ହାଇଦ୍ରାବାଦ: 'ଗଙ୍ଗୁବାଇ କାଠିଆୱାଡି' ସଫଳତା ପରେ 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ଡେବ୍ୟୁ ୱେବ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ସିରିଜ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତା ଫିଲ୍ମର ସମସ୍ତ କାଷ୍ଟଙ୍କ ପ୍ରଥମ ଲୁକ ସହିତ ଗୀତ ରିଲିଜ କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଦ୍ବିତୀୟ ଗୀତ 'ତିଲସ୍ମି ବାହେ' ରିଲିଜ ହୋଇଛି । ଏଥିରେ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିଛି ।
'ତିଲସ୍ମି ବାହେ' ଗୀତକୁ ଶର୍ମିଷ୍ଠା ଚାଟାର୍ଜୀ ଗାଇଥିବା ବେଳେ ଏହାକୁ ବୋଲ ଏଏମ ତୁରାଜ ଲେଖିଛନ୍ତି । ସେହିପରି 'ତିଲସ୍ମି ବାହେ' ଗୀତକୁ ଫିଲ୍ମ ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ ହିଁ କପୋଂଜ କରିଛନ୍ତି । ସୋନାକ୍ଷୀ ସିହ୍ନାଏହି ଗୀତରେ ଏକ ସୁନ୍ଦର ଗୋଲ୍ଡେନ ରଙ୍ଗର ଶାଢୀ ପିନ୍ଧିଛନ୍ତି । ଫିଲ୍ମରେ ସୋନାକ୍ଷୀଙ୍କୁ 'ଫରୀନ୍ଦା' ଭୂମିକାରେ ଦେଖିବାକୁ ମିଳିବ । ଅଭିନେତ୍ରୀ ଏହି ଗୀତରେ ତାଙ୍କର ନାଚ ଓ ଅଭିନୟରେ ଫ୍ୟାନ୍ସଙ୍କ ହୃଦୟ ଜିତୁଛନ୍ତି । ଗତକାଲି (ମଙ୍ଗଳବାର) ସୋନାକ୍ଷୀ ସିହ୍ନା ଏହି ଗୀତର ଟିଜର ସେୟାର କରି ଲେଖିଥିଲେ, ' ସମସ୍ତଙ୍କୁ କହି ଦିଅନ୍ତୁ ଫରିନ୍ଦା ସମସ୍ତଙ୍କ ହୋସ ଉଡାଇବାକୁ କାଲି ଆସୁଛି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ 'ସଫଲ ବନ' ରିଲିଜ ହୋଇଥିଲା ।