ମୁମ୍ବାଇ:ନିଜର ସୁନ୍ଦରତା, ଅଭିନୟ ଓ ଫିଲ୍ମ ଦ୍ଵାରା ସମସ୍ତଙ୍କୁ ଦିଓ୍ବାନା କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନା କେବଳ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୁହେଁ ପୁରା ଭାରତରେ ପରିଚିତ । ବୃତ୍ତିଗତ ଜୀବନ ବ୍ୟତୀତ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାନ୍ତି । ଅଭିନେତ୍ରୀ ରଶ୍ମିକା ବର୍ତ୍ତମାନ ତାଙ୍କର ଡ୍ରିମ ପ୍ଲେସରେ ଛୁଟି କାଟୁଛନ୍ତି । ଯାହାର ଫଟୋ ଅଭିନେତ୍ରୀ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରି ଜାପାନର ଝଲକ ଦେଖାଇଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଏକ ନୋଟ ମଧ୍ୟ ଲେଖିଛନ୍ତି । ଯେଉଁଥିରେ ସେ ଜାପାନ ପାଇଁ ସୁବର୍ଣ୍ଣ ଶବ୍ଦ କହୁଥିବାର ନଜର ଆସିଛନ୍ତି । ଫଟୋରେ ରଶ୍ମିକା ମନ୍ଦନା ଏକ କଳା-ଗୋଲ୍ଡେନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ।
ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଲାଟେଷ୍ଟ ଫଟୋ ସେୟାର କରି ରଶ୍ମିକା କ୍ୟାପସନରେ ଲେଖିଛନ୍ତି ଯେ, ଜାପାନ ଏକ ଏଭଳି ଯାଗା ଯେଉଁଠାକୁ ଯିବା ପାଇଁ ବହୁତ ବର୍ଷ ଧରି ସ୍ବପ୍ନରେ ଦେଖିଥିଲି...ପିଲାବେଳୁ କେବେ ଭାବି ନ ଥିଲି ଯେ ଏହା ସମ୍ଭବ ହେବ ବୋଲି...ଏଠାକୁ ଆସିବାର ସ୍ବପ୍ନ ସତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ ସମସ୍ତଙ୍କଠୁ ସ୍ନେହ ପାଇବା, ଏଠାର ଖାଇବା, ପାଣି, ପବନ ଓ ଏଠାର ସ୍ବଚ୍ଛ ସ୍ଥାନ, ଏତେ ସୁନ୍ଦର ଲୋକ...ଏଠାରେ ସବୁକିଛି ଅଦ୍ଭୁତ ! ଧନ୍ୟବାଦ ଜାପାନ! ପ୍ରକୃତରେ ମୋର ତମ ପାଁ ଭଲ ପାଇବା ଅଛି ଏବଂ ତୁମେ ପ୍ରକୃତରେ ବହୁତ ସ୍ୱତନ୍ତ୍ର...ମୁଁ ବର୍ତ୍ତମାନ ପ୍ରତିବର୍ଷ ଏଠାକୁ ଆସିବି ।