ଓଡିଶା

odisha

ETV Bharat / health

କେଉଁ ବୟସରେ କେତେ ରହିବା କଥା ବ୍ଲଡ ସୁଗାର ? ଡାଇବେଟିସ ନେଇ କଣ କୁହନ୍ତି ବିଶେଷଜ୍ଞ - BLOOD SUGAR LEVEL ACCORDING TO AGE

ଶରୀରରେ ବ୍ଲଡ ସୁଗାର ବା ରକ୍ତ ସର୍କରା ସ୍ତର ବୟସ ସହିତ ଭିନ୍ନ ହୋଇଥାଏ । ଶାରୀରିକ କାର୍ଯ୍ୟ, ମେଟାବୋଲିକ୍ ଏବଂ ସାଧାରଣ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ ।

Etv Bharat
Etv Bharat ((FREEPIK))

By ETV Bharat Odisha Team

Published : 8 hours ago

ହାଇଦ୍ରାବାଦ:ମଧୁମେହର ଲକ୍ଷଣ ଜାଣିବା ପାଇଁ ରକ୍ତ ଶର୍କରା ସ୍ତର (Blood Sugar Level) ଗୁରୁତ୍ୱପୂର୍ଣ୍ଣ । ଶରୀରକୁ ଶକ୍ତି ଯୋଗାଇବା ପାଇଁ ରକ୍ତରେ ସର୍କରା ଆବଶ୍ୟକ, କିନ୍ତୁ ଯଦି ରକ୍ତରେ ସର୍କରା ସ୍ତର ଅତ୍ୟଧିକ (ହାଇପରଗ୍ଲାଇସେମିଆ) କିମ୍ବା ବହୁତ କମ (ହାଇପୋଗ୍ଲାଇସେମିଆ) ଓ ଅନିୟନ୍ତ୍ରୀତ ହୋଇଯାଏ, ତେବେ ଏହା ସ୍ୱାସ୍ଥ୍ୟ ଉପରେ ଗଭିର ପ୍ରଭାବ ପକାଇଥାଏ । ଏପରି ସ୍ଥିତିରେ, ଗ୍ଲୁକୋଜ୍ ସମ୍ବନ୍ଧୀୟ ସ୍ଥିତିର ସଠିକ ପ୍ରାରମ୍ଭିକ ଚିହ୍ନଟ, ପ୍ରତିରୋଧ, ବୟସ ଏବଂ ଜୀବନଶୈଳୀ ଉପରେ ଆଧାରିତ ସାମାନ୍ୟ ରକ୍ତ ଶର୍କରା ଜାଣିବା ଉପରେ ନିର୍ଭର କରେ । ଏହି ଖବରରେ ବୟସ ଅନୁସାରେ ସାଧାରଣ ରକ୍ତ ସର୍କରା ସ୍ତର ଚାର୍ଟ, ବିଭିନ୍ନ ବୟସ ମଧ୍ୟରେ ଏହା କିପରି ପରିବର୍ତ୍ତନ ହୁଏ ଏବଂ ଏହାର କ’ଣ ପ୍ରଭାବ ପଡ଼େ ତାହା ଆଲୋଚନା କରିବୁ । ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ସୁସ୍ଥ ରକ୍ତ ଶର୍କରା ସ୍ତର କିପରି ନିୟନ୍ତ୍ରଣରେ ରଖିବା ଆସନ୍ତୁ ଜାଣିବା ।

ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ (ADA) ଅନୁସାରେ ରକ୍ତରେ ସର୍କରା ସ୍ତର କେତେ ରହିବା ଆବଶ୍ୟକ ?

ଦୁଇଟି ପରୀକ୍ଷା ଦ୍ବାରା ରକ୍ତ ସର୍କରା ସ୍ତର ମପା ଯାଇଥାଏ । ପ୍ରଥମଟି ହେଉଛି ଫାଷ୍ଟିଂ ବ୍ଲଡ୍ ସୁଗାର (fasting blood sugar ) । ଏହା ଅତି କମରେ 8 ଘଣ୍ଟା ଉପବାସ କିମ୍ବା ଖାଦ୍ୟରୁ ଦୂରେଇ ରହିବା ପରେ ଶରୀରରେ ରକ୍ତ ସୁଗାର ସ୍ତର ମାପିଥାଏ । ଏହି ପରୀକ୍ଷା ଆପଣଙ୍କୁ ଜଣାଇଦେବ ଯେ, ଉପବାସ ସମୟରେ ଆପଣଙ୍କ ଶରୀର କିପରି ଗ୍ଲୁକୋଜକୁ ଭାଙ୍ଗିଥାଏ ।

  • ଦ୍ୱିତୀୟଟି ହେଉଛି ଅନିୟମିତ ରକ୍ତ ସର୍କରା (Random Blood Sugar )। ଏହା ଦ୍ବାରା ଯେକୌଣସି ସମୟରେ ଗ୍ଲୁକୋଜ୍ ସ୍ତର ଏହା ମାପିଥାଏ, ଶେଷ ଥର କେତେବେ ବେଳେ ବି ଖାଇଥିଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହା ହାଇପରଗ୍ଲାଇସେମିଆ କିମ୍ବା ହାଇପୋଗ୍ଲାଇସେମିଆର ଲକ୍ଷଣ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୁଏ, କାରଣ ଏହା ଦ୍ବାରା ଜଣାପଡେଯେ, ଆପଣଙ୍କ ଶରୀର ଯେକୌଣସି ସମୟରେ ଗ୍ଲୁକୋଜ୍ ସହିତ କିପରି କାର୍ଯ୍ୟ କରେ ।
  • ଏହି ଦୁଇ ପରୀକ୍ଷା ଆପଣଙ୍କ ଶରୀର ରକ୍ତ ସର୍କରା ସ୍ତରକୁ କିପରି ପରିଚାଳନା କରୁଛି ସେ ବିଷୟରେ ଅବଗତ କରାଇଥାଏ । ତେଣୁ, ମଧୁମେହ କିମ୍ବା ଅନ୍ୟାନ୍ୟ ମେଟାବୋଲିକ୍ ବ୍ୟାଧିର ଲକ୍ଷଣ ଚିହ୍ନଟ କରିବା ପାଇଁ ଏହି ପରୀକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ।

ଏହା ମଧ୍ୟ ପଢନ୍ତୁ-ବ୍ଲଡସୁଗାର କଣ୍ଟ୍ରୋଲ କରିପାରେ ଲାଲ୍ ଲଙ୍କା, ରିସର୍ଚ୍ଚରେ ଏପରି ଖୁଲାସା - RED CHILI CAN CONTROL BLOOD SUGAR

ଏହା ମଧ୍ୟ ପଢନ୍ତୁ-ଏଣିକି ବିନା ନିଡିଲ୍‌ରେ ହେବ ବ୍ଲଡସୁଗାର ଟେଷ୍ଟ - NO NEEDLES FOR BLOOD SUGAR TEST

ରକ୍ତ ସର୍କରା ସ୍ତର ବ୍ୟକ୍ତିର ବୟସ ଏବଂ ଅବସ୍ଥା ସହିତ ପରିବର୍ତ୍ତନ ହୁଏ । ଏଗୁଡ଼ିକ ଜାଣିବା ଦ୍ଵାରା ଶରୀରରେ ଗ୍ଲୁକୋଜ ଠିକ୍ ସ୍ଥର ମଧ୍ୟରେ ଅଛି କି ନାହିଁ ତାହା ଜାଣିବାର ସାହାଯ୍ୟ କରେ । ବୟସ ଅନୁସାରେ ବର୍ଗୀକରଣ ଆଧାରରେ ନର୍ମାଲ ଉପବାସ ଏବଂ ଅନିୟମିତ ରକ୍ତ ଶର୍କରା ସ୍ତର ବିଷୟରେ ଜାଣିପାରିବେ ...

ବୟସ ଫାଷ୍ଟିଂ ବ୍ଲଡ ସୁଗାର ସ୍ତର (mg/dL) ରାଣ୍ଡମ ବ୍ଲଡସୁଗାର ଲେବଲ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଶିଶୁ (0-3 ବର୍ଷ) 60-110 60-180 ରକ୍ତ ସର୍କରା ସ୍ତରର ପରିବର୍ତ୍ତନ ହୋଇପାରେ । ଫାଷ୍ଟିଂ ବ୍ଲଡ ସୁଗାର ସାଧାରଣତଃ 60 ରୁ 110 mg/dL ମଧ୍ୟରେ ହ୍ରାସ ପାଏ । ଖାଦ୍ୟ ଖାଇବା ପରେ ରାଣ୍ଡମ ବ୍ଲଡସୁଗାର ଲେବଲ ସାମାନ୍ୟ ଅଧିକ ହୋଇପାରେ ।
ଶିଶୁ (3-12 ବର୍ଷ) 70-140 70-180 ଏହାର ସ୍ତର ଶିଶୁମାନଙ୍କ ତୁଳନାରେ ଟିକିଏ ଅଧିକ । ବିଶେଷ କରି ଯଦି ପରିବାରରେ ମଧୁମେହ ରୋଗୀ କେହି ଥାନ୍ତି, ତେବେ ଯାଞ୍ଚ କରିବା ଆବଶ୍ୟକ ।
କିଶୋର (13-18 ବର୍ଷ) 70-140 70-180

କିଶୋର ଅବସ୍ଥାରେ ହରମୋନ ପରିବର୍ତ୍ତନ ଗ୍ଲୁକୋଜ୍ ସ୍ତରକୁ ପ୍ରଭାବିତ କରିପାରେ । ବିକାଶ ସମୟରେ ଅସ୍ଥାୟୀ ଇନସୁଲିନ୍ ପ୍ରତିରୋଧ ବିକଶିତ ହୋଇପାରେ ।

ଆଡଲ୍ଟ (19 ବର୍ଷରୁ ଉର୍ଦ୍ଧ୍ବ) 70-130 70-180 କିଶୋର ଅବସ୍ଥାରେ ହରମୋନ ପରିବର୍ତ୍ତନ ଗ୍ଲୁକୋଜ୍ ସ୍ତରକୁ ପ୍ରଭାବିତ କରିପାରେ । ବିକାଶ ସମୟରେ ଅସ୍ଥାୟୀ ଇନସୁଲିନ୍ ପ୍ରତିରୋଧ ବିକଶିତ ହୋଇପାରେ।

ରକ୍ତ ସର୍କରା ସ୍ତରକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ

ଖାଦ୍ୟ ଖାଇବା ବ୍ୟତୀତ ଅନ୍ୟାନ୍ୟ କାରଣ ଯୋଗୁଁ ରକ୍ତ ସର୍କରା ସ୍ତରର ପରିବର୍ତ୍ତନ ହୋଇଥାଏ ।

ବୟସ

ଡାଏଟ୍

ଶାରୀରିକ କାର୍ଯ୍ୟକଳାପ

ଔଷଧ

ଚିକିତ୍ସା ଅବସ୍ଥା ଇତ୍ୟାଦି

ଏହା ଉପରେ ଧ୍ୟାନ ଦେବା ଜରୁରୀ:

ଯଦି ଆପଣଙ୍କର ରକ୍ତରେ ସର୍କରା (ହାଇପରଗ୍ଲାଇସେମିଆ) ଅଧିକ ଥାଏ, ତେବେ ଆପଣଙ୍କର ଫାଷ୍ଟିଂ ବ୍ଲଡ ସୁଗାର ଲେବଲ 130 mg/dL ଉପରେ ରହିବ ଏବଂ ରାଣ୍ଡମ ବ୍ଲଡସୁଗାର ଲେବଲ 180 mg/dL ଉପରେ ରହିବ । ଯଦି ଆପଣଙ୍କ ରକ୍ତ ସର୍କରା ସ୍ତର ନିରନ୍ତର ଏହାରି ଉପରେ ରୁହେ ତେବେ ଆପଣଙ୍କର ପ୍ରି-ଡାଇବେଟିସ୍ କିମ୍ବା ମଧୁମେହ ହୋଇପାରେ । ଯଦି ଏହାକୁ ନିୟନ୍ତ୍ରଣ ନକରିବେ ତେବେ ଏହା ହୃଦରୋଗ, ସ୍ନାୟୁ ସମସ୍ୟା ଏବଂ ହୃଦରୋଗ ଭଳି ଗମ୍ଭୀର ଚିକିତ୍ସା ସମସ୍ୟା ସୃଷ୍ଟି କରିପାରେ ।

ଯଦି ଆପଣଙ୍କର ରକ୍ତ ସର୍କରା ସ୍ତର କମ୍ (ହାଇପୋଗ୍ଲାଇସେମିଆ) ଅଛି, ତେବେ ଆପଣଙ୍କର ଫାଷ୍ଟିଂ ବ୍ଲଡ ସୁଗାର ଲେବଲ 70 mg/dL ରୁ କମ୍ ହେବ ଏବଂ ରାଣ୍ଡମ ବ୍ଲଡସୁଗାର ଲେବଲ 60 mg/dL ରୁ କମ୍ ହେବ । ତେବେ ଆପଣ ମୁଣ୍ଡ ବୁଲାଇବା, ଦ୍ୱନ୍ଦ୍ୱ, ଅଚେତ ହେବା ଏବଂ ରକ୍ତ ଶର୍କରା ହ୍ରାସ ହେତୁ ମୂର୍ଚ୍ଛା ଅନୁଭବ କରିପାରନ୍ତି । ଏହା ସାଧାରଣତଃ ଇନସୁଲିନ୍ କିମ୍ବା ମଧୁମେହ ପ୍ରତିରୋଧୀ ଔଷଧ ନେଉଥିବା ରୋଗୀଙ୍କଠାରେ କିମ୍ବା ଯେଉଁମାନେ ବହୁତ ଦିନ ଧରି ଉପବାସ ରଖନ୍ତି ବା ବ୍ୟାୟାମ କରନ୍ତି ସେମାନଙ୍କଠାରେ ଦେଖାଯାଏ ।

Disclaimer: ଏଠାରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ ।

ABOUT THE AUTHOR

...view details