ଓଡିଶା

odisha

By ETV Bharat Odisha Team

Published : Jun 15, 2024, 8:07 PM IST

ETV Bharat / health

୩ ବୟସ୍କଙ୍କ ମଧ୍ୟରୁ ଜଣେ ଅର୍ଥାଭାବରେ ସମ୍ମୁଖୀନ, ଜେରିଆଟ୍ରିକ ସ୍ଵାସ୍ଥ୍ୟସେବା ବିଷୟରେ ସଚେତନ ଅଛନ୍ତି ମାତ୍ର ୧୫% - HelpAge India Survey

HelpAge India Survey: ଭାରତରେ ୬୫ ପ୍ରତିଶତ ବୟସ୍କ ଆର୍ଥକ ଦୃଷ୍ଟିରୁ ସୁରକ୍ଷିତ ନୁହଁନ୍ତି । ୩୨ ପ୍ରତିଶତ ବୟସ୍କ କିମ୍ବା ସେମାନଙ୍କ ଜୀବନସାଥୀଙ୍କର ବାର୍ଷିକ ଆୟ ୫୦ ହଜାର ଟଙ୍କାରୁ କମ୍ । ଜେରିଆଟ୍ରିକ ସ୍ଵାସ୍ଥ୍ୟସେବା ବିଷୟରେ ସଚେତନ ଅଛନ୍ତି ମାତ୍ର ୧୫ ପ୍ରତିଶତ । ଜାଣନ୍ତୁ ହେଲ୍ପଏଜ୍ ଇଣ୍ଡିଆର ସର୍ଭେ ରିପୋର୍ଟ...

HelpAge India Survey
HelpAge India Survey (ETV Bharat Odisha)

ଭୁବନେଶ୍ବର: ଭାରତର ଅଧିକାଂଶ ବୟସ୍କ ଲୋକ ସେମାନଙ୍କ ପରବର୍ତ୍ତୀ ବର୍ଷ ପାଇଁ ପ୍ରସ୍ତୁତ ନୁହଁନ୍ତି । ପ୍ରତି ୩ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କର ଆର୍ଥିକ ଅଭାବ ରହିଛି । ପ୍ରାୟ ୬୫ ପ୍ରତିଶତ ବୟସ୍କ ସେମାନଙ୍କର ବର୍ତ୍ତମାନର ଆୟ, ସଞ୍ଚୟ ଏବଂ ନିବେଶର ଉପଲବ୍ଧତା ସହିତ ଆର୍ଥକ ଦୃଷ୍ଟିରୁ ସୁରକ୍ଷିତ ନୁହଁନ୍ତି । ସେହିଭଳି ସମ୍ମାନଜନକ ଜୀବନଯାପନ ପାଇଁ ଅଧିକାଂଶ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହୁଅନ୍ତି । ୧୦ ରାଜ୍ୟର ୨୦ଟି ସହରରେ ୫,୧୬୯ ଜଣ ବୟସ୍କ ଏବଂ ୧,୩୩୩ ଜଣ ପ୍ରାଥମିକ ପରିବାର ସଦସ୍ୟଙ୍କ ଉପରେ ଏହି ସର୍ଭେ କରାଯାଇଥିଲା ।

ରିପୋର୍ଟ ଅନୁସାରେ, ୩୨ ପ୍ରତିଶତ ବୟସ୍କ କିମ୍ବା ସେମାନଙ୍କ ଜୀବନସାଥୀଙ୍କର ବାର୍ଷିକ ଆୟ ୫୦ ହଜାର ଟଙ୍କାରୁ କମ୍ ରହିଛି । ଜେରିଆଟ୍ରିକ ସ୍ଵାସ୍ଥ୍ୟସେବା ସୁବିଧା ବିଷୟରେ ମାତ୍ର ୧୫ ପ୍ରତିଶତ ସଚେତନ ରହିଛନ୍ତି । କେବଳ ୩୧ ପ୍ରତିଶତ ବୟସ୍କ ବ୍ୟକ୍ତି ସ୍ବାସ୍ଥ୍ୟବୀମା ପାଇବା ବିଷୟରେ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧାରୁ ଅଧିକ ବୟସ୍କ ୫୨ ପ୍ରତିଶତ ଦୈନନ୍ଦିନ ଜୀବନର ମୌଳିକ କିମ୍ବା ଉପଯୋଗୀ କାର୍ଯ୍ୟକଳାପ ସମ୍ବନ୍ଧୀୟ ଅତି କମରେ ଗୋଟିଏ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଏପରିକି ୫୪ ପ୍ରତିଶତ ଦୁଇ କିମ୍ବା ଅଧ‌ିକ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ରେ ପୀଡ଼ିତ ଥ‌ିବା ଜଣାପଡ଼ିଛି । କେବଳ ସେତିକି ନୁହେଁ, ରକ୍ତଚାପରେ ୪୮ ପ୍ରତିଶତ ପୀଡିତ ରହିଥିବାବେଳେ ୪୩ ପ୍ରତିଶତ ବୟସ୍କ ଲୋକ ମଧୁମେହ ରୋଗରେ ପୀଡିତ ହେଉଛନ୍ତି । ଏପଟେ ୩୧ ପ୍ରତିଶତ ବୟସ୍କ ବ୍ୟକ୍ତି ସ୍ବାସ୍ଥ୍ୟବୀମା ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିକଶିତ ଭାରତର ସ୍ବପ୍ନ ସମୟରେ ମଧ୍ୟ ଆଜିବି ଅନେକ ଭୋକିଲା, ମା' ସମୃଦ୍ଧ ହେଲେ ସମୃଦ୍ଧି ହେବ ଦେଶ - World Hunger Day

ସେହିଭଳି ବୟସ୍କ ନିର୍ଯାତନା ଅନ୍ୟତମ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । କାରଣ ୭ ପ୍ରତିଶତ ବୟସ୍କ ନିର୍ଯାତନାର ଶିକାର ହୋଇଥିବା ସ୍ବୀକାର କରିଥିବାବେଳେ ୫ ପ୍ରତିଶତ ବୟସ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଛନ୍ତି । ସେହିଭଳି ୬୧ ପ୍ରତିଶତ ବୟସ୍କ ସେମାନଙ୍କ ନାତୁଣୀ ନାତିଙ୍କ ଯତ୍ନ ନେବାରେ ନିୟୋଜିତ ଥିବାବେଳେ ଏକ ତୃତୀୟାଂଶରୁ ଅଧ‌ିକ ବୟସ୍କ ନିୟମିତ ଘର କାମ, ରୋଷେଇ ଏବଂ ସପିଂରେ ନିୟୋଜିତ ରହିଥ‌ିବା ସର୍ଭେରୁ ଜଣାପଡ଼ିଛି । ଏପଟେ ଡିଜିଟାଲ ସଶକ୍ତିକରଣ କ୍ଷେତ୍ରରେ ୪୧ ପ୍ରତିଶତ ବାୟସ୍କଙ୍କ ପାଖରେ କୌଣସି ଡିଜିଟାଲ ଡିଭାଇସ୍ ଉପଲବ୍ଧ ରହିଥିବାବେଳେ ୫୯ ପ୍ରତିଶତ ଲୋକଙ୍କ ପାଖରେ ଡିଜିଟାଲ ଡିଭାଇସ୍‌ ନାହିଁ ବୋଲି କହିଛି ହେଲ୍ପଏଜ୍ ଇଣ୍ଡିଆର ରିପୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details