Fasting with diabetes: ହିନ୍ଦୁ ହେଉ କି ମୁସଲମାନ ଅବା ଜୈନ, ବିଭିନ୍ନ ଧର୍ମର ଈଶ୍ବର ଉପାସନା ପାଇଁ ଉପବାସ ବ୍ରତ ବିଧି ରହିଛି । ତାହା ହିନ୍ଦୁମାନଙ୍କ ଜନ୍ମାଷ୍ଟମୀ ଓ ଜାଗର ଆଦି ବିଭିନ୍ନ ପୂଜାପାର୍ବଣ ହେଉ ନହେଲେ ମୁସଲିମମାନଙ୍କ ରୋଜା, ଏହା ବହୁ କାଳରୁ ପ୍ରଚଳିତ । ଉପବାସ କରିବା ଦ୍ବାରା ଅନେକାଂଶରେ ଶରୀରକୁ ଫାଇଦା ମିଳିଥାଏ । ହେଲେ ଡାଇବେଟିସ୍ ପୀଡିତ ରୋଗୀ ଏହି ଉପବାସ କରିବା ଉଚିତ୍ କି ? ଯଦି ରଖନ୍ତି ତାହେଲେ ଶରୀରରେ କେମିତି ପ୍ରଭାବ ପଡେ ? ଜାଣନ୍ତୁ ଏହି ଖବରରେ
ଯଦି କେହି ବ୍ୟକ୍ତି ଉପବାସ ରଖୁଛନ୍ତି ଏବଂ ତାଙ୍କର ବ୍ଲଡ ସୁଗାର ହାଇ ରହିଛି, ତାହେଲେ ଅଳ୍ପ ପାଣି ପିଇ ଉପବାସ ଭାଙ୍ଗିବା ଉଚିତ୍ । ନହେଲେ ଉପବାସ ସମୟରେ କେମିତି ନିଜର ବ୍ଲଡ ସୁଗାର ଠିକ୍ ଭାବେ କଣ୍ଟ୍ରୋଲ କରିବେ ସେ ସମ୍ପର୍କରେ ଡାକ୍ତର ସହ ଆଲୋଚନା କରନ୍ତୁ । ଆପଣଙ୍କୁ ଡାଇବେଟିସ୍ ଥିଲେ ଏବଂ ଆପଣ ନିର୍ଜଳା ଉପବାସ ରଖିବାକୁ ଚାହୁଁଥିଲେ, ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ହେବ । ଖାସ୍ କରି ଯଦି ଆପଣଙ୍କୁ ନିଜ ସୁଗାର ସ୍ତର କଣ୍ଟ୍ରୋଲ କରିପାରିବେ ବୋଲି ବିଶ୍ବାସ ନଥାଏ, ତାହେଲେ ଆଦୌ ଉପବାସ କରନ୍ତୁ ନାହିଁ ।
ଉପବାସ ସମୟରେ ଶରୀରରେ କ'ଣ ହୁଏ ?
ଉପବାସ ସମୟରେ ଶରୀରରେ ହେଉଥିବା ପରିବର୍ତ୍ତନ ଆପଣ କେତେ ସମୟ ଏହି ଉପବାସ ରଖୁଛନ୍ତି ତାହା ଉପରେ ନିର୍ଭର କରେ । ସାଧାରଣତଃ ଆପଣଙ୍କ ଶରୀର ଶେଷ ଭୋଜନ ଗ୍ରହଣ କରିବାର 8 ଘଣ୍ଟା ବା ତା'ଠାରୁ ଅଧିକ ସମୟ ପରେ ଉପବାସ ସ୍ଥିତିରେ ପ୍ରବେଶ କରିଥାଏ ବା ଏହାକୁ ଉପବାସ ବୋଲି କୁହାଯାଇପାରେ । ଏପରି ସ୍ଥିତିରେ ଶରୀର ପ୍ରଥମେ ଏନର୍ଜି ପାଇଁ ସଂରକ୍ଷିତ ଥିବା ଗ୍ଲୁକୋଜ ଉପଯୋଗ କରେ ଏବଂ ଏହାପରେ ବଡି ଫ୍ୟାଟ (ଚର୍ବି)କୁ ଭାଙ୍ଗି ବ୍ୟବହାର କରିଥାଏ । ଯାହାଫଳରେ କାର୍ଯ୍ୟ କରିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ ।
ଉପବାସ ସମୟରେ ଖାଦ୍ୟରେ ପରିବର୍ତ୍ତନ କରନ୍ତୁ:
ଉପବାସ ସମୟରେ ଆପଣଙ୍କ ଖାଦ୍ୟପେୟ ସ୍ବାଭାବିକ ହୋଇନଥାଏ । ତେଣୁ ଖାଦ୍ୟରେ ସନ୍ତୁଳନ ରକ୍ଷା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ ନିଜ ଭୋଜନରେ ସାମିଲ କରନ୍ତୁ । ଯଦି ଆପଣଙ୍କ ଡାଇବେଟିସ୍ ଅଛି ଏବଂ ଉପବାସ କରୁଛନ୍ତି, ତାହେଲେ ଧୀରେ ଧୀରେ ଅବଶୋଷିତ ହେଉଥିବା ଖାଦ୍ୟ (ଯାହାର ଗ୍ଲାଇସେମିକ ଇଣ୍ଡେକ୍ସ କମ୍) ଗ୍ରହଣ କରିବା ଭଲ । ଏହିଭଳି ଖାଦ୍ୟ ଖାଇବା ଦ୍ବାରା ପେଟ ଭର୍ତ୍ତି ହେବା ଭଳି ଅନୁଭବ ହେବ ଏବଂ ଉପବାସ ସମୟରେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ ରହିବାରେ ସହାୟକ ହେବ । ତେବେ ସେହି ଖାଦ୍ୟରେ କେତେ କାର୍ବୋହାଇଡ୍ରେଟ ରହୁଛି ତା' ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆପଣ ଫଳ, ପନିପରିବା ଓ ସାଲାଡ ଖାଇପାରିବେ ।
ଉପବାସ ଭାଙ୍ଗିଲା ପରେ ମିଠା ଜାତୀୟ ଖାଦ୍ୟ, କେକ୍, ତେଲ ଛଣା ଭଳି ଚର୍ବି ଥିବା ଖାଦ୍ୟପଦାର୍ଥ କମ୍ ମାତ୍ରାରେ ଖାଆନ୍ତୁ । ଖାଦ୍ୟ ରାନ୍ଧିବା ବେଳେ ଅଳ୍ପ ତେଲ ବ୍ୟବହାର କରନ୍ତୁ ଏବଂ ଖାଦ୍ୟକୁ ସିଝାଇ, ଗ୍ରୀଲ କରି କିମ୍ବା କମ୍ ଫ୍ରାଏ କରି ଖାଇବା ପାଇଁ ଚେଷ୍ଟା କରନ୍ତୁ । ଡିହାଇଡ୍ରେସନ ନହେବା ପାଇଁ ସୁଗାର ଫ୍ରି ପାନୀୟ ପିଇବା ଉଚିତ୍ । ଆପଣ ସାଧା ପାଣି କିମ୍ବା ଡାଏଟ ଫିଜି ଡ୍ରିଙ୍କ୍ସ ପିଇପାରିବେ ।
ଉପବାସ ବେଳେ ସ୍ବାସ୍ଥ୍ୟର ଯତ୍ନ: