ଓଡିଶା

odisha

ଡାଇବେଟିସରୁ ବଞ୍ଚିବାକୁ ଜରୁରୀ ଭଲ ନିଦ; ଏଥିପାଇଁ କ'ଣ ଖାଇବେ, କେତେ ଘଣ୍ଟା ଶୋଇବେ ଜାଣନ୍ତୁ - Could what we eat improve our sleep

By ETV Bharat Odisha Team

Published : Sep 6, 2024, 3:13 PM IST

Could what we eat improve our sleep: ରାତିରେ ଭଲ ନିଦ ନହେଲେ ଓଜନ ବୃଦ୍ଧି, ଡାଇବେଟିସ୍ ଓ ହୃଦରୋଗ ଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ତେବେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ରାତିରେ ପର୍ଯ୍ୟାପ୍ତ ଶୋଇବା ଜରୁରୀ । କିଛି ଖାଦ୍ୟ ଖାଇବା ଦ୍ବାରା ଭଲ ନିଦ ହୋଇଥାଏ । ତେବେ କ'ଣ ସେସବୁ ଖାଦ୍ୟ ଓ କେତେ ଘଣ୍ଟା ଶୋଇବେ ? ଜାଣନ୍ତୁ

Could what we eat improve our sleep
Could what we eat improve our sleep (ETV Bharat)

ହାଇଦ୍ରାବାଦ: ଆମେ ଭାବୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ କେବଳ ପୁଷ୍ଟିକର ଖାଦ୍ୟ ଓ ବ୍ୟାୟାମ ଜରୁରୀ, ହେଲେ ଏଥିସହ ଉପଯୁକ୍ତ ନିଦ ବି ସେତିକି ଜରୁରୀ । ଯଦି ଆମେ ରାତିରେ 7ରୁ 8 ଘଣ୍ଟା ଶୋଉ, ତାହେଲେ ସାରା ଦିନ ଫୂର୍ତ୍ତି ଅନୁଭବ କରିଥାଉ । ସବୁ କାର୍ଯ୍ୟ ସକ୍ରିୟ ଭାବେ କରୁ । ଖାଦ୍ୟ, ବ୍ୟାୟାମ ଓ ନିଦ୍ରା ପରସ୍ପରକୁ ପ୍ରଭାବିତ କରିଥାନ୍ତି, ଯାହାର ପ୍ରଭାବ ଆମର ସ୍ବାସ୍ଥ୍ୟ ଓ ଜୀବନଶୈଳୀ ଉପରେ ପଡେ । ମୋଟାପଣ, ହୃଦରୋଗ, ହାଇବ୍ଲଡପ୍ରେସର, ଷ୍ଟ୍ରୋକ, ମଧୁମେହ ଓ ଅନ୍ୟାନ୍ୟ ରୋଗଠୁ ଦୂରେଇ ରହି ଶରୀରକୁ ସୁସ୍ଥ ଓ ସକ୍ରିୟ ରଖିବାକୁ ହେଲେ ଆମେ ନିଦକୁ ପ୍ରାଥମିକତା ଦେବା ଆବଶ୍ୟକ । ଯେତେବେଳେ ନିଦକୁ ପ୍ରାଥମିକତା ଦେଉ, ଉତ୍ତମ ନିଦ ପାଇଁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିଥାଉ ।

ଯୁବବର୍ଗ କେତେ ଘଣ୍ଟା ଶୋଇବା ଜରୁରୀ:

ନ୍ୟାସନାଲ ସ୍ଲିପ ଫାଉଣ୍ଡେସନର ପରାମର୍ଶ ଅନୁସାରେ, ଯୁବକମାନେ ରାତିରେ ଅତିକମରେ 7ରୁ 9 ଘଣ୍ଟା ଶୋଇବା ଉଚିତ୍ । ହେଲେ 3 ଜଣରୁ କେବଳ ଜଣେ ଯୁବକ ଏହାକୁ ପାଳନ କରୁଥିବା ଜଣାଯାଏ । ନିଦ ପୁରା ନହେଲେ ଓଜନ ବୃଦ୍ଧି ଭଳି ସମସ୍ୟା ହୁଏ । ଏଥିସହ ନିଦ ପୁରା ହେଉନଥିବା ଲୋକେ ଅଧିକ ଖାଦ୍ୟ ଖାଇଥାନ୍ତି । ସେମାନଙ୍କ ଖାଦ୍ୟ ଅଭ୍ୟାସ ଅସ୍ବାସ୍ଥ୍ୟକର ହୋଇଯାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ଦିନକୁ 4 ଘଣ୍ଟା ଶୁଅନ୍ତି, ସେମାନେ 9 ଘଣ୍ଟା ଶୋଉଥିବା ଲୋକଙ୍କ ତୁଳନାରେ ଦୈନିକ 300 କ୍ୟାଲୋରୀ ଅଧିକ ଖାଇଥାନ୍ତି ।

ଏହା ଏଥିପାଇଁ, ଯେତେବେଳେ ଆମକୁ ନିଦ ନହୁଏ, ଆମର ଭୋକ ଓ ତୃପ୍ତିକୁ ପ୍ରଭାବିତ କରୁଥିବା ହରମୋନ ବାଧାପ୍ରାପ୍ତ ହୁଏ । ଘ୍ରେଲିନ ହରମୋନ ଆମର ଭୋକ ବଢାଏ ଓ ଲେପ୍ଟିନ ହରମୋନ ପେଟ ଫୁଲ୍ ହେଲା ଭଳି ଅନୁଭବ କରାଏ । ଆମେ ପର୍ଯ୍ୟାପ୍ତ ପରିମାଣରେ ନ ଶୋଇଲେ ଘ୍ରେଲିନ ବୃଦ୍ଧିପାଏ ଓ ଲେପ୍ଟିନ କମିଯାଏ । ଗବେଷକମାନେ 495 ଜଣ ମହିଳାଙ୍କ ନିଦ ପାର୍ଟନ, ସେମାନଙ୍କ ଦୈନିକ ଭୋଜନ ଓ ଭୋଜନ ଗୁଣବତ୍ତାକୁ ଅଧ୍ୟୟନ କରିଥିଲେ । ଏଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ନିଦର କ୍ବାଲିଟି ଅଧିକ ଭୋଜନ ଗ୍ରହଣ ଓ ନିମ୍ନ ଡାଏଟ କ୍ବାଲିଟି ସହ ଜଡିତ ।

ରାତିରେ ଭଲ ନିଦ ପାଇଁ କ'ଣ ଖାଇବେ ?

ରାତିରେ ଭଲରେ ଶୋଇବାକୁ ହେଲେ ଆମକୁ ମେଡିଟେରିଆନ ଡାଏଟ ଗ୍ରହଣ କରିବାକୁ ହେବ । ଏଥିରେ ତାଜା ଫଳ, ପନିପରିବା, ବ୍ରେଡ, ଶସ୍ୟ, ବିନ୍ସ, ବାଦାମ, ମାଛ, ଅଣ୍ଡା ଇତ୍ୟାଦି ଅନ୍ତର୍ଭୁକ୍ତ । ଲାଲ ମାଂସ ସୀମିତ ମାତ୍ରାରେ ଖାଇପାରିବେ । ହେଲେ ପ୍ରୋସେସଡ ଫୁଡ ଆଇଟମଠାରୁ ଦୂରେଇ ରହିବା ଭଲ । ଏହାବ୍ୟତୀତ କମ୍ ପରିମାଣରେ ୱାଇନ ପିଇପାରିବେ । ତେବେ ଶୋଇବା ପୂର୍ବରୁ ମଦପାନ ନ କରିବା ଉଚିତ୍ ।

ମେଡିଟେରିଆନ ଡାଏଟରେ କ'ଣ ଥାଏ ?

ଏଥିରେ ମେଲାଟୋନିନ, ସେରୋଟେନିନ ଓ ଭିଟାମିନ-ଡି ପ୍ରଚୁର ମାତ୍ରା ଥାଏ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡେ ଯେ, କ୍ଷୀର, ଚର୍ବି ଯୁକ୍ତ ମାଛ, ଚେରି ରସ, କ୍ବିବି ଫଳ ଭଲ ନିଦ ପାଇଁ ଉପଯୋଗୀ । ଏହିସବୁ ଖାଦ୍ୟ ନିଦରେ ଉନ୍ନତି ଆଣେ । ସାଲମନ ଭଳି ମାଛ ଭିଟାମିନ-ଡି ଓ ଓମେଗା-3 ଫ୍ୟାଟି ଏସିଡ ଭରପୂର ହୋଇଥାଏ । ଏହି ଦୁଇ ପୋଷକ ତତ୍ତ୍ବ ସେରୋଟୋନିନକୁ ନିୟନ୍ତ୍ରଣ କରେ ଓ ନିଦ ଆଣିବାରେ ସହାୟକ ହୋଇପାରେ । କ୍ବିବି ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ ହୋଇଥିବା ବେଳେ ଏହାର ସେରୋଟୋନିନ ଓ ଫୋଲେଟ କାରଣରୁ ଭଲ ନିଦ ହୋଇଥାଏ ।

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ

ଏହା ମଧ୍ୟ ପଢନ୍ତୁ: ମୁଣ୍ଡରେ ହେଉଥିବା ଅଲଜାଇମର କ'ଣ ? ଏହି ରୋଗ ହେଲେ କ'ଣ ହୁଏ - What cause Alzheimers

ଏହା ମଧ୍ୟ ପଢନ୍ତୁ: ଜନ୍ମରୁ 5 ବର୍ଷ ଭିତରେ ଶିଶୁଙ୍କୁ ଏସବୁ ଟିକା ଜରୁରୀ; ଡାକ୍ତର କହିଲେ କେଉଁ ବୟସରେ କି ଟିକା - Vaccines By Age


ABOUT THE AUTHOR

...view details