ହାଇଦ୍ରାବାଦ:ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ରଶ୍ମିକା ମନ୍ଦାନା । ଜରୁରୀ ଅବତରଣ କରିଛି ଅଭିନେତ୍ରୀଙ୍କ ବିମାନ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ତାଙ୍କ ସହ ଏପରି ଘଟଣା ଘଟିଥିଲା ଯେଉଁଥିରେ ସେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି । ଅଭିନେତ୍ରୀ ଏକ ପୋଷ୍ଟ ସେୟାର ହେବା ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି ।
ଯେଉଁ ବିମାନରେ ଅଭିନେତ୍ରୀ ଯାତ୍ରା କରୁଥିଲେ, ତାଙ୍କୁ ଏକ ଜରୁରୀ ଅବତରଣ କରିବାକୁ ପଡିଲା । ଏହି ସମୟରେ, ରଶ୍ମିକା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଠାରେ ସେ ବିମାନରେ ବସିଥିବାର ନଜର ଆସିଛନ୍ତି । ଏହି ସମୟରେ ରଶ୍ମିକାଙ୍କ ସହ ଶ୍ରଦ୍ଧା ଦାସଙ୍କ ମଧ୍ୟ ଯାତ୍ରା କରୁଥିଲେ । ଉଭୟଙ୍କ ଏକ ସେଲଫି ସେୟାର କରି ରଶ୍ମିକା ଲେଖିଛନ୍ତି, 'କେବଳ ଏକ ସୂଚନା ଯେ ଏହି ଉପାୟରେ ଆମେ ମୃତ୍ୟୁରୁ ରକ୍ଷା ପାଇଛୁ ।' ଖବର ଅନୁଯାୟୀ, ଯେଉଁ ବିମାନରେ ରଶ୍ମିକା ଯାତ୍ରା କରୁଥିଲେ, ତାହା ମୁମ୍ବାଇରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ଟେକ୍ନିକାଲ ସମସ୍ୟା ହେତୁ ଏହା ୩୦ମିନିଟ୍ ପରେ ପୁଣି ମୁମ୍ବାଇ ଫେରିଗଲା । ଏହି ଘଟଣାରେ ଆହତ ହୋଇନଥିବା ବେଳେ କିଛି କ୍ଷତି ହୋଇନଥିବା ଜଣାପଡିଛି ।