ଓଡିଶା

odisha

ETV Bharat / entertainment

ଦର୍ଶକଙ୍କ ମନ ଜିତୁନି 'କଙ୍ଗୁୱା'; 11ଦିନରେ ବି କମିଲା ଆୟ - KANGUVA BOX OFFICE COLLECTION DAY11

ବକ୍ସ ଅଫିସରେ ସୂରିୟା ଏବଂ ବବି ଦେଓଲଙ୍କ ଫିଲ୍ମ 'କଙ୍ଗୁୱା' ଫେଲ୍ ମାରୁଛି । ଏହି ଫିଲ୍ମଟି 11 ଦିନ ମଧ୍ୟ କମ ଆୟ କରିଛି । ଜାଣନ୍ତୁ, ଫିଲ୍ମର କଲେକ୍ସନ କେତେ?

kanguva box office collection
kanguva box office collection (film poster)

By ETV Bharat Entertainment Team

Published : Nov 25, 2024, 10:25 AM IST

ହାଇଦ୍ରାବାଦ:ପ୍ରେକ୍ଷାଳୟରେ ଚାଲିପାରୁନି ସୂରିୟାଙ୍କ ଫିଲ୍ମ 'କଙ୍ଗୁୱା' । ଏହି ଚଳଚ୍ଚିତ୍ର ନଭେମ୍ୱର 14ରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ରିଲିଜର 12ଦିନରେ ପହଞ୍ଚିଛି । ହେଲେ ଫିଲ୍ମ ଦ4ସକଙ୍କ ମନ ଜିତିବାରେ ଅସଫଳ ହୋଇଛି। ଏପର୍ଯ୍ୟନ୍ତ 'କଙ୍ଗୁୱା' 70 କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇନାହିଁ। ଫିଲ୍ମ ପାଇଁ 70 କୋଟି ଟଙ୍କା ରୋଜଗାର କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ସୂରିୟାଙ୍କ ଏହି ଚଳଚ୍ଚିତ୍ରରୁ ଲୋକମାନେ ଆଶା କରିଥିବା ଆଶା ପୂରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଏପରିକି ସପ୍ତାହକ ମଧ୍ୟରେ, କଙ୍ଗୁୱା କିଛି ବିଶେଷ ପ୍ରଦର୍ଶନ କରିନାହିଁ। ଫିଲ୍ମର 11ଦିନର କଲେକ୍ସନ ସାମ୍ନାକୁ ଆସିଛି । ଜାଣନ୍ତୁ ଫିଲ୍ମ କେତେ ଆୟ କରିଛି ।

'କଙ୍ଗୁୱା' 11ତମ ଦିନର କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ସୂରିୟାଙ୍କ 'କଙ୍ଗୁୱା 11ତମ ଦିନରେ ମାତ୍ର 1.35 କୋଟି ଟଙ୍କା ବ୍ୟବସାୟ କରିଛି । ଗତ ଶନିବାର ଏହି ଫିଲ୍ମ 1.15 କୋଟି ଟଙ୍କା ରୋଜଗାର କରିଥିଲା । ଶୁକ୍ରବାର ଦିନ ଫିଲ୍ମର ଆୟ କୋଟିରୁ ଲକ୍ଷରେ ପହଞ୍ଚିଥିଲା । ଏହିପରି ଫିଲ୍ମର ମୋଟ କଲେକ୍ସନ 67.50 କୋଟିରେ ପରିଣତ ହୋଇଛି । ଏଭଳି ପରିସ୍ଥିତିରେ ଫିଲ୍ମ ପାଇଁ 70 କୋଟି ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡିଛି ।

କହିରଖୁଛୁ କି,350 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ 'କଙ୍ଗୁୱା' ବଜେଟର ଅଧା ମୂଲ୍ୟ ମଧ୍ୟ ଆୟ କରିପାରିନି । ତେବେ ବର୍ତ୍ତମାନ 'କଙ୍ଗୁୱା' ରୋଜଗାର କରିବାକୁ ମାତ୍ର ଗୋଟିଏ ସପ୍ତାହ ବାକି ଅଛି କାରଣ ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨' ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି। ଏପରି ସମୟରେ 'କଙ୍ଗୁୱା' ଥିଏଟରରେ ଜଲୱା ଦେଖାଇବାରେ ସଫଳ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ:22 ଦିନରେ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3'; ଏତିକି ଆୟ କଲା ଅଜୟ-କାର୍ତ୍ତିକଙ୍କ ଫିଲ୍ମ

'କଙ୍ଗୁୱା' ବିଷୟରେ କହିବାକୁ ଗଲେ,

'କଙ୍ଗୁୱା' ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ 9ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିଛନ୍ତି । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ ରିଲିଜ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details