ETV Bharat / entertainment

'ସିଙ୍ଘମ ଏଗେନ'ରେ ସଲମାନଙ୍କ ଏଣ୍ଟ୍ରି, 5ବର୍ଷ ପରେ ଚୁଲବୁଲ ପାଣ୍ଡେ ଭାବେ ପୁଣି ଦେଖାଇବେ ଜଲୱା

ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । 'ସିଙ୍ଘମ ଏଗେନ'ରେ ନଜର ଆସିବେ ଭାଇଜାନ । ଚୁଲବୁଲ ପାଣ୍ଡେ ଭାବେ ପୁଣି ପରଦାରେ ଜଲୱା ଦେଖାଇବେ ଅଭିନେତା ।

salman khan in singham again
salman khan in singham again (Movie Posters)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ବଲିଉଡ ତାରକା ଅଜୟ ଦେବଗନ ଏବଂ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ସେମାନଙ୍କର ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ସହ ଦିୱାଲୀରେ ଫେରୁଛନ୍ତି । ଏହା ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିବା ବେଳେ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ଏଣ୍ଟ୍ରି ନେଇ ମଧ୍ୟ ଗତ କିଛି ଦିନ ହେବ କଳ୍ପନାଜଳ୍ପନା ଚାଲିଥିଲା । ତେବେ ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ଅଜୟ ଦେବଗନଙ୍କ ଫିଲ୍ମରେ ସଲମାନ ଖାନ ନଜର ଆସିବେ । ଏହା ପୂର୍ବରୁ କୁହାଯାଇଥିଲା ଯେ ଲରେନ୍ସ ବିଷ୍ଣୌଇର ଧମକ ଯୋଗୁଁ ଫିଲ୍ମ 'ସିଙ୍ଘମ ଏଗେନ'ରେ ସଲମାନ ଖାନ ନଜର ଆସିବେ ନାହିଁ । ସଲମାନ ଖାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଭାଇଜାନ ଏବେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ।

ଏହି ଭୂମିକାରେ ନଜର ଆସିବେ ସଲମାନ ଖାନ

'ସିଙ୍ଘମ ଏଗେନ'ର ନିର୍ମାତା ନିଶ୍ଚିତ କରିଛନ୍ତି ଯେ ସଲମାନ ଖାନ ଏହି ଫିଲ୍ମରେ କ୍ୟାମିଓ ଭୂମିକାରେ ନଜର ଆସିବେ ଏବଂ ସେ ଅଜୟ ଦେବଗନଙ୍କ ସହ ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି । 'ସିଙ୍ଘମ ଏଗେନ'ରେ ସଲମାନ ଖାନଙ୍କୁ 'ଦବାଙ୍ଗ' ଫ୍ରାଞ୍ଚାଇଜର ଚୁଲବୁଲ ପାଣ୍ଡେ ଭୂମିକାରେ ନଜର ଆସିବେ । ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ବାଜିରାଓ ସିଙ୍ଘମଙ୍କ ସହ ଚୁଲବୁଲ ପାଣ୍ଡେଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ ଏବଂ ଉଭୟଙ୍କୁ ଏକାଠି ଭିଲେନ୍ ହତ୍ୟା କରୁଥିବା ନଜର ଆସିବେ ।

ସଲମାନଙ୍କ ଫ୍ୟାନ୍ସ ଉତ୍ସାହିତ

ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ୍, ରୋହିତ ଶେଟ୍ଟୀଙ୍କ 'ସିଙ୍ଘମ ଏଗେନ'ରେ କରୀନା କପୁରଙ୍କ ସହ ସଲମାନ ଖାନଙ୍କ ସଙ୍ଗଠନ ନିଶ୍ଚିତ ଭାବରେ କାହାଣୀକୁ ଏକ ଚମତ୍କାର ମୋଡ଼ ଦେବାକୁ ଯାଉଛି । 5 ବର୍ଷ ପରେ ସଲମାନ ଖାନଙ୍କୁ ଫୁଲବୁଲ ପାଣ୍ଡେ ଭୂମିକାରେ ନଜର ଆସିବାକୁ ଥିବା ବେଳେ ବଡ ପରଦାରେ ବାଜିରାଓ ସିଙ୍ଘମ ଏବଂ ଚୁଲବୁଲ ପାଣ୍ଡେଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସ ବେଶ ଉତ୍ସାହିତ ହୋଇଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଏନେଇ ପ୍ରତିକ୍ରିୟା ଦେଇ ଫିଲ୍ମ ଧମାକା କରିବା ସହ ବ୍ଲକବ୍ଲଷ୍ଟର ହେବ ବୋଲି ଅନୁମାନ କରିଛନ୍ତି ।

ସଲମାନ ଖାନ 'ଦବଙ୍ଗ'ରେ ଲୋକପ୍ରିୟତା ହାସଲ କରିଥିଲେ

ଚୁଲବୁଲ ପାଣ୍ଡେ ବଲିଉଡର ଏକ ଲୋକପ୍ରିୟ ଚରିତ୍ର । ସଲମାନ ଖାନଙ୍କୁ ପ୍ରଥମେ 'ଦବଙ୍ଗ' (2010) ରେ ଦେଖିବାକୁ ମିଳିଥିଲା, ଯାହାକୁ ଅନୁରାଗ କଶ୍ୟପଙ୍କ ଭାଇ ଅଭିନାଭ କଶ୍ୟପ ନିର୍ଦ୍ଦେଶନା ଦେଇଥିଲେ। 'ଦବଙ୍ଗ'ର ଅତୁଳନୀୟ ସଫଳତା ପରେ ସଲମାନ ଖାନଙ୍କୁ 'ଦବଙ୍ଗ ୨' ଏବଂ 'ଦବଙ୍ଗ 3' ରେ ଚୁଲବୁଲ ପାଣ୍ଡେ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ତିନୋଟି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ଭୂମିକାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅଜୟ ଦେବଗନଙ୍କ ଦମଦାର ଲୁକ ଆଉଟ, ସିଂହ ରୂପରେ ଆସିଲେ ନଜର

ଏହି ଦିନ ପରଦାକୁ ଆସିବ 'ସିଙ୍ଘମ ଏଗେନ'

ସିଙ୍ଘମ ଏଗେନ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, ଅଜୟ ଦେବଗନ, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। 'ସିଙ୍ଘମ ଏଗେନ' ଦିୱାଲୀ ଅବସରରେ ନଭେମ୍ୱର 1ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ସେପଟେ ଏହି ଫିଲ୍ମର ରିଲିଜ ଦିନ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଭୁଲ ଭୁଲେୟା 3' ମଧ୍ୟ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ 'ସିଙ୍ଘମ ଏଗେନ' ଏବଂ 'ଭୁଲ ଭୁଲେୟା 3' ମଧ୍ୟରେ ବି କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.