ହାଇଦ୍ରାବାଦ: ଆଜି ଏପ୍ରିଲ ୨୪ରେ ବଲିଉଡ ଅଭିନେତା ବରୁଣ ଧୱନଙ୍କ ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ପରିବାର ସହ ଧୁମଧାମରେ ନିଜ ଜନ୍ମଦିନ ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ସେ ଏହାର ଝଲକ ଦେଖାଇଛନ୍ତି । ଏଥିସହ ସେ ଏହି କାସ୍ ଦିନରେ ଫ୍ୟାନ୍ସଙ୍କୁ ନିଜ ନୂଆ ଫିଲ୍ମ ନେଇ ଭେଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ସେପଟେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ବରୁଣ ଧୱନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଜନ୍ମଦିନ ଉତ୍ସବର ଚାରୋଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ, ସେ ନିଜ କେକ୍ ସହ ପୋଜ ଦେଇଛନ୍ତି । ଦ୍ୱିତୀୟ ଫଟୋରେ ଅଭିନେତା ତାଙ୍କ ମାତା କରୁଣା ଧୱନଙ୍କ ସହ ନଜର ଆସିଛନ୍ତି । ତୃତୀୟ ଫଟୋରେ ଜଣେ ମହିଳା ପିଲାଙ୍କ ସହ ବସିଛନ୍ତି ଏବଂ ଚତୁର୍ଥ ଫଟୋରେ ରାତ୍ରୀଭୋଜନର ଅଟେ । ଯେଉଁଥିରେ ଅଭିନେତାଙ୍କ ମାଆ ନଜର ଆସିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ''ବଢନ୍ତୁ, ଶିଖନ୍ତୁ ଏବଂ ଭଲରେ ରୁହନ୍ତୁ, ଶୁଭେଚ୍ଛା ପାଇଁ ଧନ୍ୟବାଦ । ମୁଁ ମୋର ନୂଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବା ଦିନଠାରୁ ବହୁତ କମ୍ ପିଠା ଖାଇଛି । ଯାହା ଆପଣଙ୍କ ସାମ୍ନାକୁ ଖୁବଶୀଘ୍ର ଆସିବ ଏବଂ ଏଥିପାଇଁ ମୁଁ ବହୁତ ଉତ୍ସାହିତ ।''
ବରୁଣଙ୍କ ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଏହାକୁ ପସନ୍ଦ କରିବା ସହ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷି ଚିଲର୍ ତାଙ୍କ ଇନଷ୍ଟୋଷ୍ଟୋରୀରେ ଏକ ଫଟୋ ସେୟାର କରି ବରୁଣ ଧୱନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋଟି ମିସ୍ ୱାର୍ଲ୍ଡ ଇଭେଣ୍ଟର ଅଟେ, ଯେଉଁଥିରେ ମାନୁଷୀ ଅଭିନେତା ବରୁଣଙ୍କ ସହ ହାତ ହଲାଉଥିବାର ନଜର ଆସିଛନ୍ତି । ସେହିପରି ରକୁଲ ପ୍ରୀତ ସିଂ, କିଆରା ଆଡଭାନୀ ଏବଂ ମନୀଷ ପଲ ଭଳି ଅନ୍ୟ ତାରକା ମାନେ ମଧ୍ୟ ବରୁଣଙ୍କୁ ଶୁଭକାମନା ଜଣାଇଛନ୍ତି ।