ଓଡିଶା

odisha

ETV Bharat / entertainment

ବିବାହ କରିବେ ପ୍ରଭାସ ! ରାମ ଚରଣ କଲେ ଖୁଲାସା - RAM CHARAN ON PRABHAS MARRIAGE

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭାସ । ଏନେଇ ଖୁଲାସା କଲେ ରାମ ଚରଣ ।

PRABHAS MARRIAGE
PRABHAS MARRIAGE (Photo: ANI/ETV Bharat Odisha)

By ETV Bharat Entertainment Team

Published : Jan 11, 2025, 11:30 AM IST

ହାଇଦ୍ରାବାଦ:ହାତକୁ ଦି'ହାତ ହେବେ ସାଉଥ ସୁପରଷ୍ଟାର ରାମ ଚରଣ । ଦୀର୍ଘ ଦିନରୁ ରାମ ଚରଣଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଅଭିନେତା ରାମ ଚରଣ ପ୍ରଭାସଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ନନ୍ଦାମୁରୀ ବାଲକୃଷ୍ଣଙ୍କ ଚାଟ୍ ଶୋ' ଅନଷ୍ଟପେବଲ୍ ୱିଥ୍ NBK ସିଜିନ୍ 4 ରେ ତାଙ୍କର ନୂତନ ଫିଲ୍ମ 'ଗେମ୍ ଚେଞ୍ଜର୍'ର ପ୍ରମୋସନ୍ ସମୟରେ, ରାମ ଚରଣ ପ୍ରଭାସଙ୍କ ବିବାହ ବିଷୟରେ ପ୍ରକାଶ କରିଛନ୍ତି । ଶୋ’ ସମୟରେ, ରାମ ଚରଣ ପ୍ରଭାସଙ୍କ ଜୀବନସାଥୀଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି । ସେପଟେ ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ ମଧ୍ୟ ସୋସିଆଲ ମିଡିଆରେ ପ୍ରଭାସ ବିବାହ ନେଇ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟର ପାଲଟିଛି ଏବଂ ଏନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି ।

ଏହି ଅଭିନତ୍ରୀଙ୍କୁ ବିବାହ କରିବେ କି ପ୍ରଭାସ ?

ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ "ପ୍ରଭାସ" ଲେଖି ବିବାହ ଏବଂ ହ୍ୱାଇଟ୍ ବଧୂ ଇମୋଜି ଲେଖିଛନ୍ତି । ଯଦିଓ ମନୋବାଲା ତାଙ୍କ ପୋଷ୍ଟରେ ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏନେଇ ବହୁତ ଉତ୍ସାହିତ ରହିଛନ୍ତି ଏବଂ ପ୍ରଭାସଙ୍କ ନାଁ ଅଭିନତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ଯୋଡ଼ିଛନ୍ତି । ପୋଷ୍ଟରେ ପ୍ରତିକ୍ରିୟା ଦେଇ, ଜଣେ ପ୍ରଶଂସକ ପଚାରିଛନ୍ତି, ଏହା ନିଶ୍ଚିତ କି? ପ୍ରଭାସ ବିବାହ କରିବେ । ଆଉ ଜଣେ ଲେଖିଛନ୍ତି, ଶେଷରେ! ଅଭିନନ୍ଦନ ପ୍ରଭାସ ସାର୍। କିଛି ୟୁଜର୍ସ ସେହି ଭାଗ୍ୟବାନ ଝିଅ କିଏ ବୋଲି ପଚାରିଥିବା ବେଳେ ଅନେକ ପ୍ରଭାସ ତାଙ୍କର ବାହୁବଲୀ ଫିଲ୍ମ ସହ-ଅଭିନେତା ଅନୁଷ୍କା ସେଟ୍ଟୀଙ୍କ ସହ ବିବାହ କରିବେ କି ବୋଲି ପଚାରିଛନ୍ତି ।

ରାମ ଚରଣ କଲେ ଖୁଲାସା

'ଗେମ୍ ଚେଞ୍ଜର' ରିଲିଜ୍ ହେବା ପୂର୍ବରୁ ରାମ ଚରଣ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ ନନ୍ଦାମୁରୀ ବାଲକୃଷ୍ଣଙ୍କ ଚାଟ୍ ଶୋ' ଅନଷ୍ଟପେବଲ୍ ୱିଥ୍ NBK ସିଜିନ୍ 4କୁ ଯାଇଥିଲେ । ଏହି ସମୟରେ, ଉପସ୍ଥାପକ ନନ୍ଦାମୁରୀ ରାମ ଚରଣଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଏହି ସମୟରେ ରାମ ଚରଣ କହିଥିଲେ ଯେ ତାଙ୍କ ବନ୍ଧୁ ପ୍ରଭାସ ବିବାହ କରିବାକୁ ଯାଉଛନ୍ତି । ବାହୁବଲୀ ଷ୍ଟାର ଆନ୍ଧ୍ରପ୍ରଦେଶର ଗଣପବରମର ଜଣେ ଝିଅକୁ ବିବାହ କରିବାକୁ ପ୍ରସ୍ତୁତ ।

କହିରଖୁଛୁ କି, ଗତ ବର୍ଷ ମଧ୍ୟ ପ୍ରଭାସଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରଭାସଙ୍କ ସମ୍ପର୍କୀୟ ଶ୍ୟାମଲା ଦେବୀ ତାଙ୍କ ବିବାହ ନେଇ କହିଥିଲେ ଯେ ଅଭିନେତା ନିଶ୍ଚୟ ଏବଂ ଶୀଘ୍ର ବିବାହ କରିବେ । ଏହା ପରେ ହାଇଦ୍ରାବାଦରେ କଲ୍କି 2898 AD ଇଭେଣ୍ଟର ଏକ ପ୍ରେସ୍ ଇଭେଣ୍ଟରେ ପ୍ରଭାସ କହିଥିଲେ, "ମୁଁ ଶୀଘ୍ର ବିବାହ କରିବିନାହିଁ କାରଣ ମୁଁ ମୋର ମହିଳା ପ୍ରଶଂସକଙ୍କ ଭାବନାକୁ ଆଘାତ ଦେବାକୁ ଚାହୁଁନାହିଁ ।

ଏହା ମଧ୍ୟ ପଢନ୍ତୁ:ଆସୁଛି 'ସାଲାର 2', ନିର୍ମାତା ହୋମ୍ବାଲେ ଫିଲ୍ମସ ସହ 3ଟି ଫିଲ୍ମ ସାଇନ୍ କଲେ ପ୍ରଭାସ, ରିଲିଜ ତାରିଖ ଘୋଷଣା

ପ୍ରଭାସ-ଅନୁଷ୍କା ସେଟ୍ଟୀଙ୍କ ଡେଟିଂ ଚର୍ଚ୍ଚା

ଅନୁଷ୍କା ସେଟ୍ଟୀ ଏବଂ ପ୍ରଭାସଙ୍କ ସାକ୍ଷାତ 'ବିଲ୍ଲା' ଫିଲ୍ମ ସେଟରେ ହୋଇଥିଲା । ଏହା ପରେ ଦୁହେଁ ଅନେକ ହିଟ୍ ଫିଲ୍ମ ଦେଇଥିଲେ । ପ୍ରଭାସ ଏବଂ ଅନୁଷ୍କା 'ବାହୁବଲୀ' ଏବଂ 'ବାହୁବଲୀ ପାର୍ଟ 2' ଉଭୟ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମଗୁଡ଼ିକ ପରେ, ସେମାନଙ୍କ ଲିଙ୍କ୍ ଅପ୍ (ଡେଟିଂ) ନେଇ ଅନେକ ଖବର ଚର୍ଚ୍ଚାକୁ ଆସିଥିଲା । ଫିଲ୍ମ ବ୍ୟତୀତ ଏହି ଯୋଡ଼ିକୁ ବାସ୍ତବ ଜୀବନରେ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା । ସେମାନଙ୍କ ଡେଟିଂ ପରେ, ସେମାନଙ୍କ ନିର୍ବନ୍ଧ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଏହାକୁ ଦୁହେଁ ଏହି ଖବରକୁ ଗୁଜବ କହି ପରସ୍ପରର ଭଲ ବନ୍ଧୁ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details