ଓଡିଶା

odisha

By ETV Bharat Entertainment Team

Published : 4 hours ago

ETV Bharat / entertainment

'ସିକନ୍ଦର'ରୁ ଭାଇଜାନଙ୍କ ପ୍ରଥମ ଲୁକ୍ ଆଉଟ୍, ବଡ଼ି ଟ୍ରାନ୍ସଫର୍ମେସନ ଦେଖି ଫିଦା ଫ୍ୟାନ୍ସ - Sikandar Movie Salman Khan Look

Sikandar Movie Salman Khan Look: ସଲମାନ ଖାନ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିକନ୍ଦର' ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ 'ସିକନ୍ଦର'ରୁ ତାଙ୍କ ନୂଆ ଲୁକ୍ ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବା ବେଳେ ଫ୍ୟାନ୍ସ ଫିଦା ହୋଇଛନ୍ତି । ଦେଖନ୍ତୁ ଫଟୋ,

'ସିକନ୍ଦର'ରୁ ଭାଇଜାନଙ୍କ ପ୍ରଥମ ଲୁକ୍ ଆଉଟ୍, ବଡ଼ି ଟ୍ରାନ୍ସଫର୍ମେସନ ଦେଖି ଫିଦା ଫ୍ୟାନ୍ସ
'ସିକନ୍ଦର'ରୁ ଭାଇଜାନଙ୍କ ପ୍ରଥମ ଲୁକ୍ ଆଉଟ୍, ବଡ଼ି ଟ୍ରାନ୍ସଫର୍ମେସନ ଦେଖି ଫିଦା ଫ୍ୟାନ୍ସ (Movie Poster, ETV Bharat Odisha)

ହାଇଦ୍ରାବାଦ:ପୁଣି ପରଦାକୁ ଦମଦାର କମବ୍ୟାକ କରିବାକୁ ଯାଉଛନ୍ତି ସଲମାନ ଖାନ । ନିକଟରେ ସେ ତାଙ୍କ ଆଗାମୀ ଫିଲ୍ମ 'ସିକନ୍ଦର' ଘୋଷଣା କରିଥିବା ବେଳେ ବର୍ତ୍ତମାନ ସେ ଏହି ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ଏହି ଫିଲ୍ମ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମର ଅପଡେଟକୁ ଅପେକ୍ଷା କରି ରହିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'ରୁ ନୂଆ ଲୁକ ସାମ୍ନାକୁ ଆସିଛି । ସଲମାନ ଖାନଙ୍କ ଏହି ଲୁକ ଏବେ ସୋସିଆଲ ମିଡିଆରେ ଧମାକା ସୃଷ୍ଟି କରୁଛି । ଭାଇଜାନଙ୍କ ସିକନ୍ଦର ଲୁକ ଦେଖି ଫ୍ୟାନ୍ସ ଦିୱାନା ହୋଇଥିବା ବେଳେ ସେଲିବ୍ରିଟି ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।

'ସିକନ୍ଦର'ରୁ ସଲମାନଙ୍କ ପ୍ରଥମ ଲୁକ୍

ସଲମାନ ଖାନ ଗତକାଲି ରାତିରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ସିକନ୍ଦର'ରୁ ପ୍ରଥମ ଲୁକ୍ ଫଟୋ ସେୟାର କରିଛନ୍ତି । ସଲମାନ ଖାନଙ୍କ ଏହି ଲୁକ ଏବେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି । ଏହି ଫଟୋରେ ସଲମାନ ଖାନ ଜିମ୍ କରୁଥିବା ନଜର ଆସିଛନ୍ତି । ବଡ଼ି ଟ୍ରାନ୍ସଫର୍ମେସନ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମି଼ଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ଭାଇଜାନଙ୍କ ଖୁବ ପ୍ରଶଂସା କରିଛନ୍ତି ।

ବଡ଼ି ଟ୍ରାନ୍ସଫର୍ମେସନ ଦେଖି ଫିଦା ଫ୍ୟାନ୍ସ

ଜଣେ ଫ୍ୟାନ୍ ଲେଖିଛନ୍ତି, SRK ବର୍ତ୍ତମାନ ଚାଲିଯାଇଛନ୍ତି... ଭାଇଜାନ ବକ୍ସ ଅଫିସରେ ଧମାକା କରିବେ । ଅନ୍ୟ ଜଣେ ଲେଖିଛନ୍ତି, ତୁଫାନ ଆସୁଛି । ଅନ୍ୟ ଜଣେ ଲେଖିଛନ୍ତି, ଭାଇ ପୁରା ଫର୍ମରେ ଅଛନ୍ତି । ଏପରିକି ସୋସିଆଲ ମିଡିଆ ଷ୍ଟାର କିଲି ପଲ୍ ମଧ୍ୟ ଭାଇଜାନଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଭାଇଜାନଙ୍କୁ ନୂଆ ଲୁକ ସହ ପୁଣି ପରଦାକୁ ଦେଖିବାକୁ ଅପେକ୍ଷା ରିପାରୁନାହିଁ । ଅନେକ ପ୍ରଶଂସା କରି ଫାୟାର ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଇଦରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଟାଇଟଲ୍ ଘୋଷଣା କଲେ ଭାଇଜାନ

ଏହି ଦିନ ରିଲିଜ ହେବ 'ସିକନ୍ଦର'

କହିରଖୁଛି କି, 'ସିକନ୍ଦର'ର ନିର୍ଦ୍ଦେଶନା ଦେବେ ଆର୍ ମୁରୁଗାଦୋସ । ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ଏହି ନିର୍ଦ୍ଦେଶକ । ଏଥିସହ ଏହି ଫିଲ୍ମର ନିର୍ମାତା ଅଟନ୍ତି ସାଜିଦ ନାଦିଆଡୱାଲା । ବର୍ତ୍ତମାନ ୧୦ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି । ରମଜାନରେ ଏହି ଫିଲ୍ମ ଘୋଷଣା କରିଥିବା ବେଳେ ଇଦରେ ଏହାର ଟାଇଟଲ ଘୋଷଣା କରିଥିଲେ । ଚଳଚ୍ଚିତ୍ର 'ସିକନ୍ଦର' ଆକ୍ସନ୍ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ ରହିବ । ସଲମାନଙ୍କ ବ୍ୟତୀତ ରଶ୍ମିକା ମନ୍ଦନା, ଶର୍ମାନ ଯୋଶୀ ଏବଂ ପ୍ରତୀକ ବାବରଙ୍କ ପରି ଅଭିନେତାମାନେ ଏହି ସିନେମାରେ ନଜର ଆସିବେ।ଆସନ୍ତା ବର୍ଷ (୨୦୨୫) ଇଦରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ:'ବିଗ ବସ୍ 18' ନୂଆ ପ୍ରମୋ ଆଉଟ୍, ଏହି ଦିନରୁ ଆରମ୍ଭ ହେବ ଶୋ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details