ହାଇଦ୍ରାବାଦ:ଅଭିନୟ କ୍ୟାରିୟର ବ୍ୟତୀତ ପରିବାରକୁ ନେଇ ସାଉଥ ଲୋକପ୍ରିୟ ଅଭିନେତା ନାଗାର୍ଜୁନଙ୍କ ନାମ କ୍ରମାଗତ ଭାବରେ ଶିରୋନାମାରେ ରହିଆସିଛି । ଅଭିନେତାଙ୍କ ଘରେ ବର୍ତ୍ତମାନ ସାହାନାଇ ବାଜିବାକୁ ଯାଉଛି । ବଡ ପୁଅ ତଥା ଅଭିନେତା ନାଗା ଚୈତନ୍ୟଙ୍କ ବିବାହ କିଛି ଦିନ ମଧ୍ୟରେ ହେବାକୁ ଯାଉଛି। ନିକଟରେ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ଅଭିନେତ୍ରୀ ଶୋବିତା ଧୂଲିପାଲାଙ୍କ ସହ ହୋଇଥିଲା । ଚଳିତ ମାସରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି । ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ଏହାରି ମଧ୍ୟରେ ନାଗାର୍ଜୁନଙ୍କ ସାନ ପୁଅ ତଥା ଅଭିନେତା ଅଖିଲ ଆକ୍କିନେନିଙ୍କ ନିର୍ବନ୍ଧ ସରିଛି । ଅଖିଲ ତାଙ୍କ ଗାର୍ଲଫ୍ରେଣ୍ଡ ଜୈନବ ରବିଜୀଙ୍କ ସହ ନିର୍ବନ୍ଧ କରିଛନ୍ତି । ସୋସିଆଲ ମିଡିଆରେ ଉଭୟ କପଲଙ୍କ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି ନାଗାର୍ଜୁନ । ଏହି ସମୟରେ, ନାଗାର୍ଜୁନଙ୍କ ପରିବାରର ସାନ ବୋହୂ ଜୈନାବ କିଏ? ତାଙ୍କୁ ନେଇ ଆଲୋଚନା ହେଉଥିବା ବେଳେ ଜାଣନ୍ତୁ ସେ କିଏ?
ଅଖିଲ ଅକ୍କିନେନିଙ୍କ ସରିଲା ନିର୍ବନ୍ଧ
ମଙ୍ଗଳବାର ଦିନ ନାଗାର୍ଜୁନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ନୂତନ ପୋଷ୍ଟ ସେୟାର କରିଛନ୍ତି। ଯାହା ମାଧ୍ୟମରେ ସେ ସାନ ପୁଅ ଅଖିଲଙ୍କ ନିର୍ବନ୍ଧ ଘୋଷଣା କରିଛନ୍ତି। ଏହି ପୋଷ୍ଟରେ ଅଖିଲ ଏବଂ ତାଙ୍କ ପ୍ରେମିକା ଜୈନବ ରାଓଜୀଙ୍କ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ଆମ ପୁଅ ଅଖିଲ ଆକ୍କିନେନି ବୋହୂକୁ ଜୈନବ ରାବଜୀଙ୍କ ସହ ନିର୍ବନ୍ଧ ଘୋଷଣା କରି ଆମେ ଖୁସି । ଜୈନାବଙ୍କୁ ଆମ ପରିବାରରେ ସ୍ୱାଗତ କରି ଆମେ ଅଧିକ ଖୁସି ହୋଇପାରିଛୁ। ଯୁବ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବାକୁ ଦୟାକରି ଆମ ସହ ଯୋଗ ଦିଅନ୍ତୁ ଏବଂ ସେମାନଙ୍କୁ ପ୍ରେମ, ଆନନ୍ଦ ଏବଂ ଆପଣଙ୍କର ଅଗଣିତ ଆଶୀର୍ବାଦ ଦିଅନ୍ତୁ। "
ଜୈନବ ରବଜୀ କିଏ?