ହାଇଦ୍ରାବାଦ: ଦ୍ୱିତୀୟ ସନ୍ତାନ ଜନ୍ମ କରି ଅଡୁଆରେ ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାମାତା । ପଞ୍ଜାବ ସରକାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର ସିଂ। ନିକଟରେ ସିଦ୍ଧୁ ମୁସେୱାଲାଙ୍କ ମାଆ ଆଇଭିିଏଫ( IVF) ମାଧ୍ୟମରେ ଶିଶୁ ପୁତ୍ର ଜନ୍ମ ଦେଇଥିବା ବେଳେ ବର୍ତ୍ତମାନ ସରକାର ତାଙ୍କୁ ଏହାର ପ୍ରମାଣ ମାଗୁଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅଭିଯୋଗ କରିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ବାପା ।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ବାଲକୌର ସିଂ ପଞ୍ଜାବ ସରକାରଙ୍କୁ ତାଙ୍କ ପିଲାଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଅଭିଯୋଗ କରିଛନ୍ତି । ଭିଡିଓରେ ବାଲକୌର କହିଛନ୍ତି, ''ୱାହେଗୁରୁଙ୍କ ଆଶୀର୍ବାଦରେ ଆମେ ଆମର ଶୁଭଦୀପଙ୍କୁ ଫେରାଇ ଆଣିଛୁ । କିନ୍ତୁ ସରକାର ମୋତେ ହଇରାଣ କରି ପିଲାଟିର ପ୍ରମାଣପତ୍ର ଦେବାକୁ କହୁଛନ୍ତି ।''
ସିଦ୍ଧୁ ମୁସେୱାଲାଙ୍କ ପିତା ଆହୁରି କହିଛନ୍ତି, ''ଏହି ପିଲାଟି ଆଇନଗତ ବୋଲି ପଚାରିବା ସହ ଏହାର ପ୍ରମାଣ ଦେବାକୁ ସେମାନେ ମୋତେ ବାରମ୍ୱାର କହୁଛନ୍ତି । ମୁଁ ସରକାରଙ୍କୁ, ବିଶେଷକରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ସମସ୍ତ ଚିକିତ୍ସା ଯାଏଁ ହୟାକରି ଅପେକ୍ଷା କରନ୍ତୁ। ମୁଁ ଏଠାରେ ହିଁ ରହୁଛି ଏବଂ ଚିକିତ୍ସା ପରେ ଯେଉଁଠାରେ ଆପଣମାନେ ମୋତେ ପଚରାଉଚରା କରିବା ପାଇଁ ଡାକିବେ, ମୁଁ ଆସିବି ।''