Dangerous Symptoms: ବେଳେବେଳେ ଆମେ ଅଳ୍ପ କିଛି ବାଟ ଚାଲିବା ପରେ ଥକ୍କାପଣ ଅନୁଭବ ହୁଏ । ଛୋଟ ଛୋଟ କାମ କଲେ ବି ଜଲ୍ଦି ଧଇଁସଇଁ ହୋଇପଡୁ । ଯଦି ଆପଣଙ୍କଠାରେ ବି ଏମିତି ଲକ୍ଷଣ ଦେଖାଯାଉଛି, ତାହେଲେ ହୋଇଯାଆନ୍ତୁ ସତର୍କ ! କାରଣ ଏହା ଶରୀର ଭିତରେ ଅନେକ ରୋଗର ଚେତାବନୀ ହୋଇପାରେ । ଆୟୁର୍ବେଦିକ ଡାକ୍ତର ଅମିତ କୁମାର ଏସବୁ କୋଲେଷ୍ଟ୍ରଲର ଲକ୍ଷଣ ବୋଲି କୁହନ୍ତି । ଶରୀରରେ କୋଲେଷ୍ଟ୍ରଲ ବଢିଲେ ଏହା ଅନେକ ରୋଗକୁ ଡାକି ଆଣେ । ବିଶେଷକରି ହାର୍ଟଆଟାକ୍ ଓ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ବଢିଯାଏ ।
ଆୟୁର୍ବେଦିକ ଡାକ୍ତର କୁହନ୍ତି ଯେ, ଆମ ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ରହିଥାଏ, ଭଲ କୋଲେଷ୍ଟ୍ରଲ ଓ ଖରାପ କୋଲେଷ୍ଟ୍ରଲ । ଭଲ କୋଲେଷ୍ଟ୍ରଲ ଆମ ଶରୀର ପାଇଁ ଲାଭଦାୟକ, ହେଲେ ଖରାପ କୋଲେଷ୍ଟ୍ରଲ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଯଦି କୌଣସି ଛୋଟ କାମ କଲେ ବି ଆପଣଙ୍କୁ ଶୀଘ୍ର ଥକ୍କା ଲାଗୁଛି, ହାତଗୋଡରେ କରେଣ୍ଟ ଭଳି ଅନୁଭବ ହେଉଛି, ହୃଦସ୍ପନ୍ଦନ ଅସ୍ବାଭାବିକ ରହୁଛି ଏବଂ ଓଜନ ବୃଦ୍ଧି ପାଉଛି, ତାହେଲେ ବୁଝିଯାଆନ୍ତୁ ଶରୀରରେ କୋଲେଷ୍ଟ୍ରଲ ସ୍ତରରେ ଗଡବଡ ଅଛି ।
ତାଙ୍କର କହିବା କଥା, ଆମ ରକ୍ତରେ କୋଲେଷ୍ଟ୍ରଲ ସ୍ତର ବଢିଲେ, ଶରୀରରେ ଥିବା ରକ୍ତବାହୀରେ ବାଧା ସୃଷ୍ଟି ହୁଏ ଓ ଏହା ବ୍ଲକ ହେବାରେ ଲାଗେ । ଏହି କାରଣରୁ ଅନେକ ସମୟରେ ଶରୀରରେ କରେଣ୍ଟ ଲାଗିବା ଭଳି ଏକ ଝିମଝିମ୍ ଅନୁଭବ ହୁଏ । କିଛି ଲୋକ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥାନ୍ତି କିମ୍ବା ଚାଲିବା ଓ ସିଡି ଚଢିବା ଓହ୍ଲାଇବା ବେଳେ ଥକ୍କା ଅନୁଭବ ହୋଇଥାଏ । ଏପରି ଲକ୍ଷଣ ସବୁ ଦେଖାଗଲେ ନିଜର କୋଲେଷ୍ଟ୍ରଲ ପରୀକ୍ଷା କରାଇନେବା ଉଚିତ୍ । କାରଣ କୋଲେଷ୍ଟ୍ରଲ ବଢିଲେ ଏସବୁ ଲକ୍ଷଣ ଦେଖାଯାଇପାରେ ।