ହାଇଦ୍ରାବାଦ:ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ପୁଣି ଭାଇଜାନଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ ଡ୍ରାମାକୁଇନ ରାକ୍ଷୀ ସାୱନ୍ତ । ନିକଟରେ ସେ ଏହି ଘଟଣାରେ ଲରେନ୍ସ ବିଷ୍ଣୋଇର ହାତ ଥିବା ନେଇ ତାକୁ ଅଭିନେତାଙ୍କୁ ନ ମାରିବାକୁ ନିବେଦନ କରିଥିଲେ । ଏବେ ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନ କରିଛନ୍ତି । ଯେଉଁଥିରେ ସେ ସଲମାନ ଖାନଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।
ସୋସିଆଲ ମିଡିଆରେ ରାକ୍ଷୀ ସାୱନ୍ତଙ୍କ ଏକ ସାକ୍ଷାତକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଶରେ ସଲମାନ ଖାନଙ୍କ ଭୂମିକା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ସେ ସୁପରଷ୍ଟାରଙ୍କୁ କୋହିନୂର ହୀରା ସହ ତୁଳନା କରିଛନ୍ତି । ରାକ୍ଷୀ କହିଛନ୍ତି, ''ମୁଁ ସଲମାନ ଭାଇଙ୍କୁ କହିବି ଯେ ସେ କେବେବି ଆସି ବାଲକୋନିରେ ଠିଆ ନ ହୁଅନ୍ତୁ । ବିଶେଷ କରି ଇଦ୍ ଏବଂ ଉତ୍ସବ ଦିନରେ ବାଲକୋନିକୁ ଆସନ୍ତୁ ନାହିଁ ।''
ଅଭିନେତ୍ରୀ ଆହୁରି କହିଛନ୍ତି, ''କୋହିନୂର ହୀରା ଅପେକ୍ଷା ଆମ ଦେଶ ପାଇଁ ସଲମାନ ଖାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ସଲମାନ ଖାନଙ୍କୁ ସୁରକ୍ଷା ଦେବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ଆମର କିମ୍ବଦନ୍ତୀ । ସଲମାନ ଖାନଙ୍କୁ ସମସ୍ତ ଉଚ୍ଚସ୍ତରୀୟ ଶ୍ରେଣୀର Z, Y, X ସୁରକ୍ଷା ଦେବା ପାଇଁ ମୋଦିଜୀଙ୍କୁ ଅନୁରୋଧ କରୁଛି । କଙ୍ଗନା ରାଣାୱତଙ୍କୁ ଏତେ ସୁରକ୍ଷା ଦିଆଯାଇଛି । ତାଙ୍କ ପଛରେ କେହି ନଥିଲେ ସୁଦ୍ଧା ବିନା କାରଣରେ ତାଙ୍କୁ ସୁରକ୍ଷା ଦିଆଯାଇଛି । ତେବେ ସଲମାନ ଖାନ ବଲିଉଡର କିମ୍ବଦନ୍ତୀ ଏବଂ ଗରୀବଙ୍କ ମସିହା । ତେଣୁ ସଲମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବା ଦରକାର ।''
ଏହା ମଧ୍ୟ ପଢନ୍ତୁ:ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇକୁ ଅନୁରୋଧ କରି କହିଲେ 'ମୋ ଭାଇକୁ.....
ସୂଚନା ଥାଉକି, ବାନ୍ଦ୍ରାଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ 14 ତାରିଖରେ ଗୁଳିମାଡ଼ ହୋଇଥିଲା । ଏହି ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ତାର ସାନ ଭାଇ ଅନମୋଲ ବିଷ୍ଣୋଇ ୱାଣ୍ଟେଡ ରହିଛନ୍ତି । ତେବେ ଘଟଣାର ଦୁଇ ଦିନ ପରେ ଏପ୍ରିଲ 16 ତାରିଖରେ କ୍ରାଇମବ୍ରାଞ୍ଚ 2 ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର କୁଚ୍ଛ ଜିଲ୍ଲାର ମଧ୍ ଗ୍ରାମରୁ ଗିରଫ କରାଯାଇଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ 2ଟି ପିସ୍ତଲ, କିଛି ମାଗାଜିନ ଓ ବୁଲେଟ ଜବତ କରିଥିଲା । ପରେ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ତଥା ଉତ୍ତରପ୍ରଦେଶ ଗାଜିଆବାଦ ଅଞ୍ଚଳର 20 ବର୍ଷୀୟ ଯୁବକ ରୋହିତ ତ୍ୟାଗିକୁ ଗିରଫ କରିଥିଲା । ଏପ୍ରିଲ ୨୫ରେ ପୁଣି ପଞ୍ଜାବରୁ ଆଉ 2 ଅଭିଯୁକ୍ତ ସୁଭାଷ ଚନ୍ଦର (37) ଓ ଅନୁଜ ଥାପନ (32)ଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।