ହାଇଦ୍ରାବାଦ:ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତିରଶ୍ମିକା ମନ୍ଦନା ଏବଂ ଅଲ୍ଲୁ ଅର୍ଜୁନଙ୍କ ଯୋଡ଼ି । ଉଭୟ ଫିଲ୍ମ 'ପୁଷ୍ପା ୨' ସହ କମବ୍ୟାକ କରୁଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ନିକଟରେ ଫିଲ୍ମର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା' ରିଲିଜ କରିତିଲେ । ଯାହା ଫ୍ୟାନ୍ସକୁ ଦିୱାନା କରିତିଲା । ବର୍ତ୍ତମାନ ଫିଲ୍ମର ଆଉ ଏକ ରୋମାଣ୍ଟିକ ଗୀତ 'ଅଙ୍ଗାରୋଁ' ଗୀତ ରିଲିଜ କରିଛନ୍ତି । ଏହି ଗୀତରେ ଶ୍ରୀବଲି ଏବଂ ପୁଷ୍ପାଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଥିବା ବେଳେ ଫ୍ୟାନ୍ସଙ୍କ ଫିଲ୍ମ ଦେଖିବା ଉତ୍ସାହ ଦ୍ୱିଗୁଣିତ ହୋଇଛି ।
6ଟି ଭାଷାରେ 'ପୁଷ୍ପା ୨ ଦ ରୁଲ'ର ଦ୍ୱିତୀୟ ଟ୍ରାକ ରିଲିଜ
'ପୁଷ୍ପା: ଦ ରୁଲ' ନିର୍ମାତାମାନେ ଏହି ଗୀତର ଲିରିକ୍ ଭିଡିଓ ରିଲିଜ୍ କରିଛନ୍ତି। ଗୀତର ସମ୍ପୂର୍ଣ୍ଣ ପ୍ରସ୍ତୁତି ଭିଡିଓରେ ଦର୍ଶାଯାଇଛି ଏବଂ ଅଙ୍ଗାରୋଁ ଗୀତର ଲିରିକ୍ସ ମଧ୍ୟ ପୃଷ୍ଠଭୂମିରେ ଶୁଣିବାକୁ ମିଳୁଛି । ପୁଷ୍ପା ୨ ର ଏହି ଭିଡିଓରେ ଅଲ୍ଲୁ ଅର୍ଜୁନ ଏବଂ ଶ୍ରୀବଲୀ ଫିଲ୍ମର ପୁରା ଟିମ୍ ସହି ଗୀତର ସୁଟିଂ କରୁଥିବା ନଜର ଆସିଛନ୍ତି । ନିର୍ମାତାମାନେ ଆଜି ୬ଟି ଭାଷାରେ 'ପୁଷ୍ପା ୨ ଦ ରୁଲ'ର ଏହି ଦ୍ୱିତୀୟ ଟ୍ରାକ ପ୍ରକାଶ କରିଛନ୍ତି ।
'ଅଙ୍ଗାରୋଁ' ଗୀତରେ ସ୍ୱର ଦେଇଛନ୍ତି ଶ୍ରୀୟା ଘୋଷାଲ
ତେଲୁଗୁରେ 'ସୁସେକି', ହିନ୍ଦୀରେ 'ଅଙ୍ଗାରୋଁ', ମାଲାୟାଲାମରେ 'କଣ୍ଡାଲୋ', କନ୍ନଡରେ 'ନୋଡୋକା', ତାମିଲରେ 'ସୁଡାନା' ଏବଂ ବଙ୍ଗାଳୀରେ 'ଆଗୁନରେ' ଭାବେ ଏହି ଗୀତ ରିଲିଜ ହୋଇ 'ପୁଷ୍ପା ୨ ଦ ରୁଲ'ର ଏହି ଦ୍ୱିତୀୟ ଟ୍ରାକ ରିଲିଜ ହୋଇଛି । ତେବେ ହିନ୍ଦୀରେ ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟିକା ଶ୍ରୀୟା ଘୋଷାଲ 'ଅଙ୍ଗାରୋଁ' ଗୀତର ସ୍ୱର ଦେଇଛନ୍ତି । ରାକିବ ଆଲାମ ଏହି ଗୀତର ଲିରିକ୍ସ ଲେଖିଥିବା ବେଳେ ଦେବୀ ଶ୍ରୀ ପ୍ରସାଦ ସଂଗୀତ ରଚନା କରିଛନ୍ତି । ସେ ପୁଷ୍ପା: ଦ ରାଇଜର ସଙ୍ଗୀତ ରଚନା କରିଥିଲେ । ତେବେ ଗଣେଶ ଆଚାର୍ଯ୍ୟ ଅଙ୍ଗାରୋଁ ଗୀତର କୋରିଓଗ୍ରାଫ୍ କରିଛନ୍ତି ।