ଓଡିଶା

odisha

ETV Bharat / entertainment

ଓସ୍କାରରେ ହୋସ୍ ଉଡ଼ାଇଲା ଜନ ସିନାଙ୍କ ଲୁକ୍, ଉଲଗ୍ନ ହୋଇ ମଞ୍ଚରେ ପହଞ୍ଚି ଦେଲେ ଆୱାର୍ଡ - John Cena Nude Look Viral

Naked John Cena In Oscar: ୯୬ତମ ଓସ୍କାର ପୁରସ୍କାର ନେଇ ସାରା ବିଶ୍ୱର ନଜର ରହିଥିବା ବେଳେ ବର୍ତ୍ତମାନ ତାହା ଆୟୋଜିତ ହୋଇଯାଇଛି । ଏହି ସମୟରେ ଓସ୍କାର ଶୋ'ରେ ରେସଲର ତଥା ଅଭିନେତା ଜନ ସିନାଙ୍କ ଲୁକ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ଆୱାର୍ଡ ପ୍ରଦାନ କରିବାକୁ ଅଭିନେତା ନ୍ୟୁଡ ହୋଇ ମଞ୍ଚରେ ପହଞ୍ଚିଲେ । ଯାହାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ,

ଓସ୍କାରରେ ହୋସ୍ ଉଡାଇଲା ଜନ ସିନାଙ୍କ ଲୁକ୍, ଉଲଗ୍ନ ହୋଇ ମଞ୍ଚରେ ପହଞ୍ଚି ଦେଲେ ଆୱାର୍ଡ
ଓସ୍କାରରେ ହୋସ୍ ଉଡାଇଲା ଜନ ସିନାଙ୍କ ଲୁକ୍, ଉଲଗ୍ନ ହୋଇ ମଞ୍ଚରେ ପହଞ୍ଚି ଦେଲେ ଆୱାର୍ଡ

By ETV Bharat Odisha Team

Published : Mar 11, 2024, 11:41 AM IST

ଲସ ଆଞ୍ଜେଲସ: ଏକାଡେମୀ ପୁରସ୍କାର, ଓସ୍କାର ନାମରେ ମଧ୍ୟ ଜଣାଶୁଣା । ଏକ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଯାହା କେବଳ ବିଜେତାମାନଙ୍କ ପାଇଁ ନୁହେଁ ବରଂ ଅନେକ କାରଣରୁ ଚର୍ଚ୍ଚାରେ ରହିଥାଏ । ଚାପୁଡ଼ା ମାରିବା ଘଟଣା ହେଉ କିମ୍ବା ସେଲଫି ହେଉ, ଅନେକ ଅଦ୍ଭୁତ ଜିନିଷ ଓସ୍କାର ପୁରସ୍କାରରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଚଳିତ ବର୍ଷ ଏକାଡେମୀ ପୁରସ୍କାରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ୯୬ତମ ଓସ୍କାର ପୁରସ୍କାର ଶୋ'ରେ WWE ରେସଲର ତଥା ଅଭିନେତା ଜନ ସିନା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଫିଲ୍ମ ପି.କେରେ ଆମୀର ଖାନଙ୍କ ପରି ଓସ୍କାର ପୁରସ୍କାର ମଞ୍ଚରେ ଜନ୍ ସିନାଙ୍କୁ ବିନା ପୋଷାକରେ ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

ଶ୍ରେଷ୍ଠ ପୋଷାକ ଡିଜାଇନ ବର୍ଗରେ ପୁରସ୍କାର ଉପସ୍ଥାପନ କରିବାକୁ ଜିମି କିମେଲ ଜନ୍ ସିନାଙ୍କୁ ଆମନ୍ତ୍ରଣ କରିଥିଲେ । ଜନ ସିନା ମଞ୍ଚକୁ ଆସିବା ପୂର୍ବରୁ ଜିମି କିମେଲ ଏକ ୫୦ ବର୍ଷ ପୁରୁଣା ଇତିହାସକୁ ମନେ ପକାଇଥିଲେ । ସେ କହିଥିଲେ ଯେ, ପୂର୍ବରୁ ଜଣେ ବ୍ୟକ୍ତି ଓସ୍କାର ସମୟରେ ଉଲଗ୍ନ ହୋଇ ଆସିଥିଲେ । ଆଜି ସେହି ଇତିହାସ ପୁଣି ହୋଦରିବାକୁ ଯାଉଛି । ଏହି ସମୟରେ ଜନ ସିନା ଏଣ୍ଟ୍ରି କରନ୍ତି । ବିନା ପୋଷାକରେ ନଜର ଆସନ୍ତି ଜନ ସିନା ।

ବିନା ପୋଷାକରେ ମଞ୍ଚରେ ଜନ୍ ସିନାଙ୍କୁ ଦେଖି ସମସ୍ତେ ହସିବାକୁ ଲାଗନ୍ତି । ଏହା ପରେ ଜନ ସିନା ପୋଷାକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏବଂ ଶ୍ରେଷ୍ଠ ପୋଷାକ ଡିଜାଇନ ପାଇଁ ପୁରସ୍କାର ପ୍ରଦାନ କରନ୍ତି । ତେବେ ଜନ ସିନାଙ୍କ ଏହି ନ୍ୟୁଡ ଲୁକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଓସ୍କାର ୨୦୨୪: 'ଓପେନହାଇମର-ପୋର୍ ଥିଙ୍ଗସ'ର ଜଲୱା, ଦେଖନ୍ତୁ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା

କହିରଖୁଛୁ କି, ଶ୍ରେଷ୍ଠ ପୋଷାକ ଡିଜାଇନ୍ ପାଇଁ 'ପୋର ଥିଙ୍ଗସ' ଓସ୍କାର ଜିତିଛି । ଏଥିସହ ହେଆର ଷ୍ଟାଇଲ ଏବଂ ମେକଅପ୍, ପ୍ରଡକ୍ସନ୍ ଡିଜାଇନ୍ ଏବଂ ପୋଷାକ ପାଇଁ କ୍ରମାଗତ ଦୁଇଟି ବିଜୟ ସହ ଏହି ଚଳଚ୍ଚିତ୍ରଟି ୪ଟି ଓସ୍କାର ପୁରସ୍କାର ନିଜ ନାଁରେ କରିଛି । ସେହିପରି ଖ୍ରୀଷ୍ଟୋଫର ନୋଲାନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଓପେନହାଇମର' ମୋଟ ୭ଟି ଆୱାର୍ଡ ନିଜ ନାଁରେ କରିଛି ।

ABOUT THE AUTHOR

...view details