ETV Bharat / state

ସିଏମ କିଷାନ ଯୋଜନାକୁ ନେଇ ରହିବନି ଦ୍ବନ୍ଦ୍ବ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ଜାଣନ୍ତୁ - CM Kisan Yojana Details - CM KISAN YOJANA DETAILS

Odisha CM Kisan Yojana: ରାଜ୍ୟର କୃଷକଙ୍କୁ ସିଏମ କିଷାନ ଯୋଜନା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ଏହାସହ ଭୂମିହୀନ ଚାଷୀ ପାଇବେ ସ୍ବତନ୍ତ୍ର ସହାୟତା ରାଶି । କ'ଣ ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି କି? ଏହି ରାଶି ପାଇବା ପାଇଁ ଆପଣ ଯୋଗ୍ୟ କି ନୁହେଁ ଏବଂ କିପରି କରିବେ ଆବେଦନ ଜାଣନ୍ତୁ ।

Odisha CM Kisan Yojana
Odisha CM Kisan Yojana (ETV Bharat Odisha)
author img

By ETV Bharat Odisha Team

Published : Sep 22, 2024, 8:36 PM IST

ହାଇଦ୍ରାବାଦ: କୃଷକଙ୍କୁ 'ସିଏମ କିଷାନ ଯୋଜନା' ଭେଟି ଦେଇଛନ୍ତି ରାଜ୍ୟ ସରକାର । ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ମିଳିବ ସିଏମ କିଷାନ ଟଙ୍କା । ଏହି ଯୋଜନାରେ ଥିବା 45 ଲକ୍ଷ 76 ହଜାର 524 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମିହୀନ ଚାଷୀ ପାଇବେ ଏହି ଟଙ୍କା । ଏହାସହ ଭୂମିହୀନ ଚାଷୀଙ୍କୁ 3ଟି କିସ୍ତିରେ ମିଳିବ 12ହଜାର 500 ଟଙ୍କା । ପ୍ରଥମ କିସ୍ତି ବାବଦକୁ ହିତାଧିକାରୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ଗତ ୮ ସେପ୍ଟେମ୍ବରରେ ନୂଆଖାଇ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

  • ଯୋଜନା ଦ୍ବାରା କେଉଁ ସୁବିଧା ମିଳିବ?

ଚାଷୀଙ୍କୁ ୪ହଜାର ଟଙ୍କାର ଅର୍ଥରାଶି ମିଳିବ । ଏହାସହ ଭୂମିହୀନ ଚାଷୀଙ୍କୁ 12ହଜାର 500 ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ । ଫଳରେ ଚାଷୀମାନେ ଅତ୍ୟାଧୁନିକ ଯନ୍ତ୍ରପାତି କିଣିବା ସହ ବିହନ, ସାର ଆଦି ସୁବିଧାରେ କିଣିପାରିବେ ।

Odisha CM Kisan Yojana
Odisha CM Kisan Yojana (ETV Bharat Odisha)
  • କାଳିଆ ଯୋଜନା ବନାମ ସିଏମ କିଷାନ ଯୋଜନା:

ପୂର୍ବତନ ବିଜେଡି ସରକାର ଆଣିଥିବା କାଳିଆ ଯୋଜନାକୁ ନାମ ପରିବର୍ତ୍ତନ କରି ସିଏମ କିଷାନ ଯୋଜନା କରିଛନ୍ତି ରାଜ୍ୟ ସରକାର । ତେବେ ଯୋଗ୍ୟତା ଥାଇ ପିଏମ କିଷାନ ଯୋଜନାରେ ବାଦ ପଡିଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

  • କେମିତି କରିବେ ଆବେଦନ ? ଜାଣନ୍ତୁ

  • ଆବେଦନକାରୀଙ୍କ ଯୋଗ୍ୟତା:

୧. ଆବେଦନକାରୀ ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ ।

୨. ଆବେଦନକାରୀ ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ଆବଶ୍ୟକ ।

  • ଆବଶ୍ୟକୀୟ ଡକ୍ୟୁମେଣ୍ଟ:

୧. ଆଧାରକାର୍ଡ

୨. ରାସନ କାର୍ଡ

୩. ମୋବାଇଲ ନମ୍ବର

୪. ଇଲେକ୍ଟ୍ରି ବିଲ୍

୫. ପରିଚୟ ପତ୍ର

୬. ପାନ୍ କାର୍ଡ

  • ଅନଲାଇନରେ କିପରି କରିବେ ଆବେଦନ:

୧.ଯେଉଁ ଆବେଦନକାରୀ ଏହି ଯୋଜନା ପାଇଁ ପୂର୍ବରୁ ଆବେଦନ କରିସାରିଥିବେ, ସେମାନେଙ୍କୁ ସିଏମ କିସାନ ଅଫିସିଆଲ ୱେବସାଇଟ(https://cmkportal.odisha.gov.in/)କୁ ଯିବାକୁ ହେବ ।

୨. ଏହାପରେ ସ୍କ୍ରିନ ଉପରେ ଆସିଥିବା ୱେବସାଇଟରେ ବେନିଫିସିଆରୀ ଲିଷ୍ଟରେ କ୍ଲିକ୍ କରନ୍ତୁ ।

୩. ଏହାପରେ ଏକ ନୂଆ ପେଜ୍ ଆସିବ । ଯେଉଁଥିରେ ଦିଆଯାଇଥିବା ବକ୍ସରେ ଆବେଦନକାରୀଙ୍କୁ ନିଜର ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ଆଦି ପୂରଣ କରିବାକୁ ପଡ଼ିବ ।

୪. ଏସବୁ ତଥ୍ୟ ଦେବା ପରେ ସବମିଟ୍ (Submit) ବଟନରେ କ୍ଲିକ କରନ୍ତୁ ।

୫. ଏହା ଗ୍ରହଣ କରାଯାଇଛି ନା ନାକଚ ହୋଇଛି, ସେନେଇ ଚେକ୍ ଷ୍ଟାଟସ(Check Status)ରେ କ୍ଲିକ କରି ଆବେଦନକାରୀ ଚେକ୍ କରିପାରିବେ ।

ଏହା ବି ପଢନ୍ତୁ...CM Kisan Yojana: ଅନ୍ନଦାତାଙ୍କୁ ନୂଆଖାଇ ଭେଟି, ସିଏମ କିଷାନ ଯୋଜନା ଶୁଭାରମ୍ଭ, ଚାଷୀଙ୍କ ଖାତାକୁ ଗଲା 925 କୋଟି - Nuakhai Gift For Farmers

ଏହା ବି ପଢନ୍ତୁ...CM KISAN MONEY; ଚାଷୀଙ୍କ ପାଇଁ ମୋହନ ସରକାରଙ୍କ ବଡ ଘୋଷଣା, ବର୍ଷକୁ 2 ଥର ସିଏମ କିଷାନ ଟଙ୍କା, ଜାଣନ୍ତୁ କେବେ ମିଳିବ କେତେ ଟଙ୍କା ? e-kyc ନହେଲେ କଟିବନି ରାସନ କାର୍ଡ ! - CM KISAN Yojana

ଏହା ବି ପଢନ୍ତୁ...ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’ - Odisha Budget 2024

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.