ଓଡିଶା

odisha

ETV Bharat / health

ଆସୁଛି ପାର୍ବଣ, ଘରେ ଏମିତି ସହଜରେ ବନାନ୍ତୁ ସୁଆଦିଆ ଛେନାପୋଡ - Chhena Poda Recipe - CHHENA PODA RECIPE

Famous odia sweet Chhena Poda: ଛେନାପୋଡ ନାଁ ଶୁଣିଲେ ପାଟିରୁ ଲାଳ ବାହାରେ । ପିଲାଠୁ ବୁଢା ସମସ୍ତଙ୍କ ଭାରି ପସନ୍ଦ । ତେବେ ନିଜ ଘରେ କେମିତି ସହଜରେ ବନାଇବେ ଏହି ସୁଆଦିଆ ଛେନାପୋଡ, ଜାଣନ୍ତୁ

ଘରେ ଏମିତି ସହଜରେ ବନାନ୍ତୁ ସୁଆଦିଆ ଛେନାପୋଡ
ଘରେ ଏମିତି ସହଜରେ ବନାନ୍ତୁ ସୁଆଦିଆ ଛେନାପୋଡ (ETV Bharat)

By ETV Bharat Health Team

Published : Sep 24, 2024, 4:40 PM IST

ହାଇଦ୍ରାବାଦ:ଆସୁଛି ପାର୍ବଣ ଋତୁ । ଦେବୀ ପୀଠରେ ଆରମ୍ଭ ହେବାକୁ ଯାଉଛି ମା' ଦୁର୍ଗତିନାଶିନୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା । ଏହି ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ନିଜ ଘରେ ବନାନ୍ତୁ ସୁଆଦିଆ ଛେନାପୋଡ଼ । ଓଡ଼ିଶାର ଏକ ଲୋକପ୍ରିୟ ମିଠା ହେଉଛି ଛେନାପୋଡ । ସବୁ ମିଠା ଦୋକାନରେ ଏହାର ଚାହିଦା ଢେର୍ ଅଧିକ । ପିଲାଠୁ ବୁଢା, ସମସ୍ତଙ୍କର ଛେନାପୋଡ ଭାରି ପସନ୍ଦ । ଏହାର ନାଁ ଶୁଣିଲେ, ପାଟିରେ ଲାଳ ଆସିଯାଏ । ଆଜି ଆସନ୍ତୁ ଜାଣିବା କେମିତି ନିଜ ଘରେ ପ୍ରସ୍ତୁତ କରିବେ ଏହି ସ୍ବାଦିଷ୍ଟ ଛେନାପୋଡ ।

ଘରେ ଏମିତି ବନାନ୍ତୁ ଛେନାପୋଡ:

ଆବଶ୍ୟକୀୟ ସାମଗ୍ରୀ:

  • ଛେନା
  • ଚିନି
  • ସୁଜି
  • ଗୁଜୁରାତି
  • କାଜୁ ଓ କିସମିସ୍
  • ଅଳ୍ପ ଘିଅ

ପ୍ରସ୍ତୁତି ପ୍ରଣାଳୀ: ନିଜ ଘରେ କ୍ଷୀରରେ ଲେମ୍ବୁ ରସ ମିଶାଇ ଛେନା ଛିଡାଇ ପାରିବେ । ପ୍ରଥମେ ଛେନା ନିଅନ୍ତୁ । ଏଥିରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ, ଗୁଜୁରାତି ଗୁଣ୍ଡ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ । ଆପଣ ଚାହିଁଲେ କାଜୁ, କିସମିସ୍ ହାଲୁକା ଭାଜି ପକାଇ ପାରିବେ । ଏହାପରେ ଏକ ରସ ପାତ୍ରରେ ଅଳ୍ପ କିଛି ଘିଅ ଲଗାଇ ଘଷି ଦିଅନ୍ତୁ । ଏବେ ଛେନାକୁ ପତ୍ରରେ ଘୋଡାଇ ସେହି ପାତ୍ରରେ ରଖି ନିଆଁ ଆଞ୍ଚରେ ବସାନ୍ତୁ । ପାତ୍ର ଉପରେ କିଛି କୋଇଲା ରଖନ୍ତୁ । ଏହାକୁ 40ରୁ 50 ମିନିଟ୍ ଏମିତି ନିଆଁରେ ରଖନ୍ତୁ । ଏହାପରେ ପ୍ରସ୍ତୁତ ହୋଇଯାଏ ସୁଆଦିଆ ଛେନାପୋଡ । ଥଣ୍ଡା ହୋଇଯିବା ପରେ ଛେନାପୋଡକୁ କାଟି ନିଜେ ଖାଆନ୍ତୁ ଓ ପରିବାରର ଅନ୍ୟମାନଙ୍କୁ ପରଷନ୍ତୁ ।

ଓଡ଼ିଶା ବଜାରରେ କିଲୋ ପିଛା ପ୍ରାୟ 100ରୁ 250 ଟଙ୍କା ଯାଏଁ ଛେନାପୋଡ ବିକ୍ରି ହୋଇଥାଏ ।

ଛେନାପୋଡ ଫାଇଦା:

  • ଛେନାପୋଡ କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ଭଲ । ଛେନାପୋଡ ପ୍ରୋଟିନ ଓ କ୍ୟାଲସିୟମର ଏକ ଭଲ ଉତ୍ସ । କ୍ୟାଲେସିୟମ ଶରୀରର ହାଡ ଓ ଦାନ୍ତ ମଜଭୁତ କରେ ।
  • ଏଥିରେ ଭିଟାମିନ-ଡି ରହିଛି ।
  • ଛେନାରେ ଫସ୍‌ଫରସ୍ ଥାଏ ଯାହା ହଜମ ପ୍ରକ୍ରିୟା ଉନ୍ନତ କରେ ।
  • ଛେନାପୋଡ A2 ମିଲ୍କରୁ ପ୍ରସ୍ତୁତ ହେଉଥିବାରୁ ସହଜରେ ହଜମ ହୋଇଯାଏ ।
  • ଏହି ମିଠା ବେକ୍ (ସେକିବା) କରାଯାଏ, ତେଲରେ ଛଣା ହୁଏ ନାହିଁ । ତେଣୁ ଏଥିରେ ଅଧିକ ତେଲ ନଥାଏ ।
  • ଏହାର ଛୋଟ ଖଣ୍ଡଟିଏ ଖାଇଲେ ଦୀର୍ଘ ସମୟ ଯାଏଁ ଭୋକ ଲାଗେନି ।
  • ଅନ୍ୟ ମିଠା ତୁଳନାରେ ଚେନାପୋଡରେ କ୍ୟାଲୋରୀ କମ୍ ।

ଏହା ମଧ୍ୟ ପଢନ୍ତୁ:ଦାନ୍ତରୁ ରକ୍ତ ଓ ମୁଖ ଦୁର୍ଗନ୍ଧ ବାହାରୁଥିଲେ, ହୋଇପାରେ ଏହି ସମସ୍ୟା - Pyorrhea Cause and treatments

ଏହା ମଧ୍ୟ ପଢନ୍ତୁ:ଗାଡିରେ ଯାତ୍ରା କଲେ ବାନ୍ତି ହେଉଛି କି ? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଘରୋଇ ଟିପ୍ସ - Motion sickness prevention

ABOUT THE AUTHOR

...view details