ଭୁବନେଶ୍ବର:ଦାନ୍ତ ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । କେବଳ ଏହା ଖାଦ୍ୟ ଚୋବାଇବାରେ ସାହାଯ୍ୟ କରେନି, ବରଂ ମୁହଁର ସୁନ୍ଦରତା ମଧ୍ୟ ବଢାଇଥାଏ । ତେଣୁ ସବୁବେଳେ ନିଜର ପାଟି ଓ ଦାନ୍ତ ସଫା ରଖିବା ଉଚିତ୍ । ଆମେ ଭଲ ଭାବେ ଦାନ୍ତର ଯତ୍ନ ନନେଲେ ପାଟିରୁ ଦୁର୍ଗନ୍ଧ ଆସିବା ଆରମ୍ଭ କରେ । ଯେଉଁଥିପାଇଁ ଅନ୍ୟମାନଙ୍କ ସହ କଥା ହେବା ବେଳେ ଲଜ୍ଜାଜନକ ସ୍ଥିତିର ସାମ୍ନା କରିବାକୁ ପଡିଥାଏ । କିଛି ଲୋକ ଦାନ୍ତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । କୌଣସି ଖାଦ୍ୟ ଖାଇବା ଏବଂ ଠିକ୍ ଭାବେ ପାଟି ନଧୋଇବା ଯୋଗୁଁ ଦାନ୍ତରେ ଖାଦ୍ୟ ଜମା ହୋଇଥାଏ । ଫଳରେ ଏଠରେ ଥିବା ବ୍ୟାକ୍ଟେରିଆ ମୁଖ ଦୁର୍ଗନ୍ଧ ସୃଷ୍ଟି କରିବା ସହ ମାଢି ଯନ୍ତ୍ରଣା ହୁଏ ଓ ରକ୍ତ ବାହାରେ । ଯାହାକୁ ପାଇରିଆ କୁହନ୍ତି ।ପାଇରିଆ ହେଉଛି ଦାନ୍ତ ସହ ଜଡିତ ଏକ ରୋଗ । ଦାନ୍ତ ମାଢିରେ ଯନ୍ତ୍ରଣା, ଫୁଲିବା ଏବଂ ପାଟିରୁ ଦୁର୍ଗନ୍ଧ ବାହାରିବା ଭଲ ଲକ୍ଷଣ ଥିଲେ ଏହାକୁ ପାଇରିଆ କୁହାଯାଏ । ପାଇରିଆ ହେଲେ ଦାନ୍ତ ଦୁର୍ବଳ ହୋଇଯାଏ ।
ଏନେଇ ଦନ୍ତ ବିଶେଷଜ୍ଞ ହରିଶ ପାଠକ କହିଛନ୍ତି, "ଯଦି ବ୍ରସ କଲା ପରେ ପାଟିରୁ ଦୁର୍ଗନ୍ଧ ଆସୁଛି, ତାହେଲେ ଆପଣ ନିଜ ଦାନ୍ତ କିମ୍ବା ପାଟି ଭଲ ଭାବେ ସଫା କରୁନାହାନ୍ତି । ଏହାର ଅର୍ଥ ଦୁଇଟି ଦାନ୍ତ ମଝିରେ ଏବଂ ଦାନ୍ତ ମାଢି ମଝିରେ ଖାଦ୍ୟ ପଶି ତାହା ଷ୍ଟୋନ ହୋଇସାରିଛି । ଏହାକୁ କାଲକୁଲେସ କୁହାଯାଏ । ଏଥିରେ ଦୁଇଟି ଷ୍ଟେଜ ରହିଥାଏ । ଗୋଟିଏ ହେଲା ବ୍ଲାକ ଷ୍ଟେଜ । ଏଥିରେ ଦାନ୍ତ ଉପରେ ଧଳା ରଙ୍ଗର ଆସ୍ତରଣ ଦେଖାଯାଏ, ଏହାକୁ ଦୀର୍ଘ ଦିନ ପର୍ଯ୍ଯନ୍ତ ଭଲ ଭାବରେ ସଫା ନକଲେ ତାହା କ୍ୟାଲସି ଫାଇଡ ହୋଇଯାଇଥାଏ । ଯାହାକୁ କ୍ଯାଲକୁଲେସ କୁହନ୍ତି । ଏହି କ୍ଯାଲକୁଲେସ ଉପରେ ବ୍ୟାକ୍ଟେରିଆ ରହିଥାଏ ଯାହାକି ପାଟିରେ ଦୁର୍ଗନ୍ଧ ସୃଷ୍ଟି କରିଥାନ୍ତି । ଏହାକୁ ପାଇରିଆ କହିଥାନ୍ତି ।"
1. ଦାନ୍ତ ମାଢିରୁ ରକ୍ତସ୍ରାବ ହେବା
2. ମାଢି ଫୁଲିବା
3. ବ୍ରସ କଲା ପରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିବା
4. ମାଢି ବିନ୍ଧା ହେବା
ପାଇରିଆ ଚିକିତ୍ସା:-
ଦାନ୍ତ ସହ ମାଢି଼ ସବୁବେଳେ ସଫା ରଖନ୍ତୁ
ଜିଭ ଭଲ ଭାବେ ଧୋଇବା ଆବଶ୍ୟକ
ଦିନକୁ ଦୁଇ ଥର ବ୍ରସ୍ କରନ୍ତୁ
ଖାଦ୍ୟ ଖାଇ ସାରିବା ପରେ ଭଲ ଭାବେ ପାଟି ଧୂଅନ୍ତୁ
ପାଇରିଆର ଘରୋଇ ଉପଚାର:-
ପାଇରିଆକୁ ନେଇ ଦନ୍ତ ବିଶେଷଜ୍ଞ ହରିଶ ପାଠକ କହିଛନ୍ତି, "ଏବେ ଲୋକମାନେ ଦାନ୍ତରେ ଅଏଲ ପୁଲିଂ କରୁଛନ୍ତି । ଏକ ଚାମଚ ନଡିଆ ତେଲ ନେଇ ଭଲ ଭାବେ ପାଟିରେ କୁଳି କରିବେ । ଏହାକୁ ଅତିବେଶୀରେ 5 ମିନିଟ ପାଟିରେ ରଖିବେ । ଏହି ତେଲ କିଛି ମାତ୍ରାରେ ବ୍ୟାକ୍ଟେରିଆକୁ ମାରିବାରେ ସଫଳ ହୋଇଥାଏ । ସପ୍ତାହକୁ ଗୋଟିଏ ଥର ଅଏଲ ପୁଲିଂ କରିପାରିବେ ।'' ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ଗ୍ଲାସ୍ ଉଷୁମ ପାଣିରେ ୨ ଚାମଚ ଲୁଣ ପକାଇ ଦିନକୁ ୨ରୁ ୩ ଥର କୁଳି କରିବା ଆବଶ୍ୟକ । ଲୁଣରେ ଥିବା ଗୁଣ ଯୋଗୁଁ ଦାନ୍ତରେ ଯନ୍ତ୍ରଣା, ଦାନ୍ତମୂଳ ଫୁଲିବା, ରକ୍ତ ବାହାରିବା ଭଳି ସମସ୍ୟା ଦୂର ହୋଇଥାଏ । ଏଥିସହ ନିମ୍ବ ପତ୍ରର ରସ ବାହାର କରି ଏହାକୁ ପ୍ରତିଦିନ ଦାନ୍ତରେ ଘଷି ପାରିବେ । ଏହାଦ୍ୱାରା ଦାନ୍ତ ଫୁଲା ଓ ପାଟିରୁ ଦୁର୍ଗନ୍ଧ କମିବା ସହିତ ଦାନ୍ତ ଓ ମାଡି ଯନ୍ତ୍ରଣା ଦୂର ହୋଇପାରିବ ।
କେଉଁ ବୟସର ଲୋକଙ୍କୁ ଅଧିକ ହୁଏ ପାଇରିଆ:-