ଓଡିଶା

odisha

ETV Bharat / entertainment

ହାତକୁ ଦି'ହାତ ହେଲେ 'ସନମ ତେରୀ କସମ' ଫେମ୍ ମାୱରା ହୋକେନ, ସାମ୍ନାକୁ ଆସିଲା ବିବାହ ଫଟୋ - MAWRA HOCANE MARRIAGE

ବିବାହ ବନ୍ଧନରେ ବାନ୍ଧି ହେଲେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକେନ । ଏହି ଅଭିନେତ୍ରୀ ପାକିସ୍ତାନୀ ଅଭିନେତା ଆମୀର ଗିଲାନିଙ୍କୁ ଜୀବନସାଥୀ କରିଛନ୍ତି । ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି ।

mawra hocane ameer gilani wedding
mawra hocane ameer gilani wedding (Photo: ANI, Instagram)

By ETV Bharat Entertainment Team

Published : Feb 6, 2025, 9:54 AM IST

ହାଇଦ୍ରାବାଦ:ଭାରତୀୟ ଚଳଚ୍ଚିତ୍ର 'ସନମ ତେରୀ କସମ'ରେ କାମ କରିଥିବା ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକେନ ବିବାହ କରିଛନ୍ତି । ଏହି ଅଭିନେତ୍ରୀ ପାକିସ୍ତାନୀ ଅଭିନେତା ଆମୀର ଗିଲାନିଙ୍କୁ ଜୀବନସାଥୀ କରିଛନ୍ତି । ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ସେମାନଙ୍କ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି । ଯାହା ପରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ତାଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି ।

ବିବାହ କଲେ ମାୱରା ହୋକେନ

ମାୱରା ହୋକେନ ଇନଷ୍ଟାଗ୍ରାମରେ ତାଙ୍କ ବିଶେଷ ଦିନର ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ଫେବୃଆରୀ ୫ ତାରିଖ(ବୁଧବାର)ଦିନ ମାୱରା ପାକିସ୍ତାନୀ ଅଭିନେତା ଆମୀର ଗିଲାନିଙ୍କୁ ବିବାହ କରିଛନ୍ତି ।ସେୟାର ହୋଇଥିବା ଏହି ଫଟୋ ସେୟାର କରି ପାକିସ୍ତାନୀ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ... ମୁଁ ତୁମକୁ ପାଇଲି । ବିସମିଲ୍ଲାହ ୫.୨.୨୫ ।' ବିବାହ ଦିନରେ ମାୱରା ଗ୍ରୀନ ରଙ୍ଗର ଲେହେଙ୍ଗା ପିନ୍ଧି ଥିବା ବେଳେ ଦୁଲହନ ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଆମୀରଙ୍କୁ ବ୍ଲାକ କୁର୍ତ୍ତା-ପାଇଜାମାରେ ନଜର ଆସିଥିଲେ ।

ମାୱରାଙ୍କୁ ଅଭିନନ୍ଦନ ଜଣାଇଲେ ସେଲିବ୍ରିଟି

ପୋଷ୍ଟ କରିବା ମାତ୍ରେ ମାୱରାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । 'ସନମ୍ ତେରୀ କସମ୍'ର ପ୍ରଯୋଜକ ଦୀପକ ତାଙ୍କ ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ବିବାହ ଫଟୋ ପୋଷ୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ଜଣକ ତାଙ୍କ ଇନଷ୍ଟା ଷ୍ଟୋରୀରେ ପ୍ରଯୋଜକଙ୍କ ପୋଷ୍ଟକୁ ପୁନଃ ପୋଷ୍ଟ କରିଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ସିଂ ମାୱରାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୌନି ରୟ କମେଣ୍ଟରେ ଏକ ନୋଟ ସହିତ ଲେଖିଛନ୍ତି, 'ଆନ୍ତରିକ ଅଭିନନ୍ଦନ।' ତୁମ ଦୁହିଁଙ୍କ ପାଇଁ ଆଗାମୀ ଯାତ୍ରା ସୁଖଦ ଏବଂ ଅର୍ଥପୂର୍ଣ୍ଣ ହେଉ । ଶୁଭେଚ୍ଛା । ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ, ରାମ ଚରଣଙ୍କ ପତ୍ନୀ ଉପାସନା, ସାନିଆ ମିର୍ଜା ସମେତ ଫ୍ୟାନ୍ସ ଅଭିନନ୍ଦନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ପୁଣି ପରଦାରେ ରୋମାନ୍ସର ତଡକା ଲଗାଇବେ ହର୍ଷବର୍ଦ୍ଧନ, 'ସନମ ତେରି କସମ 2'ର ହେଲା ଘୋଷଣା

କହିରଖୁଛୁ କି, ମାୱରା ହର୍ଷବର୍ଦ୍ଧନ ରାଣେଙ୍କ ବିପକ୍ଷରେ 'ସନମ ତେରୀ କସମ' ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ୫ ଫେବୃଆରୀ ୨୦୧୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ୭ ଫେବୃଆରୀରେ ପ୍ରେକ୍ଷାଳୟକୁ ପୁଣି ରିଲିଜ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details