ଓଡିଶା

odisha

ETV Bharat / health

ଗର୍ଭଧାରଣର ଉପଯୁକ୍ତ ବୟସ କେତେ, ଜାଣନ୍ତୁ... - BEST AGE TO GET PREGNANT

କେଉଁ ବୟସରେ ଗର୍ଭଧାରଣ କଲେ ଉଭୟ ମାଆ ଓ ଶିଶୁ ପାଇଁ ଉତ୍ତମ ? ଜାଣନ୍ତୁ

Best age to get pregnant
Best age to get pregnant (FREEPIK)

By ETV Bharat Odisha Team

Published : Feb 24, 2025, 1:38 PM IST

Updated : Feb 24, 2025, 1:59 PM IST

ହାଇଦ୍ରାବାଦ: ଗର୍ଭଧାରଣର ଉପଯୁକ୍ତ ବୟସ କେତେ ? ଏ ପ୍ରଶ୍ନ ଅନେକ ମହିଳାଙ୍କ ମନରେ ଆସିଥାଏ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଉଭୟ କ୍ୟାରିଅର ଓ ପରିବାରକୁ ସନ୍ତୁଳନ କରିବା ବେଶ କଷ୍ଟସାଧ୍ୟ । ଆଉମଧ୍ୟ ଚିନ୍ତା- ଅବସାଦ, ପରିବେଶ ପ୍ରଦୂଷଣ, ଖାଦ୍ୟପାନୀୟ, ଧୁମ୍ରପାନ ମଧ୍ୟରେ ଗର୍ଭାବସ୍ଥା ଉପରେ ବିଶେଷ ପ୍ରଭାବ ପକାଇଥାଏ । ଏଭଳି ସ୍ଥିତିରେ କେଉଁ ସମୟରେ ଗର୍ଭଧାରଣ କରିବା ପ୍ରକୃଷ୍ଟ ତାହା ଜାଣିବା ନିହାତି ଆବଶ୍ୟକ ।

ବୟସ ବଢିବା ସହ ମହିଳାମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ଧୀରେ ଧୀରେ କମିଥାଏ । ଯାହାଦ୍ୱାରା ଗର୍ଭଧାରଣ କରିବା ମୁସ୍କିଲ ହୋଇଯାଏ । ଅଧିକ ବୟସରେ ଗର୍ଭଧାରଣ କରିବା ଦ୍ୱାରା ଗର୍ଭାବସ୍ଥାରେ ଜଟିଳତା ଓ ବିପଦ ଦେଖାଯାଇପାରେ । ନିକଟରେ ଏକ ଲୋକପ୍ରିୟ ପୋଡକାଷ୍ଟରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ନନ୍ଦିତା ପଲଶେତକର ଗର୍ଭାବସ୍ଥା ଓ ଗର୍ଭଧାରଣ ସମୟରେ ଦେଖାଯାଉଥିବା ଜଟିଳତା ଓ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଏଥିସହ ଗର୍ଭଧାରଣର ପ୍ରକୃଷ୍ଟ ବୟସ ବିଷୟରେ ମଧ୍ୟ ପୋଡକାଷ୍ଟରେ କହିଛନ୍ତି ।

ଗର୍ଭଧାରଣର ଉପଯୁକ୍ତ ସମୟ କଣ ?

ଡ. ନନ୍ଦିତା ପଲଶେତକର କହିବାନୁଯାୟୀ, "ମହିଳାମାନେ ଗର୍ଭଧାରଣ କରିବାର ସର୍ବୋକୃଷ୍ଟ ସମୟ ୨୮ ବର୍ଷ ପାଖାପାଖି । କିନ୍ତୁ ଆଜିକାଲି ୩୦ରୁ ୩୫ ବର୍ଷର ସମୟକୁ ମଧ୍ୟ ବ୍ୟବହାରିକ ଭାବେ ଗ୍ରହଣ କରାଯାଉଛି । ଗର୍ଭଧାରଣ ପାଇଁ ବୟସ ବେଶ ଗୁରୁତ୍ୱପୂର୍ଣ୍ଣ । ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ, ୨୮ ବର୍ଷରେ ଅଣ୍ଡାର ସଂଖ୍ୟା କମି କମି ଯାଇଥାଏ । ଯଦିଓ ୩୫ ବର୍ଷ ପରେ ଗର୍ଭବତୀ ହେବା ସମ୍ଭବ କିନ୍ତୁ ଏହି ପ୍ରକ୍ରିୟା ଅଧିକ କଠିନ ହୋଇପାରେ ।"

ଏହାମଧ୍ୟ ପଢନ୍ତୁ...

ଗର୍ଭବତୀ କିଭଳି ନେବେ ଯତ୍ନ, କେତେ ଥର ଅଲଟ୍ରାସାଉଣ୍ଡ କରିବା ଜରୁରୀ ?

ଗର୍ଭାବସ୍ଥାରେ ଖାଆନ୍ତୁ ଏହି 7 ଖାଦ୍ୟ, ଶିଶୁ ରହିବ ସୁସ୍ଥ

ସିଜରିଆନ ନା ନର୍ମାଲ ଡେଲିଭରି: କେଉଁଟି ନିରାପଦ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଅନେକ ବୈଜ୍ଞାନିକ ଗବେଷଣାରୁ ଏହା ଜଣାପଡିିଛି ଯେ, ଯେତେବେଳେ ମହିଳାଜଣକ ମାତୃତ୍ୱ ପାଇଁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ପ୍ରସ୍ତୁତ ଥାଏ ସେହି ସମୟ ମହିଳାଙ୍କ ପାଇଁ ଗର୍ଭବତୀ ହେବା ପ୍ରକୃଷ୍ଟ ସମୟ । ଗର୍ଭଧାରଣ କ୍ଷମତାର ସର୍ବୋକୃଷ୍ଟ ବୟସ ୨୫ରୁ ୩୫ ବର୍ଷ । ଏହି ବୟସରେ ମହିଳାଙ୍କ ପ୍ରଜନନ କ୍ଷମତା ସବୁଠୁ ଭଲ ରହିଥାଏ । ୩୫ ବର୍ଷ ପରେ ଗର୍ଭଧାରଣ କରିବାରେ ସମସ୍ୟା ଉପୁଜିପାରେ ।

ପ୍ରଜନନ କ୍ଷମତା ଉପରେ ବୟସର ପ୍ରଭାବ:

ଜଣେ ମହିଳା ତାଙ୍କ ଜୀବନକାଳରେ ପ୍ରାୟ ୨୦ ଲକ୍ଷ ଅଣ୍ଡା ଉତ୍ପାଦନ କରନ୍ତି ଏବଂ ବୟସ ସହିତ ଅଣ୍ଡା ସଂଖ୍ୟା ହ୍ରାସ ପାଏ । ୩୭ ବର୍ଷ ବୟସରେ କେବଳ ପଚିଶ ହଜାର ଅଣ୍ଡା ବାକି ରହିଥାଏ ଏବଂ ୫୧ ବର୍ଷ ବୟସରେ ୧୦୦୦ ଅଣ୍ଡା ବାକି ରହିଥାଏ । ସମୟ ସହିତ ଏହି ଅଣ୍ଡାଗୁଡ଼ିକର ଗୁଣବତ୍ତା ମଧ୍ୟ ଖରାପ ହୁଏ ।

Disclaimer: (ଏଠାରେ ଉଲ୍ଲେଖ କରାଯାଇଥିବା ସୂଚନା ନିର୍ଦ୍ଦିଷ୍ଟ ଗବେଷଣାରୁ ପ୍ରାପ୍ତ ହୋଇଛି । ଏହା ETV Bharatର ନିଜସ୍ବ ମତ ନୁହେଁ । ଦିଆଯାଇଥିବା କୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣଙ୍କୁ ପ୍ରଥମେ ଡାକ୍ତରଙ୍କୁ ଜଣାଇବା ଜରରୀ ।)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2025, 1:59 PM IST

ABOUT THE AUTHOR

...view details