ଓଡିଶା

odisha

ETV Bharat / entertainment

'ଉସ୍ତାଦ ଭଗତ ସିଂ' ଟିଜର ଆଉଟ୍, ପୋଲିସ ଭୂମିକାରେ ନଜର ଆସିଲେ ପୱନ କଲ୍ୟାଣ - Ustaad Bhagat Singh Teaser

Ustaad Bhagat Singh Teaser: ପୱନ କଲ୍ୟାଣ ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଫିଲ୍ମ 'ଉସ୍ତାଦ ଭଗତ ସିଂ' ସହ ସେ କମବ୍ୟାକ କରୁଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଛି । ଯାହାକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

'ଉସ୍ତାଦ ଭଗତ ସିଂ' ଟିଜର ଆଉଟ୍, ପୋଲିସ ଭୂମିକାରେ ନଜର ଆସିଲେ ପୱନ କଲ୍ୟାଣ
'ଉସ୍ତାଦ ଭଗତ ସିଂ' ଟିଜର ଆଉଟ୍, ପୋଲିସ ଭୂମିକାରେ ନଜର ଆସିଲେ ପୱନ କଲ୍ୟାଣ

By ETV Bharat Odisha Team

Published : Mar 19, 2024, 6:10 PM IST

ହାଇଦ୍ରାବାଦ:ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ସାଉଥ ଲୋକପ୍ରିୟ ତାରକା ପୱନ କଲ୍ୟାଣଙ୍କ ଫିଲ୍ମ 'ଉସ୍ତାଦ ଭଗତ ସିଂ' ର ଟିଜର । ଏହି ଟିଜରରେ ପୋଲିସ ଭୂମିକାରେ ପୱନ କଲ୍ୟାଣଙ୍କୁ ଦେଖିବାକୁ ମିଳିଥିବା ବେଳେ ଆକ୍ସନରେ ଭରି ରହିଛି ଟିଜର । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସହର ସହ ଅପେକ୍ଷା କରିଛନ୍ତି ।

'ଉସ୍ତାଦ ଭଗତ ସିଂ' ହରିଶ ଶଙ୍କରଙ୍କ ନିର୍ଦ୍ଦେଶିତ ଏକ ଭାରତୀୟ ତେଲୁଗୁ ଆକ୍ସନ ଡ୍ରାମା ଫିଲ୍ମ । ମୈଥ୍ରୀ ଚଳଚ୍ଚିତ୍ର ନିର୍ମାତାଙ୍କ ବ୍ୟାନରରେ ନବୀନ ୟର୍ନେନି ଏବଂ ୱାଇ. ରବିଶଙ୍କରଙ୍କ ଦ୍ୱାରା ନିର୍ମିତ। ଏହି ଚଳଚ୍ଚିତ୍ରରେ ଶ୍ରୀଲିଲା, ଆଶୁତୋଷ ରାଣା, ନବାବ ଶାହା, ବି.ଏସ୍ ଅବିନାଶ, ଗୌତମଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ମୁଖ୍ୟ ଭୂମିକାରେ ସାଉଥ ତାରକା ପୱନ କଲ୍ୟାଣ ଅଭିନୟ କରିଛନ୍ତି । ଏହା ୨୦୧୬ ତାମିଲ ଚଳଚ୍ଚିତ୍ର 'ଥେରି'ର ରିମେକ୍ ଅଟେ ।

ଏହି ଚଳଚ୍ଚିତ୍ରଟି ୯ ସେପ୍ଟେମ୍ବର ୨୦୨୧ ରେ ଭବଦିୟୁଦୁ ଭଗତ ସିଂ ଭାବରେ ଘୋଷଣା କରାଯାଇଥିଲା । ପରେ, ଡିସେମ୍ବର ୨୦୨୨ ରେ, ଫିଲ୍ମର ଟାଇଟଲ୍ ଉସ୍ତାଦ ଭଗତ ସିଂଙ୍କୁ ପରିବର୍ତ୍ତନ କରାଯାଇଥିଲା । 'ଗବର ସିଂ' ପରେ ହରିଶ ଶଙ୍କରଙ୍କ ସହ ପୱନ କଲ୍ୟାଣ ଏହି ଫିଲ୍ମ ସହ ଦ୍ୱିତୀୟ ଥର ପାଇଁ କାମ କରିଛନ୍ତି । ଏଥିରେ ଦେବୀ ଶ୍ରୀ ପ୍ରସାଦ ସଂଗୀତ ନିର୍ଦ୍ଦେଶକ ଅଟନ୍ତି। ୨୦୨୪ରେ ଉସ୍ତାଦ ଭଗତ ସିଂ ରିଲିଜ କରିବାକୁ ଯୋଜନା କରାଯାଇଥିବା ବେଳେ ଅନ୍ୟ ପ୍ରକଳ୍ପ ଯୋଗୁଁ ଏହା ବିଳମ୍ବ ହେଉଛି ।

ଏହା ମଧ୍ୟ ପଢନ୍ତୁ:ଅଭିନୟ ସହ ରାଜନୀତିରେ ବି ମାହିର ସାଉଥ୍‌ ଷ୍ଟାର ପୱନ କଲ୍ୟାଣ

ସୂଚନା ଥାଉ କି, ପୱନ କଲ୍ୟାଣ ଅଭିନୟ ବ୍ୟତୀତ ରାଜନୀତିରେ ମଧ୍ୟ ବେଶ ସକ୍ରିୟ ଅଟନ୍ତି । ସେ ଜଣେ ଉଜ୍ଜ୍ୱଳ ଅଭିନେତା ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ରାଜନେତା ମଧ୍ୟ ଅଟନ୍ତି । ପୱନ କଲ୍ୟାଣ 2008 ମସିହାରୁ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ତାଙ୍କ ଭାଇ ଚିରଞ୍ଜୀବୀଙ୍କ ପ୍ରଜା ରାଜ୍ୟମ୍ ପାର୍ଟିରେ ଦୀର୍ଘ ଦିନ ଧରି କାମ କରିଥିଲେ । ଏହା ପରେ ପୱନ କଲ୍ୟାଣ ନିଜର ଏକ ଦଳ ଗଠନ କରିଥିଲେ । ପୱନ କଲ୍ୟାଣଙ୍କ ରାଜନୈତିକ ଦଳର ନାମ ହେଉଛି ଜନସେନା ପାର୍ଟି ।

ABOUT THE AUTHOR

...view details