ହାଇଦ୍ରାବାଦ:ସାଉଥ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପିଲାମାନେ କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି । ତାଙ୍କ ପୁଅ ଅୟାନ୍ ଏବଂ ଝିଅ ଅରହା ପ୍ରାୟତଃ ଶିରୋନାମାରେ ରହିଥାନ୍ତି । ନିକଟରେ ବି-ଟାଉନ ବାଦଶାହା ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଡଙ୍କି'ର ଗୀତ 'ଲୁଟ୍ ପୁଟ୍ ଗୟା' ଗୀତରେ ଅଭିନେତାଙ୍କ ପୁଅ ଅୟାନ ନିଜ ଭର୍ସନରେ ଗାଇଥିବା ନଜର ଆସିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ କିଙ୍ଗ ଖାନ ମଧ୍ୟ ତାଙ୍କର ଦିୱାନା ହୋଇଛନ୍ତି । ଶାହାରୁଖ ଖାନ ଅଲ୍ଲୁଙ୍କ ପୁଅର ଏହି ଭିଡିଓକୁ ସେୟାର କରି ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶାହାରୁଖ ଖାନ ନିଜ ଏକ୍ସ ହ୍ୟାଣ୍ଡେଲରେ ଅଲ୍ଲୁ ଅର୍ଜୁନଙ୍କ ପୁଅ ଅୟାନଙ୍କ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅୟାନ ଏକ କାରରେ ଯାଉଥିବା ସମୟରେ 'ଡଙ୍କି'ର ଗୀତ 'ଲୁଟ୍ ପୁଟ୍ ଗୟା' ଗାଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ଶାହାରୁଖ ଅୟାନଙ୍କ ପ୍ରଶଂସା କରିବା ସହ ଅଲ୍ଲୁଙ୍କୁ ମଧ୍ୟ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି, ''ଧନ୍ୟବାଦ ଛୋଟୁ । ତୁମେ ଉଭୟ ଫ୍ଲାୱାର ଏବଂ ଫାୟାର । ଏବେ ମୁଁ ମଧ୍ୟ ମୋ ପିଲାମାନଙ୍କୁ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'ର 'ଶ୍ରୀବଲ୍ଲି' ଗୀତ ଅଭ୍ୟାସ କରାଇବି ।''ଏହି ପୋଷ୍ଟ ସେୟାର କରିବା ପରେ ଅଲ୍ଲୁ ଅର୍ଜୁନ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଶାହାରୁଖ ଜି, ଆପଣଙ୍କ ତୁମର ସୁନ୍ଦର ବାର୍ତ୍ତା ପାଇଁ ଧନ୍ୟବାଦ । ଆପଣଙ୍କୁ ବହୁତ ଭଲପାଇବା ।