ହାଇଦ୍ରାବାଦ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ବଲିଉଡ ଅଭିନେତ୍ରୀ ୟମୀ ଗୌତମ ।ମାଆ ହେଲେଅଭିନେତ୍ରୀ । ଆଜି ଅଭିନେତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଅଭିନେତ୍ରୀ ଖୁସି ଖବର ଦେଇଥିବା ବେଳେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି । ସେ ତାଙ୍କ ପୁଅର ନାଁ 'ବେଦବିଦ' ରଖିଛନ୍ତି । ଏହି ଖବର ଶୁଣିବା ପରେ ଅଭିନେତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ପୁଅ ଜନ୍ମର ୧୦ ଦିନ ପରେ ଖୁସି ଖବର ଦେଲେ ୟାମୀ
ୟାମୀ ଗୌତମ ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ଧର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ତାଙ୍କର ପ୍ରଥମ ସନ୍ତାନ କେବେ ହୋଇଥିଲା ଏବଂ ଏହାର ନାମ କ’ଣ ଏବଂ ପୁଅର ନାମର ଅର୍ଥ କ’ଣ ? ସେ କହିଛନ୍ତି, ''ଅକ୍ଷୟ ତୃତୀୟା ଦିନ ଅର୍ଥାତ୍ ମେ ୧୦ରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଅଭିନେତ୍ରୀ ଜଣାଇଛନ୍ତି ଯେ ତାଙ୍କ ପୁଅର ନାମ ବେଦବିଦ, ଯାହାର ଅର୍ଥ ହେଉଛି ଯିଏ ବେଦକୁ ଭଲଭାବେ ଜାଣନ୍ତି । ତେବେ ଆପଣ ମୋ ପୁଅ ଉପରେ ଆଶୀର୍ବାଦ କରନ୍ତୁ ।''
ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି ଓ ଫ୍ୟାନ୍ସ