ଭୁବନେଶ୍ବର:ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର 'କର୍ମ'। ଫିଲ୍ମ ଦେଖିଲେ ଅନୁଭବଙ୍କ ମା' ଓ ଜାଗୃତି ଶୁକ୍ଳା । ସାରା ଓଡ଼ିଶାରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'କର୍ମ'। ଭୁବନେଶ୍ୱରର ଶ୍ରୀୟା ଟକିଜରେ ସ୍ପେଶାଲ ସ୍କ୍ରିନିଂ ସହ ମହାରାଜାରେ ଏହାର ପ୍ରିମିୟର ହୋଇଛି। ସୁପରଷ୍ଟାର ଅନୁଭବଙ୍କ ଦମଦାର ଆକ୍ସନ ଏଥିରେ ଦେଖିବାକୁ ମିଳିଛି । ଏହାକୁ ଦର୍ଶକ ବେଶ ପସନ୍ଦ କରିଥିବାବେଳେ ପୁରା ଟିମର ଅଭିନୟ ସହ ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି ଦର୍ଶକ । ଏହାସହ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଅନୁଭବଙ୍କ ଯୋଡି ବଡ଼ ପରଦାରେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଛନ୍ତି ଦର୍ଶକ । ସେପଟେ ଓଡ଼ିଆ ଫିଲ୍ମ 'ଭିଲେନ' ମଧ୍ୟ ଆଜି ମୁକ୍ତିଲାଭ କରିଛି। ଏହି ଦୁଇ ଫିଲ୍ମ ପୂଜା ବଜାରରେ ପରସ୍ପରକୁ ଟକ୍କର ଦେଉଛନ୍ତି ।
ପରିବାର ସହ ଫିଲ୍ମ ଦେଖିଲେ ଅନୁଭବ:
ପ୍ରଥମ ସୋ'ରେ ଅନୁଭବଙ୍କ ମା' ଫିଲ୍ମ ଦେଖି ଖୁସି ହୋଇଛନ୍ତି । "ମୋ ପୁଅର ସବୁ ସିନେମା ମୋତେ ଭଲ ଲାଗେ" ବୋଲି ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ମା'। ସେହିପରି ସିନେମା ଦେଖିଛନ୍ତି ଅନୁଭବଙ୍କ ବନ୍ଧୁ ତଥା ସାମ୍ବାଦିକା ଜାଗୃତି ଶୁକ୍ଲା । ସେ ମଧ୍ୟ ଫିଲ୍ମର ମେକିଂ ଓ ଅନୁଭବଙ୍କ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି। ଏଥିରେ ଅନୁଭବ ଆକ୍ସନ ମୋଡରେ ଜଣେ ପୋଲିସ ଅଫିସର ଭାବେ ନଜର ଆସୁଥିବାବେଳେ ତାଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ ସୂର୍ଯ୍ୟମୟୀ । ଅନୁପମ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ର ନିର୍ମାଣ ହେଉଥିବାବେଳେ ପ୍ରଯୋଜକ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ । ମନ୍ମୟ ଓ ଦିବ୍ୟାଙ୍କ କେମିଷ୍ଟ୍ରି ସହ ହୋଇଥିବା ଗୀତ ଧିତାଙ୍ଗଧିତାଙ୍ଗକୁ ମଧ୍ୟ ଦର୍ଶକ ବେଶ ଭଲପାଇବା ଦେଇଛନ୍ତି । କାହାଣୀ ମାନସ ପଢ଼ିଆରୀ ଲେଖିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ।
ଏହା ବି ପଢନ୍ତୁ...ଦଶହରାରେ କର୍ମର ଫଳକୁ ନେଇ ଆସୁଛି ଫିଲ୍ମ, ଟ୍ରେଣ୍ଡରେ 'ଚିରିଂ ଚିରିଂ' ଗୀତ