ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କର ପୂର୍ବ ଫିଲ୍ମ 'ସାଲାର' ଏବଂ 'କଲ୍କି 2898AD' ସହ ବକ୍ସ ଅଫିସରେ ଏକ ଧମାକା କରିଥିଲେ । ବର୍ତ୍ତମାନ ପ୍ରଭାସ ଫିଲ୍ମ ଆନିମଲ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ ଫିଲ୍ମ 'ସ୍ପିରିଟ୍' ସହ ପରଦାକୁ ଫେରୁଥିବା ବେଳେ ଏହି ଫିଲ୍ମ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଏହାର ଅପଡେଟ୍ ଜାଣିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ଫିଲ୍ମ ଉପରେ ଏକ ବଡ଼ ଖୁଲାସା କରିଛନ୍ତି ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା । ସେ ଫିଲ୍ମର କାହାଣୀ ଏବଂ ପ୍ରଭାସଙ୍କ ଚରିତ୍ର ଉପରୁ ପରଦା ଉଠାଇଛନ୍ତି । ନିକଟରେ ଏକ ଇଭେଣ୍ଟରେ ପରବର୍ତ୍ତୀ ପ୍ରୋଜେକ୍ଟ 'ସ୍ପିରିଟ୍' ବିଷୟରେ ଆଲୋଚନା କରି ଏହା ପ୍ରକାଶ କରିଛନ୍ତି ।
'ସ୍ପିରିଟ୍' ର କାହାଣୀ ଏବଂ ପ୍ରଭାସଙ୍କ ଭୂମିକା କ’ଣ?
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ସନ୍ଦୀପ ଭଙ୍ଗା ତେଲୁଗୁ ଫିଲ୍ମ ପୋଟେଲ ପ୍ରି-ରିଲିଜ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ସମୟରେ ସନ୍ଦୀପ ରେଡ୍ଡୀ ଭଙ୍ଗା କହିଛନ୍ତି ଯେ ଫିଲ୍ମ 'ସ୍ପିରିଟ୍' ଏକ ପୋଲିସ୍ ର କାହାଣୀ ଏବଂ ପ୍ରଭାସ ଏହି ଫିଲ୍ମରେ ଖାକି ୟୁନିଫର୍ମ ସହ ପୋଲିସ ଚରିତ୍ରରେ ଅଭିନୟ କରିବେ । ଏହି ଅପଡେଟ୍ ସାମ୍ନାକୁ ଆସିବା ପରେ ପ୍ରଭାସଙ୍କ ପ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ବର୍ତ୍ତମାନ ଏହା ଉପରେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ଏକ ସାକ୍ଷାତକାରରେ ସନ୍ଦୀପ ଫିଲ୍ମ ସ୍ପିରିଟର ବଜେଟକୁ 300 କୋଟି ଟଙ୍କା ବୋଲି କହିଥିଲେ। ଏହା ମଧ୍ୟ କୁହାଯାଇଥିଲା ଯେ ଚଳଚ୍ଚିତ୍ର 'ସ୍ପିରିଟ୍' ଓପନିଂ ଦିନରେ 150 କୋଟି ଟଙ୍କାର ବ୍ୟବସାୟ କରିବ । ଚଳିତ ବର୍ଷ ଶେଷ ଅର୍ଥାତ୍ ନଭେମ୍ବର କିମ୍ୱା ଡିସେମ୍ବରରେ ଏହି ତେଲୁଗୁ ଆକ୍ସନ୍-ଥ୍ରୀଲରର ସୁଟିଂ ଆରମ୍ଭ ହେବ ।