ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି; 'ଦ ରାଜା ସାବ୍' ମୋଶନ ପୋଷ୍ଟର ଆଉଟ୍, ଦେଖିବାକୁ ମିଳିଲା ପ୍ରଭାସଙ୍କ ଭିନ୍ନ ଲୁକ୍

ଆଜି ପ୍ରଭାସଙ୍କ 45ତମ ଜନ୍ମଦିନ । ଏହି ଅବସରରେ ଫ୍ୟାନ୍ସଙ୍କୁ ଉପହାର ମିଳିଛି । ବାସ୍ତବରେ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦ ରାଜା ସାବ'ର ପ୍ରଥମ ଝଲକ ସାମ୍ନାକୁ ଆସିଛି ।

The RajaSaab Motion Poster
The RajaSaab Motion Poster (Film Poster)
author img

By ETV Bharat Entertainment Team

Published : 3 hours ago

Updated : 3 hours ago

ହାଇଦ୍ରାବାଦ: ଆଜି (ଅକ୍ଟୋବର 23) 45 ବର୍ଷରେ ପଦାର୍ପଣ କଲେ ସାଉଥ ସୁପରଷ୍ଟାର ପ୍ରଭାସ । ଏହି ବିଶେଷ ଅବସରରେ ସେ ନିଜ ପ୍ରଶଂସକଙ୍କୁ ଏକ ରିଟର୍ନ ଉପହାର ଦେଇଛନ୍ତି । ପ୍ରଭାସ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରାଜା ସାବ’ର ମୋଶନ ପୋଷ୍ଟର ରିଲିଜ କରିଛନ୍ତି । ନିକଟରେ ନିର୍ମାତାମାନେ ଘୋଷଣା କରିଥିଲେ ଯେ ସେମାନେ ପ୍ରଭାସଙ୍କ ଜନ୍ମଦିନରେ କିଛି ବିଶେଷ ଆଣିବାକୁ ଯାଉଛନ୍ତି। ଯାହା ପରେ ପ୍ରଶଂସକମାନେ ଉତ୍ସାହିତ ହେଲେ ଏବଂ ଶେଷରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ମୋଶନ ପୋଷ୍ଟର ରିଲିଜ କରି ନିର୍ମାତା ଫିଲ୍ମରୁ ପ୍ରଭାସଙ୍କ ଝଲକ ଦେଖାଇଛନ୍ତି ।

'ଦ ରାଜା ସାବ'ର ମୋଶନ ପୋଷ୍ଟର ରିଲିଜ

'ଦ ରାଜା ସାବ'ର ମୋସନ ପୋଷ୍ଟର ଦମଦାର ରହିଛି । ମୋଶନ ପୋଷ୍ଟରରେ ପ୍ରଭାସଙ୍କ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରଭାସ ରାଜା ଭଳି ଲୁକ ସହ ଏକ ସିଂହାସନରେ ବସିଥିବାର ଦେଖିବାକୁ ମିଳିଛି । 'ରାଜା ସାବ'ର ଏହି ମୋଶନ ପୋଷ୍ଟରରେ ପ୍ରଭାସ ଆଜି ପର୍ଯ୍ୟନ୍ତ ସବୁଠାରୁ ଭିନ୍ନ ଗେଟଅପ୍ ରେ ନଜର ଆସିଛନ୍ତି । ରିଲିଜ୍ ହେବା ମାତ୍ରେ ମୋଶନ ପୋଷ୍ଟର ଭାଇରାଲ ହୋଇଛି । ଫ୍ୟାନ୍ସ ଏହାକୁ ଖୁବ ପସନ୍ଦ କରୁଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଲେକ୍ସନରେ ଟଲିଉଡ ତାରକାଙ୍କ ମଧ୍ୟରେ ପ୍ରଭାସ 1 ନମ୍ବର, Jr NTR-ଅଲ୍ଲୁ ଅର୍ଜୁନକୁ ବି ପକାଇଛନ୍ତି ପଛରେ

ଡବଲ୍ ରୋଲ୍ ରେ ନଜର ଆସିପାରନ୍ତି ପ୍ରଭାସ

ପୋଷ୍ଟର ରିଲିଜ କରି ନିର୍ମାତାମାନେ ଲେଖିଛନ୍ତି, 'ରୟାଲ୍ ବୟ ବ୍ଲଡ, ରିବେଲ ବାଏ ଚୟସ, ସେ ତାକୁ ନେଇକି ରହିବେ ଯାହା ତାଙ୍କର ଥିଲା ।' ପ୍ରଭାସଙ୍କ ଏହି ପୋଷ୍ଟର ରିଲିଜ୍ ହେବା ମାତ୍ରେ ଫ୍ୟାନ୍ସ କମେଣ୍ଟ ବର୍ଷା କରିଛନ୍ତି । ଅଧିକାଂଶ ଫ୍ୟାନ୍ସ ଏହି ଚଳଚ୍ଚିତ୍ରରେ ପ୍ରଭାସ ଏକ ଡବଲ ଭୂମିକାରେ ରହିବେ ବୋଲି ଚର୍ଚ୍ଚା କରିଛନ୍ତି । ଜଣେ ଲେଖିଛନ୍ତି, ଡବଲ୍ ରୋଲ୍ ୱା କ’ଣ ଜିନିଷ । ଆଉ ଜଣେ ଲେଖିଛନ୍ତି, ପ୍ରଭାସ ଦାଦା ଏବଂ ନାତି ଭୂମିକାରେ ଅଭିନୟ କରୁଛନ୍ତି କି? ଜଣେ ପ୍ରଶଂସକ ଲେଖିଛନ୍ତି, କି ଲୁକ୍, ରିବେଲ ଷ୍ଟାର ସବୁବେଳେ ରକ୍ । ଅନ୍ୟ ଜଣେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ତୁମେ ସୁନ୍ଦର ଉପହାର ଦେଇଛ ।

ଏହା ମଧ୍ୟ ପଢନ୍ତୁ: ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ୍; 'ଦ ରାଜା ସାବ୍' ନୂଆ ପୋଷ୍ଟର ଆଉଟ୍, ଜନ୍ମଦିନରେ ସାମ୍ନାକୁ ଆସିବ ଖାସ୍ ଝଲକ

'ଦ ରାଜା ସାବ୍' ଏହି ଦିନ ପରଦାକୁ ଆସିବ

ମାରୁତି ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ସେ ହିଁ ଲେଖିଛନ୍ତି । ସେହିପରି ଏହି ଫିଲ୍ମର ମ୍ୟୁଜିକ ଜାତୀୟ ପୁରସ୍କାର ବିଜେତା ଥମନ ଏସ ପ୍ରସ୍ତୁତ କରିବେ ଏବଂ ଫିଲ୍ମର ନିର୍ମାତା ଅଟନ୍ତି ଟିଜି ବିଶ୍ବ ପ୍ରସାଦ । ଏଥିସହ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମ ଭାଷାରେ ଆସନ୍ତାବର୍ଷ (2025) ଏପ୍ରିଲ 10ରେ ରିଲିଜ ହେବ । ଏହି ମଜାଳିଆ ଚଳଚ୍ଚିତ୍ରରେ ପ୍ରଭାସ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ । ପ୍ରଭାସଙ୍କ ବ୍ୟତୀତ ମାଲଭିକା ମୋହନାନ ଏବଂ ନିଧି ଅଗ୍ରୱାଲ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.