ହାଇଦ୍ରାବାଦ:ବର୍ତ୍ତମାନ ଦେଶରେ ମୌସୁମୀ ଋତୁ ଚାଲିଛି । ଏହି ସମୟରେ ଲୋକ ପ୍ରାୟତଃ ସଂକ୍ରମଣ ଭଳି ଅନେକ ରୋଗର ଶିକାର ହୋଇଥାନ୍ତି । ବର୍ଷା ଋତୁରେ ଥଣ୍ଡା, ଜ୍ୱର, ମୁଣ୍ଡବିନ୍ଧା ଏବଂ ଅନ୍ୟାନ୍ୟ ରୋଗ ହୋଇଥାଏ । ଏପରି ସମୟରେ ରୋଷେଇ ଘରେ ଥିବା ଅନେକ ଜିନିଷ ଆମର ବେଶ ଉପକାରରେ ଆସିଥାଏ । ଏହି ତାଲିକାରେ ଗୁଡ଼ ଏବଂ ଗୋଲମରିଚ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ପ୍ରଦାନ କରିଥାଏ । ଉଭୟ ଗୁଡ଼ ଏବଂ ଗୋଲମରିଚରେ ଅତ୍ୟଧିକ ଗରମ ଗୁଣ ଥାଏ । ଗୋଲମରିଚ ସହ ଗୁଡ଼ ଏକାଠି ଖାଇବା ଦ୍ୱାରା ସଂକ୍ରମଣ, ମୁଣ୍ଡବିନ୍ଧା ଭଳି ସମସ୍ୟା ଦୂର ହୋଇଥାଏ । କେବଳ ଏତିକି ନୁହେଁ ଗଣ୍ଠି ଯନ୍ତ୍ରଣା, ଋତୁସ୍ରାବ ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।
ବର୍ଷା ଦିନେ ସଂକ୍ରମଣର ଭୟ; ଗୁଡ ସହ ଖାଆନ୍ତୁ ଏହି ମସଲା, ସ୍ୱାସ୍ଥ୍ୟ ସମସ୍ୟା ହେବ ଛୁ'ମନ୍ତର (Getty) ସଂକ୍ରମଣରୁ ଆରାମ ମିଳିବ
ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଉଭୟ ଗୁଡ଼ ଏବଂ ଗୋଲମରିଚରେ ମିଳିଥାଏ ଯାହା ସଂକ୍ରମଣ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣ ସଂକ୍ରମଣ ସମସ୍ୟା ସହ ସଂଘର୍ଷ କରୁଛନ୍ତି ତେବେ ଗୋଟିଏ ଚାମଚ ଗୁଡ଼ ସହ ଦୁଇଟି ଗୋଲମରିଚ ଖାଆନ୍ତୁ । ଏହା ଆପଣଙ୍କ ସଂକ୍ରମଣ ସମସ୍ୟା ଦୂର କରିବ ।
ବର୍ଷା ଦିନେ ସଂକ୍ରମଣର ଭୟ; ଗୁଡ ସହ ଖାଆନ୍ତୁ ଏହି ମସଲା, ସ୍ୱାସ୍ଥ୍ୟ ସମସ୍ୟା ହେବ ଛୁ'ମନ୍ତର (ETV Bharat Odisha) ଗଣ୍ଠି ଯନ୍ତ୍ରଣା ହ୍ରାସ କରେ
ଗୁଡ଼ ଏବଂ ଗୋଲମରିଚ ଖାଇବା ଦ୍ୱାରା ଆପଣଙ୍କ ଗଣ୍ଠି ଯନ୍ତ୍ରଣା କମିଯାଏ, କାରଣ ଏଥିରେ ବହୁ ପରିମାଣରେ ଆଇରନ୍ ଏବଂ କ୍ୟାଲସିୟମ୍ ଥାଏ । ସେହିପରି ଗୋଲମରିଚରେ ପେପରାଇନ୍ ନାମକ ଏକ ଉପାଦାନ ରହିଥାଏ । ଯାହା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ଗଣ୍ଠି ଯନ୍ତ୍ରଣା ହେଉଛି, ତେବେ ଗୁଡ଼ ଏବଂ କଳା ଲଙ୍କା ଖାଇବା ଆରମ୍ଭ କରନ୍ତୁ ।
ଋତୁସ୍ରାବ ଯନ୍ତ୍ରଣାରୁ ଦିଏ ମୁକ୍ତି
ବର୍ଷା ଦିନେ ସଂକ୍ରମଣର ଭୟ; ଗୁଡ ସହ ଖାଆନ୍ତୁ ଏହି ମସଲା, ସ୍ୱାସ୍ଥ୍ୟ ସମସ୍ୟା ହେବ ଛୁ'ମନ୍ତର (ETV Bharat Odisha) ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣା, ଗ୍ୟାସ୍ ଭଳି ଅନେକ ସମସ୍ୟା ହୋଇଥାଏ । ଏହି ସମୟରେ ଯଦି ଗୁଡ ସହ ଗୋଲମରିଚ ଖାଇବା ଉଚିତ୍ । ଏଥିପାଇଁ ଆପଣ ଗୁଡ ସହ ଗୋଲମରିଚ ଚା' ତିଆରି କରି ପିଇପାରିବେ । ଏହାଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାସ୍ ସମସ୍ୟା ଇତ୍ୟାଦିରୁ ମୁକ୍ତି ମିଳିଥାଏ ।
ପେଟ ରୋଗରୁ ମୁକ୍ତି
ସଠିକ୍ ପରିମାଣରେ ଗୁଡ ଏବଂ ଗୋଲମରିଚ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ । ଗୋଟିଏ ଚାମଚ ଗୁଡରେ ଅଧା ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ । ଏହା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ । ଏହା ବ୍ୟତୀତ ଏହା ଆପଣଙ୍କ ଭୋକକୁ ମଧ୍ୟ ବଢାଇଥାଏ । ଗୁଡ ଏବଂ ଗୋଲମରିଚ ଏକାଠି ଖାଇବା ଦ୍ୱାରା ଅନ୍ତନଳୀ ଫୁଲା, ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
ମୁଣ୍ଡବିନ୍ଧା ଏବଂ ନାକ ସମସ୍ୟା ଦୂର କରେ
ବର୍ଷା ଦିନେ ସଂକ୍ରମଣର ଭୟ; ଗୁଡ ସହ ଖାଆନ୍ତୁ ଏହି ମସଲା, ସ୍ୱାସ୍ଥ୍ୟ ସମସ୍ୟା ହେବ ଛୁ'ମନ୍ତର (ETV Bharat Odisha) ମୁଣ୍ଡବିନ୍ଧା ଏବଂ ନାକ ଫୁଲିବା, ନାକରୁ ରକ୍ତ ବାହାରିବା ସମସ୍ୟାକୁ ଦୂର କରିବା ପାଇଁ, ଆପଣ ଗୁଡ ସହ ଗୋଲମରିଚ ଖାଇପାରିବେ । ଏଥିପାଇଁ ଦହିରେ କିଛି ଗୁଡ ସହ ଗୋଲମରିଚ ପାଉଡର ମିଶାଇ ଏହାକୁ ଖାଆନ୍ତୁ । ଏହା ନାକରୁ ରକ୍ତସ୍ରାବ ବନ୍ଦ କରିବ ଏବଂ ମୁଣ୍ଡବିନ୍ଧାରୁ ମୁକ୍ତି ମଧ୍ୟ ଦେବ ।
ଆଲର୍ଜି ଦୂର କରେ
କେବଳ ଏତିକି ନୁହେଁ, ଉଭୟ ଗୁଡ ଏବଂ ଗୋଲମରିଚ ଖାଇବା ଦ୍ୱାରା ବାନ୍ତି, ଆଲର୍ଜି ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଉପଶମ ହୋଇପାରିବ । ଯଦି ଆପଣଙ୍କର ଏହି ସମସ୍ୟାର କୌଣସିଟି ଅଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ ।
ଏହା ମଧ୍ୟ ପଢନ୍ତୁ:ପିଅନ୍ତୁ ଭେଣ୍ଡି ପାଣି : ପାଖ ପଶିବନି ବଡ଼ ରୋଗ !
ଗଳା ଯନ୍ତ୍ରଣାରେ ମଧ୍ୟ ପ୍ରଭାବଶାଳୀ
ଅନେକ ପୋଷକ ତତ୍ତ୍ୱ ଗୁଡ ଏବଂ ଗୋଲମରିଚରେ ଥାଏ, ଯାହା ଗଳା ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯଦି ତୁମର ଗଳାରେ ଯନ୍ତ୍ରଣା ହେଉଛି ତେବେ ଗୁଡ ଏବଂ ଗୋଲମରିଚ ଖାଆନ୍ତୁ । ଏହା ଆପଣଙ୍କ ଗଳାକୁ ଆରାମ ଦେବ । ଏଥିପାଇଁ ପ୍ରାୟ ୮୦ ଗ୍ରାମ ଗୁଡ ନେଇ ସେଥିରେ ୨୦ ଗ୍ରାମ ଗୋଲମରିଚ ମିଶାଇ ଗ୍ରାଇଣ୍ଡ କରି ଖାଆନ୍ତୁ । ଏଥିରେ ଆପଣ 40 ଗ୍ରାମ ଡାଳିମ୍ବ ଚୋପାକୁ ମଧ୍ୟ ମିଶାଇପାରିବେ । ଏହା ଗଳାକୁ ଆରାମ ଦେଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ