ୍ତ୍ରଣ: କଲରା ଡାଇବେଟିସ୍ ରୋଗୀଙ୍କ ପାଇଁ ଅଧିକ ଉପକାରୀ । ବିଶେଷଜ୍ଞଙ୍କ କୁହନ୍ତି, କଲରା ଖାଇଲେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ ରହେ । ତେଣୁ ଡାଇବେଟିସ୍ ପୀଡିତ ଲୋକେ ସପ୍ତାହରେ ଅତିକମରେ ଦୁଇରୁ ତିନି ଥର କଲରା ଖାଇବା ଉଚିତ୍ ।

ଓଜନ ହ୍ରାସ:କଲରାରେ କ୍ୟାଲୋରୀ କମ୍ ଓ ଅଧିକ ଫାଇବର ଥାଏ । ଏହା ଆପଣଙ୍କର ଓଜନ ନିୟନ୍ତ୍ରଣ କରେ ଓ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ଶରୀରରେ ମେଟୋବୋଲିଜିମ ବଢାଏ । ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ନିଜ ଖାଦ୍ୟରେ କଲରା ସାମିଲ କରିବା ଉଚିତ୍ ।

ହଜମ ପ୍ରକ୍ରିୟା ଉନ୍ନତ କରେ:କଲରାରେ ଫାଇବର ଓ ପାଣି ମାତ୍ରା ଅଧିକ ଥାଏ, ଏହା ହଜମ ପ୍ରକ୍ରିୟା ଉନ୍ନତ କରେ । ସାଧାରଣ ପାଚନ ସମସ୍ୟା, ଯେମିତିକି ପେଟ ଫୁଲିବା, ବଦହଜମୀ ଓ କୋଷ୍ଠକାଠିନ୍ୟ ରୋକିବାରେ ସାହାଯ୍ୟ କରେ, ଯାହାକି ଅଧିକ ଖାଇବା କିମ୍ବା ତେଲିଆ ଖାଦ୍ୟ ଖାଇବା ଫଳରେ ହୋଇଥାଏ ।

ତ୍ବଚା ପାଇଁ ଲାଭ: କଲରା ଜୁସରେ ଭିଟାମିନ ଏ ଓ ସି ପ୍ରଚୁର ମିଳେ, ଯାହା ତ୍ବଚା ଓ କେଶ ପାଇଁ ଭଲ । ଏହା କେଶ ଝଡିବା ରୋକିବା ଏବଂ ସୁସ୍ଥ କେଶ ବିକାଶରେ ସାହାଯ୍ୟ କରେ । ତେଣୁ ନିଜ ଖାଦ୍ୟରେ କଲରା ସାମିଲ୍ କରିବାକୁ ପରାମର୍ଶ ଦିଆଯାଏ ।

ଇମ୍ୟୁନିଟି ବଢାଏ: କଲରାରେ ଥିବା ପୋଷକ ତତ୍ତ୍ବ ଓ ଆଣ୍ଟିଅକ୍ସିଡାଣ୍ଟ ଆମର ଇମ୍ୟୁନିଟି ସିଷ୍ଟମ ମଜଭୁତ କରେ । ଯାହାଫଳରେ ଶରୀର ବିଭିନ୍ନ ସଂକ୍ରମଣ ଓ ରୋଗ ବିରୋଧରେ ଲଢିବାକୁ ସକ୍ଷମ ହୋଇଥାଏ ।

ରକ୍ତ ପରିଷ୍କାର କରେ: କଲରା ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ, ଯାହା ଶରୀରରେ ଦୂଷିତ ରକ୍ତ ପରିଷ୍କାର କରେ । ଏଥିରେ ଥିବା କ୍ୟୁନାଇନ ଓ ସପୋନିନ୍ସ ଭଳି ଯୌଗିକ ଶରୀରରୁ ଦୂଷିତ ପଦାର୍ଥ ସଫା କରିବାରେ (Detoxification) ସାହାଯ୍ୟ କରେ । ଏହା ଲିଭରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରେ । ସେହିପରି ଏଥିରେ ଥିବା ଆଣ୍ଟି-ଇନଫ୍ଲାମାଟୋରୀ ଗୁଣ ଶୀଘ୍ର କ୍ଷତ ସ୍ଥାନ ଶୁଖାଇବାରେ ସହାୟତା କରେ ।

ଆଇରନ ଅଭାବ ଏବଂ ଏନିମିଆ: କଲାରରେ ପ୍ରଚୁର ଆଇରନ ଓ ଫୋଲେଟ ରହିଛି, ଯାହାକି ଶରୀରରେ ଆଇନର ଅଭାବ ଓ ଏନିମିଆ ସମସ୍ୟା ପାଇଁ ଲାଭଦାୟକ ।

Ref- https://www.healthline.com/nutrition/bitter-melon

ଏହା ମଧ୍ୟ ପଢନ୍ତୁ:ଆପଣଙ୍କୁ ଡାଇବେଟିସ କି ? ସତର୍କ ହୁଅନ୍ତୁ, କ୍ୟାନ୍ସର ଆଶଙ୍କା ଅଧିକ - Higher Cancer Risk In Diabetes

ଏହା ମଧ୍ୟ ପଢନ୍ତୁ:ଅତ୍ୟଧିକ କାର୍ଯ୍ୟଚାପ ହୋଇପାରେ ଭୟଙ୍କର ! ଏସବୁ ସଙ୍କେତ ଦିଶିଲେ ନିଜକୁ ଦିଅନ୍ତୁ ଆରାମ - Signs that you need a break

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details