ହାଇଦ୍ରାବାଦ:ଓସ୍କାରକୁ ନେଇ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଭଲ ଖବର ଆସିଛି । 'ଅନୁଜା' ଚଳଚ୍ଚିତ୍ରଟି ଅସ୍କାର 2025 ରେସରେ ଭାରତକୁ ପ୍ରତିନିଧିତ୍ୱ କରିବ । 'ଅନୁଜା'କୁ ଓସ୍କାର 2025ରେ ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ମନୋନୀତ କରାଯାଇଛି । ଏହି ଫିଲ୍ମଟି ପ୍ରିୟଙ୍କା ଚୋପ୍ରାଙ୍କ ପର୍ପଲ ପେବଲ୍ ପିକଚର୍ସ ଦ୍ୱାରା ମିଣ୍ଡି କାଲିଂ ଏବଂ ଗୁନୀତ ମୋଙ୍ଗାଙ୍କ ସହ ମିଶି ନିର୍ମିତ । ଏହି ଘୋଷଣା ପରେ ଖୁସିରେ ଝୁମିଛନ୍ତି ପ୍ରିୟଙ୍କା ଚୋପ୍ରା ଓ ଗୁନିତ ମୋଙ୍ଗା ।
୧୮୦ଟି ଚଳଚ୍ଚିତ୍ର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା
ଗୁରୁବାର ୯୭ତମ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥିଲା । ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ବିଭିନ୍ନ ଦେଶର 180ଟି ଫିଲ୍ମ ମଧ୍ୟରେ ଏକ କଠିନ ପ୍ରତିଯୋଗିତା ହୋଇଥିଲା । ଏଥିମଧ୍ୟରୁ କେବଳ ପାଞ୍ଚଟି ଚଳଚ୍ଚିତ୍ର ଫାଇନାଲ ରାଉଣ୍ଡରେ ପ୍ରବେଶ କରିପାରିଥିଲା । ସେଥିମଧ୍ୟରେ 'ଏଲିନ', 'ଅନୁଜା', 'ଆଇ ଏମ ନଟ ଏ ରୋବୋଟ', 'ଦ ଲାଷ୍ଟ ରେଞ୍ଜର', 'ଦ ମ୍ୟାନ ହୁ କୁଡ ନଟ ରିମେନ ସାଇଲେଣ୍ଟ' ।
ତୃତୀୟ ଥର ପାଇଁ ଓସ୍କାରରେ ପହଞ୍ଚିଲେ ଗୁନିତ
ଅନୁଜା ଫିଲ୍ମ ଏବେ 5ଟି ବିଦେଶୀ ଫିଲ୍ମ ସହ କଡା ଟକ୍କର ଦେବ । ବିଶେଷ କଥା ହେଉଛି ଏହା ଗୁନୀତ ମୋଙ୍ଗାଙ୍କ ପାଇଁ ତୃତୀୟ ଓସ୍କାର ମନୋନୀତ ଫିଲ୍ମ । ଗୁନୀତ ମୋଙ୍ଗା ପୂର୍ବରୁ 'ଦି ଏଲିଫ୍ୟାଣ୍ଟ ହ୍ୱିସପରର' ସହିତ ଜଡିତ ଥିଲେ, ଏହି ଫିଲ୍ମଟି ଭାରତୀୟ ସିନେମାକୁ ଓସ୍କାର ପ୍ଲାଟଫର୍ମରେ ଏକ ବଡ଼ ପରିଚୟ ଦେଇଥିଲା । ଏଥିସହ 'ପିରିୟଡ: ଏଣ୍ଡ ଅଫ ସେଣ୍ଟେସ' ପାଇଁ ଓସ୍କାର ଜିତିଥିଲେ । ଏବେ ଏହି ପ୍ଲାଟଫର୍ମରେ 'ଅନୁଜା' କ'ଣ ଚମତ୍କାର ଦେଖାଇବ? ସେଥିପାଇଁ ଏବେ ଅପେକ୍ଷା କରିବାକୁ ପଡିବ ।