ETV Bharat / state

ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ

ସ୍ଥଳଭାଗ ଛୁଇଁବାକୁ ମାଡ଼ି ଆସୁଛି ଦାନା । ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଆରମ୍ଭ କରିଛି ପ୍ରଶାସନ । ତେବେ କେତେ ସୁରକ୍ଷିତ ଅଛି ଆଶ୍ରୟସ୍ଥଳୀ ?

Cyclone Shelter Center
Cyclone Shelter Center (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 2 hours ago

ଭଦ୍ରକ/ପୁରୀ/ବାଲେଶ୍ବର/କଟକ: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା' । ଓଡିଶା ଉପକୂଳର କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା । ଉପକୂଳବର୍ତ୍ତୀ ତଥା ଆଭ୍ୟନ୍ତରୀଣ ଜିଲ୍ଲା ଉପରେ ବାତ୍ୟାର ପ୍ରଭାବ ପଡିବାର ଆଶଙ୍କା ରହିଥିବାରୁ ରାଜ୍ଯ ସରକାର ଏହି ସବୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ ନିଆଯିବ । ତେବେ ଲୋକମାନଙ୍କ ପାଇଁ କେତେ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ । ଆଶ୍ରୟସ୍ଥଳୀରେ କିପରି କରାଯାଇଛି ବ୍ୟବସ୍ଥା । କେଉଁ ଜିଲ୍ଲାରେ କିପରି ରହିଛି ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ?

Cyclone Shelter Center (ETV Bharat Odisha)
ଭଦ୍ରକ:

ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ଥିବା ୧୦୫ଟି ବାତ୍ୟା ଆଶ୍ରୟସ୍ଥଳୀ ସହିତ ପ୍ରାୟ ୫୯୮ଟି ବିଦ୍ୟାଳୟକୁ ସେଲଟର କରିବା ପାଇଁ ସ୍ଥିର କରାଯାଇଛି । ପ୍ରାୟ ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ସ୍ଥିର ହୋଇଛି । ଆବଶ୍ୟକ ସ୍ଥଳେ ଯଥାଶୀଘ୍ର ସମୁଦ୍ର ଉପକୁଳବର୍ତ୍ତୀ ଅଞ୍ଚଳରେ ଥିବା ଗୁରୁତ୍ୱପୂର୍ଣ୍ଣ ୧୪ଟି ପଞ୍ଚାୟତର ଥିବା ୭୨ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସ୍ଥିର ହୋଇଛି । ତେବେ ସମୁଦାୟ ୧୦୫ଟି ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ସମ୍ପୁର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ତେଣୁ ଏହାର ଗ୍ରାଉଣ୍ଡ ଜିରୋ ସ୍ଥିତି କେମିତି ଅଛି, ସେନେଇ ଆମେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ କାଉପୁର ଠାରେ ଥିବା ବହୁମୂଖୀ ଆଶ୍ରୟସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛି ଇଟିଭି ଭାରତ । ସେଗୁଡ଼ିକରେ ଉପଲବ୍ଧ ଥିବା ପାନୀୟ ଜଳ ଯୋଗାଣ, ଶୌଚାଳୟ, ଜେନେରେଟର, ଆସ୍କା ଲାଇଟ୍, ଯାନ୍ତ୍ରିକ କଟର, ପରିଷ୍କାର ପରିଚ୍ଛନ୍ନତା ଏବଂ ଆନୁସଙ୍ଗିକ ସମସ୍ତ ଉପକରଣ ସଚଳ ଅବସ୍ଥାରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ନିରାପଦ ସ୍କୁଲ ଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳୀ ରୂପେ ଚିହ୍ନଟ କରିବାକୁ କୁହାଯାଇଛି ।

ଭଦ୍ରକରେ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥିତି:

ଏଥିସହ ବାତ୍ୟା ପ୍ରଭାବରେ ତଳିଆ ଜଳମଗ୍ନ ହେଉଥିବା ଅଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ହେଲେ ସଂପୃକ୍ତ ଅଞ୍ଚଳରୁ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ପ୍ରାଶାସନିକ ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି ସମସ୍ତ ଆଶ୍ରୟସ୍ଥଳୀରେ ଶୁଖୁଲା ଖାଦ୍ୟ, ରନ୍ଧା ଖାଦ୍ୟ ପାଇଁ ଆବଶ୍ୟକ ଉପକରଣ, ଔଷଧ, ଶିଶୁ ଖାଦ୍ୟ ଆଦି ମହଜୁଦ ରଖୁବା ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଗର୍ଭବତୀ ମହିଳା ଏବଂ ଆସନ୍ନ ପ୍ରସବ ମହିଳାଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଜିଲ୍ଲାରେ ସେହି ପ୍ରକ୍ରିୟା ଆରମ୍ଭ ହୋଇଛି । ପାନୀୟ ଜଳର ବ୍ୟବସ୍ଥା ସହିତ ଅଗ୍ନିଶମ ବାହିନୀକୁ ସମୁଦ୍ର ଉପକୁଳବର୍ତ୍ତୀ ଅଞ୍ଚଳକୁ ପଠାଯିବା ପାଇଁ ପ୍ରଶାସନିକ ସ୍ଥିର ହୋଇଛି । ଏଥିସହ ବିଭିନ୍ନ ସ୍ଥାନରେ NDRAF ଟିମ ଏବଂ ODRAF ଟିମ ମୁତୟନ କରାଯାଇଛି । ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକକୁ ପଠା ଯାଇଛି । ସେମାନେ ସେଠାରେ ବିଡ଼ିଓ ଓ ତହସିଲଦାରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ସହିତ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲାପାଳଙ୍କ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ମୋଟାମୋଟି ଏହି ବାତ୍ୟାକୁ ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

କିଭଳି ପ୍ରସ୍ତୁତ ପୁରୀ ପ୍ରଶାସନ:

ସେପଟେ ପୁରୀରେ ବାତ୍ଯାର ବିଶେଷ ପ୍ରଭାବ ପଡ଼ିବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ତେବେ ଲୋକଙ୍କୁ ସୁରକ୍ଷାରେ ରଖିବା ନେଇ ହୋଇଥିବା ଅନେକ ବାତ୍ୟା ଆଶ୍ରୟସ୍ଥଳୀ ଅବ୍ୟବସ୍ଥା ଘେରରେ ରହିଛି । ପୁରୀ ପେଣ୍ଠକଟା ବାତ୍ୟା ଆଶ୍ରୟସ୍ଥଳୀରେ ଅନେକ ସମସ୍ୟା ରହିଛି । ବାତ୍ୟା ଆଶ୍ରୟସ୍ଥଳୀର ସଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପ୍ଲାଷ୍ଟର ଖସୁଛି । ଫଳରେ ଲୋକମାନେ ଆହାତ ହେବାର ଆଶଙ୍କା ରହିଛି । ସେହିପରି ସଠିକ ଭାବେ ଶୌଚାଳୟ କାର୍ଯ୍ୟ କରୁନାହିଁ । ବିଦ୍ୟୁତ୍ ତାର ଗୁଡ଼ିକ ଅସୁରକ୍ଷିତ ଭାବେ ଖୋଲାରେ ରହିଛି । ଯାହାଦ୍ଵାରା ବିଦ୍ୟୁତ୍ ଆଘାତ ଘଟଣା ଘଟିବାର ଆଶଙ୍କା ରହିଛି । ଅନେକ ବୋର୍ଡ ସୁଇଚ, ପଙ୍ଖା କାର୍ଯ୍ୟ କରୁନି । ଜେନେରେଟର ସେଟ୍ ଅଚଳ ହୋଇପଡ଼ିଛି । ବାତ୍ୟା ଆଶ୍ରୟସ୍ଥଳୀକୁ ଉପଯୁକ୍ତ ସୁରକ୍ଷା ରଖା ଯାଇନଥିବାରୁ ଅସାମାଜିକ ଲୋକମାନେ ପରିସର ଭିତରେ ମଦ୍ୟପାନ କରୁଛନ୍ତି । ଭଙ୍ଗା ମଦ ବୋତଲ ପଡୁଥିବାରୁ ଲୋକେ ଆହତ ହେବାର ଆଶଙ୍କା ରହିଛି । ଏଭଳି ଅବ୍ୟବସ୍ଥାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବାତ୍ୟା ଆଶ୍ରୟସ୍ଥଳୀକୁ ଠିକ୍‌ରେ ରକ୍ଷଣା ବେକ୍ଷଣ କରାଯାଉନାହିଁ:

ପୁରୀ ପେଣ୍ଠକଟା ବାସିନ୍ଦା ବିସ୍ମୟ ମିଶ୍ର କହିଛନ୍ତି, "ପୂର୍ବରୁ ଆମେ ବାତ୍ୟା ଫନିକୁ ଦେଖି ସରିଛୁ । ବାତ୍ୟା 'ଦାନା'କୁ ନେଇ ପ୍ରଶାସନ ପକ୍ଷରୁ ଯାହା ସତର୍କ ସୂଚନା ଦିଆଯାଇଛି ତାହା ଆମେ ପାଳନ କରିବୁ । ପ୍ରଶାସନ ପକ୍ଷରୁ ସଚେତନ କରାଯାଉଅଛି । ଆମେ ମଧ୍ୟ ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ପ୍ରସ୍ତୁତ ରହିଛୁ । ପେଣ୍ଠକଟାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ଯୋଗୁ ଏଠାକୁ କେହି ଲୋକ ଆସିବାକୁ ରାଜି ହେଉ ନାହାନ୍ତି । ଯେଉଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ତାହା ନାମକୁ ମାତ୍ର । ବାତ୍ୟା ଆସିଲେ କେବଳ ପ୍ରଶାସନର ବାତ୍ୟା ଆଶ୍ରୟସ୍ଥଳ କଥା ମନେପଡେ । ଏଠାରେ ନିଶାଖୋରମାନେ ନିଶା ସେବନ କରୁଛନ୍ତି । ଶୌଚାଳୟ ଥିଲେ ମଧ୍ୟ ତାହା ଠିକରେ କାର୍ଯ୍ୟ କରୁନାହିଁ । ବିଦ୍ୟୁତ୍ ତାର ବିପଦ ଜନକ ଅବସ୍ଥାରେ ରହିଛି । ଫଳରେ ବିଦ୍ୟୁତ୍ ଆଘାତରେ ଜୀବନହାନୀର ଆଶଙ୍କା ରହିଛି । ଲାଇନ ରହିବା ପାଇଁ ଥିବା ଜେନେରେଟର ଅଚଳ ଅବସ୍ଥାରେ ରହିଛି । କାନ୍ଥ ଓ ଛାତରୁ ପ୍ଲାଷ୍ଟର ଖସୁଛି । ଏହାର ରକ୍ଷଣା ବେକ୍ଷଣ ପାଇଁ ଥିବା କମିଟି ସଦସ୍ୟମାନେ ବାତ୍ୟା ଆଶ୍ରୟସ୍ଥଳୀର ରକ୍ଷଣା ବେକ୍ଷଣ କରୁନାହାନ୍ତି । ନୂଆ କମିଟି ଗଠନ କରାଯାଇ ସ୍ବେଛାସେବୀଙ୍କୁ ରଖାଯାଉ । ଏଭଳି ବହୁ ଅବ୍ୟବସ୍ଥା ଯୋଗୁଁ ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ପାଇଁ ସୁରକ୍ଷିତ ମନେ କରୁନାହାନ୍ତି । ବାତ୍ୟା ଆଶ୍ରୟସ୍ଥଳୀର ଭଲରେ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯାଉ ।"

ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ଉଚିତ୍‌:

ପୁରୀ ସହରର ବୁଦ୍ଧିଜୀବୀ ଶ୍ରୀମନ୍ତ ଦାଶ କହିଛନ୍ତି, "ବାତ୍ୟା ପାଇଁ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଦେଇଛନ୍ତି ତାହାକୁ ଭଲରେ ସଚେତନତା କରାଯିବା ଉଚିତ୍ । ଲୋକମାନେ ସରକାରଙ୍କ ନିର୍ଦ୍ଦେଶ ମାନିବା ଉଚିତ୍ । ଏହାଦ୍ବାରା ଧନ ଜୀବନ ସୁରକ୍ଷିତ ହୋଇ ପାରିବ । ପୂର୍ବରୁ ଅନେକ ବାତ୍ୟା ଆମେ ଦେଖିଛେ । ଭୟଭୀତ ନ ହୋଇ ବାତ୍ୟା ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଆମେ ସୁରକ୍ଷା ଦେବା । ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନ ସଠିକ୍ ଭାବେ ରକ୍ଷଣାବେକ୍ଷଣ କରିବା ଉଚିତ୍ । ଅନେକ ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ରହିଛି । କେବଳ ବାତ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳୀକୁ ତରବରିଆ ଭାବେ ପ୍ରସ୍ତୁତ କରାଯାଉଅଛି । ଏହାକୁ ସବୁ ବେଳେ ପ୍ରସ୍ତୁତ ରଖିବା ଉଚିତ୍ । କାରଣ ବାତ୍ୟାକୁ ଛାଡି କେତେବେଳେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ହଠାତ୍ ଆସିବାର ସମ୍ଭାବନା ରହିଛି । ସବୁବେଳେ ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ସହ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍ ।"

ବାଲେଶ୍ବରରେ ପ୍ରସ୍ତୁତି:

ସେପଟେ ବାଲେଶ୍ୱରରେ ବାତ୍ୟା 'ଦାନା' ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ ଥିବା ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ଅତିରିକ୍ତ ୭୦୦ଟି ସୁରକ୍ଷିତ ସ୍ଥାନ ବ୍ୟବସ୍ଥା କରାଯାଇଛି । ସମୁଦାୟ ୧୨ଟି ବ୍ଲକର ୪ ଲକ୍ଷ ୫୦ ହଜାର ଲୋକ ବାତ୍ୟା ଯୋଗୁଁ ପ୍ରଭାବିତ ହେବା ନେଇ ସୂଚନା ଦିଆଯାଇଛି । ସବୁଠୁ ବଡ଼ କଥା ହେଲା ଜିଲ୍ଲାରେ ଥିବା ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ଅନେକ ସମୟରେ ଅଵ୍ୟଵସ୍ଥା ନେଇ ଅଭିଯୋଗ ହୋଇଆସେ । ଏଥିପ୍ରତି ଧ୍ୟାନ ଦିଆଯାଇଥିବା ଜଣାପଡ଼ିଛି । ଓଡ୍ରାଫର ୬ଟି ଏବଂ NDRFର ୩ଟି ଟିମ ସମୁଦ୍ର କୂଳିଆ ଅଞ୍ଚଳରେ ମୁତୟନ ହୋଇଛନ୍ତି । ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି । ଅନ୍ୟପଟେ ଏଭଳି ପରିସ୍ଥିତି ଭିତରେ ସଦର ବ୍ଲକ କଷାଫଳରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କାନ୍ଥ ଫାଟିବା ସହ ଛାତରୁ ଅତଡ଼ା ଖସିଥିବା ଦେଖିବାକୁ ମିଳିଛି । ଏହା ଉପରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜରୁରୀ କାଳୀନ ଅଧିକାରୀଙ୍କ ପ୍ରତିକ୍ରିୟା:

ଲୋକଙ୍କ ସ୍ଥାନାନ୍ତର ଏବଂ ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା ନେଇ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଇକୃଷ୍ଣ ଜେନା କହିଛନ୍ତି, "ବାତ୍ୟା ଦାନା ପାଇଁ ଆମର ଯେଉଁ ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ରହିଛି ସେସବୁ ପ୍ରସ୍ତୁତ କରାଯାଇଛି । ପାଖାପାଖି ୭୫୦ରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଛି । ସମୁଦ୍ର କୂଳିଆ ଅଞ୍ଚଳରେ ବିଡିଓ ଏବଂ ତହସିଲଦାରଙ୍କ ତତ୍ୱାବଧାନରେ ବର୍ତ୍ତମାନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳୀରେ ପାନୀୟ ଜଳର ସମସ୍ୟା ଥିଲା ତାହା ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇଯାଇଛି । RWSS ଅଧିକ୍ଷଣ ଯନ୍ତ୍ରୀଙ୍କ ତତ୍ୱାବଧାନରେ କାମ କରାଯାଇଛି । ଅଳ୍ପ ମରାମତି କାର୍ଯ୍ୟ ଉପରେ ବିଡିଓ ଧ୍ୟାନ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇପାରନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ତଳିଆ ଅଞ୍ଚଳରେ ରହୁଛନ୍ତି, ମାଟି ଘରେ ରହୁଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ୧୨ଟି ବ୍ଲକରେ ୧୨ଟି ଟିମ ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି । ଅଧିକ ୬ଟି ଟିମ ବାଲେଶ୍ୱରରେ ମୁତୟନ ହେବା ପାଇଁ ଆସୁଛନ୍ତି । ସେମାନଙ୍କୁ ପ୍ରଭାବିତ ବ୍ଲକଗୁଡିକୁ ପଠାଯିବ । ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରାଯାଇଛି ।"

କିପରି ରହିଛି କଟକ ସ୍ଥିତି:

କଟକ ଜିଲ୍ଲାରେ ୨୯ଟି ସ୍ଥାୟୀ ଆଶ୍ରୟସ୍ଥଳୀ ରହିଥିବା ବେଳେ ୪୮୪ଟି ଅସ୍ଥାୟୀ ଆଶ୍ରୟସ୍ଥଳ ରହିଛି ।ଜିଲ୍ଲାର ପ୍ରାୟ ୩୩ ହଜାର ଲୋକଙ୍କୁ ଏହି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯିବ । ନିଆଳି, କଣ୍ଟାପଡା, ମାହାଙ୍ଗା ଏବଂ ସାଲେପୁର ଅଞ୍ଚଳରେ ବାତ୍ୟା ପ୍ରଭାବ ପଡିପାରେ ବୋଲି ଆଶଙ୍କା କରାଯାଇଛି । ସେସବୁକୁ ଦ୍ରୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯିବ । ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । କଟକ ଜିଲ୍ଳାପାଳଙ୍କ କହିବା ମୁତାବକ ଆଜି ସନ୍ଧ୍ୟାରେ ବାତ୍ୟାର ଗତିବିଧି ଲକ୍ଷ୍ୟ କରିବା ପରେ ହିଁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ କଟକର ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । କଟକ ତୁଳସୀପୁର ଅଞ୍ଚଳର ଗୋରାକବର ନିକଟରେ ଥିବା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଆଶ୍ରୟ ସ୍ଥଳ କରାଯାଇଛି । ନିର୍ଦ୍ଦେଶ ଆସିବା ପରେ ଲୋକମାନଙ୍କୁ ଏହି ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବ । ଆଶ୍ରୟସ୍ଥଳରେ ଲାଇଟ ଵ୍ୟଵସ୍ଥା, ପାନୀୟ ଜଳ ବ୍ୟବସ୍ଥା ଏବଂ ଖାଦ୍ୟ ବ୍ୟବସ୍ଥା କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ବାସ୍ତବିକ ଆଶ୍ରୟ ସ୍ଥଳୀରେ କେମିତି ସ୍ଥିତି ଅଛି ସେନେଇ ସତ୍ୟାସତ୍ୟ ଯାଞ୍ଚ ପାଇଁ ତୁଳସୀପୁର ଉଚ୍ଚ ବିଦ୍ୟାଳୟରେ ସ୍ଥିତି ପରିଖିଛି ‘ଇଟିଭି ଭାରତ’ ।

ଏହା ମଧ୍ୟ ପଢ଼ନ୍ତୁ...ମୟୂରଭଞ୍ଜ ଓ ଭଦ୍ରକରେ ବାତ୍ୟା ଦାନା ମୁକାବିଲା, ରେସକ୍ୟୁ ମକଡ୍ରିଲ, ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ଦାନାକୁ ନେଇ ସାହସ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ, ‘ଭୟ ନୁୁହେଁ ସଜାଗ ରୁହନ୍ତୁ, ସହଯୋଗ କରନ୍ତୁ’

ଏହା ମଧ୍ୟ ପଢ଼ନ୍ତୁ...ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’, IMD ଜାରି କଲା ଲ୍ୟାଣ୍ଡଫଲ ପଏଣ୍ଟ, ଭଦ୍ରକ-କେନ୍ଦ୍ରାପଡ଼ାକୁ ବିପଦ !

ଅବ୍ୟବସ୍ଥାରେ ଆଶ୍ରୟସ୍ଥଳୀ:

ଆଶ୍ରୟସ୍ଥଳରେ ପଡିଛି ବହୁ ଦିନର ପୁରୁଣା ପାଲ । ବାଲି ଆଉ ମଳିରେ ଅବସ୍ଥା ଶୋଚନୀୟ । ସେହିପରି ଘରଗୁଡ଼ିକ ମଧ୍ୟ ଅବବ୍ୟସ୍ଥାରେ ପଡ଼ିଛି । ବଡ ରୁମରେ ଲାଗିଛି ୩ଟି ବିଦ୍ୟୁତ ବଲ । ୨ଟି ବଲ ଠିକ୍‌ରେ ଜଳୁନାହିଁ । ଲାଗିଥିବା ଫ୍ୟାନର ଅବସ୍ଥା ବି ପ୍ରାୟ ସମାନ । ମାତ୍ର ଗୋଟିଏ ଫ୍ୟାନ ଧୀରେ ଧୀରେ ବୁଲୁଥିବା ବେଳେ ବାକି ୩ଟି ଅଚଳ ଅବସ୍ଥା । ଫ୍ୟାନ ଚାଲିବା ନ ଚାଲିବା ଭଳି । ଆଶ୍ରୟସ୍ଥଳୀର ପରିବେଶ ଅରୁଚିକର । ଶୌଚାଳୟ ଅବସ୍ଥା ଆହୁରି ଶୋଚନୀୟ । କେଉଁ ଶୌଚାଳୟରେ କବାଟ ନାହିଁ ତ ଆଉ କେଉଁଠି ପୋତି ହୋଇଗଲାଣି । ଆଉ କେଉଁଠାରେ ଟ୍ୟାପ କାମ କରୁନି ତ କେଉଁଠାରୁ ଦୁର୍ଗନ୍ଧ ବାହାରୁଛି । ଶୌଚାଳୟ ଯିବ କେବଳ ଦିନରେ ହିଁ ଯାଇପାରିବ । ରାତି ସମୟରେ ତ ଶୌଚାଳୟ ଯିବା ଅସମ୍ଭବ । ଶୌଚାଳୟ ଯେଉଁ ସ୍ଥାନରେ ଅଛି ତାହା ରୁମ ଠାରୁ ବହୁ ଦୂରରେ । ଶୌଚାଳୟରେ ନାଁ ଅଛି ଲାଇଟ ନାଁ ରାସ୍ତାରେ ଅଛି ଲାଇଟ । ବିଦ୍ୟୁତ ସଂଯୋଗ ଅଛି ମାତ୍ର ହୋଲ୍ଡର ନାହିଁ କିମ୍ବା ବିଦ୍ୟୁତ ବଲବ ନାହିଁ । ଶୌଚାଳୟ ଯିବାକୁ ହେଲେ ବଣ ଭିତର ଦେଇ ହିଁ ଯିବାକୁ ପଡ଼ିବ । ସେହିପରି ପାନୀୟ ଜଳ ପାଇଁ ଟ୍ୟାପ ଅଛି ମାତ୍ର କେଉଁଠି ଠିକ ଭାବରେ କାର୍ଯ୍ୟ କରୁନି ।

ଇଟିଭି ଭାରତ, ଭଦ୍ରକ/ପୁରୀ/ବାଲେଶ୍ବର/କଟକ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.