ଓଡିଶା

odisha

ETV Bharat / entertainment

ଶାଶୁଙ୍କ ସହ ନାଚିଲେ ଶାହାରୁଖ, 'ପଠାନ' ଗୀତରେ ସିଗ୍ନେଚର ପୋଜ୍ ଦେଇ ଜିତିଲେ ଫ୍ୟାନ୍ସଙ୍କ ମନ

ଦୁବାଇରେ ଏକ କାର୍ଯ୍ୟକ୍ରମରେ ଶାହାରୁଖ ଖାନ ତାଙ୍କ ଶାଶୁଙ୍କ ହାତ ଧରି ନାଚୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

SRK DANCE WITH MOTHER IN LAW
SRK DANCE WITH MOTHER IN LAW (IANS)

By ETV Bharat Entertainment Team

Published : 5 hours ago

ହାଇଦ୍ରାବାଦ: 2 ନଭେମ୍ବରରେ ଶାହାରୁଖ ଖାନ ତାଙ୍କର 59 ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଏପରି ସମୟରେ ଶାହାରୁଖ ଖାନଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଏବେ ଠୁ ତାଙ୍କ ଜନ୍ମଦିନ ସେଲିବ୍ରେଟ କରିବା ଆରମ୍ଭ କରିଦେଲେଣି । ତାଙ୍କ ଜନ୍ମଦିନ ପୂର୍ବରୁ, ଶାହାରୁଖ ଖାନ ତାଙ୍କ ପୁଅର କମ୍ପାନୀର ଏକ ଇଭେଣ୍ଟ ପାଇଁ ତାଙ୍କ ପରିବାର ସହ ଦୁବାଇର ଏକ ଇଭେଣ୍ଟରେ ସାମିଲ ହୋଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ଶାଶୁଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ, ଗୌରୀ ଖାନ, ଆର୍ଯ୍ୟନ ଖାନ, ସୁହାନା ଖାନ ଏବଂ ଅଭିନେତାଙ୍କ ଶାଶୁ ସବିତା ଛିବର ମଧ୍ୟ ଯୋଗ ଦେଇଥିଲେ ।

ଶାଶୁଙ୍କ ସହ ନାଚିଲେ ଶାହାରୁଖ

ଦୁବାଇ ଇଭେଣ୍ଟରୁ ଶାହାରୁଖ ଖାନଙ୍କ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ପ୍ରଥମେ ଶାହାରୁଖ ଖାନଙ୍କ 'ଝୁମେ ଜୋ ପଠାନ' ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ସେ ନିଜ ସିଗ୍ନେଚର ପୋଜ ମଧ୍ୟ କରି ଫ୍ୟାନ୍ସଙ୍କ ମନ ଜିତିଛନ୍ତି । ଆଉ ଏକ ଭିଡିଓରେ ଶାହାରୁଖ ଖାନ ତାଙ୍କ ଶାଶୁ ସବିତାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଶାହାରୁଖ ତାଙ୍କ ଶାଶୁଙ୍କ ହାତ ଧରି ନାଚୁଥିବାର ନଜର ଆସିଛନ୍ତି । ଏଥିସହ ଆଉ ଏକ ଭିଡିଓରେ ସେ ଫ୍ୟାନ୍ସହ୍କୁ ସମ୍ୱୋଧନ କରୁଥିବା ବେଳେ କିଛି ଫ୍ୟାନ୍ସ ଶାହାରୁଖ ଖାନଙ୍କୁ ତାଙ୍କର ଆଗାମୀ 59 ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ । ଯାହାକୁ ସୁନ୍ଦର ଭାବେ ଧନ୍ୟବାଦ ଜଣାଇ କିଙ୍ଗ ଖାନ ଶୁଭେଚ୍ଛା ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ଧୋନିଙ୍କ ସହ ନିଜକୁ ତୁଳନା କଲେ 'କିଙ୍ଗ୍‌ ଖାନ'; ନିଜ ଅବସରଙ୍କୁ ନେଇ ଦେଲେ ମଜାଦାର ଉତ୍ତର

ଶାହାରୁଖ ଖାନଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ,ଶାହାରୁଖ ଖାନ ଆଗାମୀ ଫିଲ୍ମ 'କିଙ୍ଗ' ସହ ପରଦାକୁ ଫେରୁଥିବା ବେଳେ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଶାହାରୁଖ ଖାନ ତାଙ୍କ ଝିଅ ସୁହାନା ଖାନଙ୍କ ସହ ନଜର ଆସିବେ । ଏହି ସମୟରେ ଅଭିଷେକ ବଚ୍ଚନ ମଧ୍ୟ ଶାହାରୁଖ ଖାନ ଏବଂ ସୁହାନା ଖାନଙ୍କ ସହ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । ଅଭିଷେକ ବଚ୍ଚନ ସୁଜୟ ଘୋଷଙ୍କ ଫିଲ୍ମ କିଙ୍ଗରେ ଜଣେ ଭିଲେନ ଭୂମିକାରେ ଅଭିନୟ କରିବେ । ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details