ଓଡିଶା

odisha

ETV Bharat / entertainment

ଏହି ଦିନ ଆରମ୍ଭ ହେବ 'ବର୍ଡର ୨' ସୁଟିଂ, ସନ୍ନି ଦେଓଲଙ୍କ ସହ ଆୟୁଷ୍ମାନ ବି ଆସିବେ ନଜର - Border 2 Shooting

Border 2 Shooting: ଆଜି ବି ଲୋକେ ୯୦ଦଶକର ହିଟ୍ ଫିଲ୍ମ 'ବର୍ଡର' ଦେଖିବାକୁ ପସନ୍ଦ କରନ୍ତି । ସନ୍ନି ଦେଓଲଙ୍କ କ୍ୟାରିଅରରେ ଏହା ଏକ ହିଟ୍ ଫିଲ୍ମ । ତେବେ ବର୍ତ୍ତମାନ ଅଭିନେତା ଏହା ସିକ୍ୱେଲ ସହ ଫେରୁଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : May 21, 2024, 5:48 PM IST

ଏହି ଦିନ ଆରମ୍ଭ ହେବ 'ବର୍ଡର ୨' ସୁଟିଂ, ସନ୍ନି ଦେଓଲଙ୍କ ସହ ଆୟୁଷ୍ମାନ ବି ଆସିବେ ନଜର
ଏହି ଦିନ ଆରମ୍ଭ ହେବ 'ବର୍ଡର ୨' ସୁଟିଂ, ସନ୍ନି ଦେଓଲଙ୍କ ସହ ଆୟୁଷ୍ମାନ ବି ଆସିବେ ନଜର (Instagram/sunny deol/Ayushman Khurrana)

ହାଇଦ୍ରାବାଦ: ବଲିଉଡ ଅଭିନେତା ସନ୍ନି ଦେଓଲ 'ଗଦର' ଏବଂ 'ବର୍ଡର' ଭଳି ଫିଲ୍ମ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଗତ ବର୍ଷ (୨୦୨୩)ରେ 'ଗଦର ୨' ସହ ବକ୍ସ ଅଫିସରେ ଦମଦାର କମବ୍ୟାକ କରିଥିଲେ । ଏହି ଚଳଚ୍ଚିତ୍ର ଭଲ ରୋଜଗାର କରିବା ସହ ରେକର୍ଡ ସୃଷ୍ଟି କରିଥିଲା । ଏହା ପରେ ଏବେ ସନ୍ନି 'ବର୍ଡର'ର ସିକ୍ୱେଲ ସହ ପୁଣି ଫେରିବେ ବୋଲି ଜଣାପଡିଛି । ଏହି ଚଳଚ୍ଚିତ୍ରରେ କିଛି ପୁରୁଣା ତଥା ନୂଆ ଷ୍ଟାର୍ କାଷ୍ଟ ନଜର ଆସିବେ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ।

ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ? :ଖବର ଅନୁଯାୟୀ ଅକ୍ଟୋବର ୨୦୨୪ରେ ଫିଲ୍ମ ବର୍ଡର 2 ପାଇଁ ସୁଟିଂ ଆରମ୍ଭ ହେବ । ଏଥିରେ ସନ୍ନି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ବୋଲି ଜଣାପଡିଛି । ସନ୍ନି ଦେଓଲଙ୍କ ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ଏବଂ ଅନନ୍ୟ କରିବା ପାଇଁ ନିର୍ମାତାମାନେ କଠିନ ପରିଶ୍ରମ କରୁଛନ୍ତି । ସେ ଚାହୁଁଛନ୍ତି ଯେ ଲୋକଙ୍କ ସାମ୍ନାରେ ଏପରି ଏକ ଚଳଚ୍ଚିତ୍ର ରହିବା ଉଚିତ, ଯାହା ଦେଶଭକ୍ତି ​​ସହିତ ସେମାନଙ୍କୁ ମନୋରଞ୍ଜନ କରିବ । ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆୟୁଷ୍ମନ ଏବଂ ସନ୍ନି ଏକାଠି ନଜର ଆସିବେ ।

ଏହି ଦିନ 'ବର୍ଡର ୨' ମୁକ୍ତିଲାଭ କରିବ:-ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ର ୨୦୨୬ ମସିହାରେ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ଏହି ସିନେମାରେ ମେଜର କୁଲଦୀପ ସିଂ ଚୌଧୁରୀ ଭୂମିକାରେ ସନ୍ନି ଦେଓଲ ଅଭିନୟ କରିବେ । ଆୟୁଷ୍ମାନ ଖୁରାନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଂଶ ହେବେ, ଯିଏ ଏହି ଚଳଚ୍ଚିତ୍ରରେ ଏକ ବଳିଷ୍ଠ ଚରିତ୍ର ପ୍ଲେ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଭୂଷଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତଙ୍କ ପ୍ରଡକ୍ସନରେ ନିର୍ମିତ ହେବ ।

ଏହା ମଧ୍ୟ ପଢନ୍ତୁ:3 ଶହ କୋଟି କ୍ଲବରେ ଗଦର-2: ବର୍ଡର-୨ ନିର୍ମାଣ ନେଇ ଏହା କହିଲେ ସନ୍ନି, ଜାଣନ୍ତୁ

ସୂଚନା ଥାଉ କି, ୧୯୯୭ ମସିହାରେ ରିଲିଜ ହୋଇଥିବା 'ବର୍ଡର' ବକ୍ସ ଅଫିସର ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଷ୍ଟାର ଅଭିନୟ କରିଥିଲେ । ଏହି ହିନ୍ଦୀ ଭାଷୀ ଫିଲ୍ମଟି ବଲିଉଡ ଜଗତରେ ଏକ ଐତିହାସିକ ଫିଲ୍ମ ହୋଇ ରହିଛି । ଦର୍ଶକ ଏହି କାହାଣୀ ଓ ଫିଲ୍ମରେ ଦର୍ଶାଯାଇଥିବା ଭାରତୀୟ ସେନାଙ୍କ ସଂଘର୍ଷର କାହାଣୀ ଦେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details