ଓଡିଶା

odisha

ETV Bharat / entertainment

କ୍ରିତି ସାନନଙ୍କ ଏହି ଗୀତ ନେଇ ଭଡକିଲେ ପାକିସ୍ତାନ ଅଭିନେତା, କହିଲେ- 'କିଛି ତ ସମ୍ମାନ ଦେଖାଅ'

କ୍ରିତି ସାନନଙ୍କ ଫିଲ୍ମ 'ଦୋ ପତି'ର 'ଅଖିଆଁ ଦେ କୋଲ' ନିକଟରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଗୀତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପାକିସ୍ତାନ ଅଭିନେତା ଅଦନାନ ସିଦ୍ଦିକି ।

Kriti Sanon in a still from Akhiyaan De Kol
Kriti Sanon in a still from Akhiyaan De Kol (Photo: Song poster)

By ETV Bharat Entertainment Team

Published : 4 hours ago

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ କାଜୋଲ ଏବଂ କ୍ରିତି ସାନନ ଖୁବଶୀଘ୍ର ଫିଲ୍ମ 'ଦୋ ପତି' ସହ ପରଦାକୁ ଫେରୁଛନ୍ତି । ନିକଟରେ ଫିଲ୍ମର ଗୀତ 'ଅଖିଆଁ ଦେ କୋଲ' ରିଲିଜ ହୋଇଥିଲା । ଯେଉଁଥିରେ କ୍ରିତି ସାନନଙ୍କୁ ଜବରଦସ୍ତ ଡ୍ୟାନ୍ସ ମୁଭ୍ସ କରିଥିବା ବେଳେ ବର୍ତ୍ତମାନ ଏହି ଗୀତକୁ ନେଇ ସମାଲୋଚନା କରାଯାଇଛି । ପାକିସ୍ତାନ ଅଭିନେତା ଅଦନନ୍ ସିଦ୍ଦିକି 'ଦୋ ପତି'ର 'ଅଖିଆଁ ଦେ କୋଲ' ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଖୁବ୍ ବର୍ଷିଛନ୍ତି ।

'ଅଖିଆଁ ଦେ କୋଲ' ରିମେକ ନେଇ ଭଡ଼କିଲେ ପାକ୍ ଅଭିନେତା

ସଂଗୀତ ଏବଂ ଚଳଚ୍ଚିତ୍ର ଦୁନିଆରେ ରିମେକ୍ କିଛି ନୂଆ କଥା ନୁହେଁ । ସେହିପରି 'ଦୋ ପତି'ର 'ଅଖିଆଁ ଦେ କୋଲ' ମଧ୍ୟ ଭେଟେରାନ୍ ଗାୟକ ରେଶ୍ମାଙ୍କ ଦ୍ୱାରା ଗାନ କରାଯାଇଥିଲା । ତାହାର ରିମେକ ଅଟେ । ଗୀତରେ କିତ୍ରିଙ୍କ ଜବରଦସ୍ତ ମୁଭ୍ସ କରି ଚାର୍ ଚାନ୍ଦ୍ ଲଗାଇଥିଲେ ସୁଦ୍ଧା ଏହି ରିମେକ୍ ଲୋକଙ୍କୁ ପସନ୍ଦ ଆସୁନାହିଁ । ବର୍ତ୍ତମାନ ପାକିସ୍ତାନ ଅଭିନେତା ସିଦ୍ଦିକି ଗୀତ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏକ୍ସରେ ଗୀତ ପୋଷ୍ଟର ସେୟାର କରି ଖରାପ ନକଲ ହୋଇଛି ଏବଂ ଭେଟେରାନ୍ ଗାୟକ ରେଶ୍ମାଙ୍କୁ ସମ୍ମାନ ଦିଅ ବୋଲି କହିଛନ୍ତି । ସେ ଲେଖିଛନ୍ତି, ''ନକଲ କରିବା ଭଲ ଲାଗିପାରେ ହେଲେ ତେବେ ନୁହଁ ଯେତେବେଳେ ଏହା ଜଣେ ଭେଟେରାନଙ୍କ ଲେଖା ହୋଇଥିବା କ୍ଲାସିକର ଧଜିଆ ଉଡାଉଥିବ । ଦୟାକରି ରେଶ୍ମା ଜୀ ଏବଂ ତାଙ୍କ ପ୍ରତି ସମ୍ମାନ ଦେଖାନ୍ତୁ । ତାଙ୍କ ମ୍ୟୁଜିକକୁ ମର୍ଯ୍ୟାଦାର ସହ ବ୍ୟବହାର କରନ୍ତୁ ।''

ଅଭିନେତାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଅନେକ ୟୁଜର୍ସ ଏହାକୁ ସମର୍ଥନ କରିଛନ୍ତି । ସେହିପରି ପାକିସ୍ତାନୀ ଅଭିନେତ୍ରୀ ମିଶ୍ରି ଖାନ ମଧ୍ୟ ନୂତନ ସଂସ୍କରଣକୁ ସମାଲୋଚନା କରି ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, 'ଗୀତକୁ ଖରାପ କରିଦେଲ... ତୁମ ପାଇଁ ଲଜ୍ଜା ।' କହିରଖୁଛୁ କି, ସଙ୍ଗୀତକାର ଖାନ ମହମ୍ମଦ ଏବଂ ଗୀତିକାର ସେହରାଇ ଗୁରୁଦାସ ପୁରୀଙ୍କ ଦ୍ୱାରା ରଚିତ ମୂଳ ଗୀତ 'ଅଖିଆଁ ଦେ କୋଲ' ପାକିସ୍ତାନୀ ଏବଂ ଭାରତୀୟ ସଙ୍ଗୀତ ଇତିହାସରେ ଏକ ସ୍ମରଣୀୟ ହୋଇପାରିଛି । ରେଶ୍ମା, ଯିଏ ନିଜ ​​ସ୍ୱର ସହ ଏହି ଗୀତକୁ ଜୀବନ୍ତ କରିଥିଲେ । 'ଦମ ଦମ୍ ମସ୍ତ କଲନ୍ଦର ଏବଂ ଲମ୍ବି ଯୁଦାଇ' ପରି ଅନ୍ୟ ହିଟ୍ ଗୀତ ପାଇଁ ସେ ସ୍ମରଣୀୟ । ତେବେ 'ଦୋ ପତି'ରେ ଏହି ଗୀତଟି ତନିସ୍କ ବାଗଚିଙ୍କ ରଚନା କରିଥିବା ବେଳେ ଶିଳ୍ପା ରାଓ କଣ୍ଠଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:୪ ମାସ ପରେ ସରିଲା କାଜୋଲ-କ୍ରିତିଙ୍କ ଫିଲ୍ମ 'ଦୋ ପତି'ର ସୁଟିଂ, ଏହି ଦିନ ହେବ ରିଲିଜ

ଏହି ଦିନ ରିଲିଜ ହେବ 'ଦୋ ପତି'

ସୂଚନା ଥାଉ କି, କାଜୋଲ ଏବଂ କ୍ରିତି ସାନନ୍ ୮ ବର୍ଷ ପୂର୍ବେ 'ଦିଲ୍‌ୱାଲେ'ରେ ଏକାଠି କାମ କରିଥିଲେ । ଏବେ ଦୁହେଁ ପୁଣି ଥରେ ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ପ୍ରସ୍ତୁତ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଚତୁର୍ବେଦ୍ଦୀ । ୨୦୨୪, ଅକ୍ଟୋବର 25ରେ ଓଟିଟି ଫ୍ଲାଟଫର୍ମ୍‌ ନେଟଫ୍ଲିକ୍ସରେ ଏହି ଫିଲ୍ମ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details