ଓଡିଶା

odisha

ସୋସିଆଲ ମିଡିଆରେ ଓଲିଉଡ ୱାର୍, ବୁଦ୍ଧାଦିତ୍ୟଙ୍କ ନାଁରେ ପ୍ରଯୋଜକ ରବୀନ୍ଦ୍ର ନାଥଙ୍କ ଏତଲା - FIR Against Buddhaditya

By ETV Bharat Odisha Team

Published : Apr 14, 2024, 10:19 PM IST

Ollywood Controversy: ଅଭିନେତା ବୁଦ୍ଧାଦିତ୍ୟଙ୍କ ପାଇଁ ବଢ଼ିଛି ଅଡ଼ୁଆ । ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ପ୍ରଯୋଜକ ରବୀନ୍ଦ୍ର ନାଥ ପଣ୍ଡା । ଅଧିକ ପଢନ୍ତୁ

Ollywood Controversy
Ollywood Controversy

Ollywood Controversy

ଭୁବନେଶ୍ବର:ଓଲିଉଡ ବିବାଦରେ ଲାଗୁନି ବ୍ରେକ୍ । ଗତ କିଛି ଦିନ ପୂର୍ବରୁ ଚର୍ଚ୍ଚାରେ ଥିବା ଅଭିନେତା ବୁଦ୍ଧାଦିତ୍ୟଙ୍କ ପାଇଁ ବଢ଼ିଛି ଅଡ଼ୁଆ । ନୟାପଲ୍ଲୀ ଥାନାରେ ଏତଲା ଦେଲେ ଓଡ଼ିଆ ସିନେ ପ୍ରଯୋଜକ ରବୀନ୍ଦ୍ର ନାଥ ପଣ୍ଡା । ଗତ କିଛିଦିନ ପୂର୍ବରୁ ବୁଦ୍ଧାଦିତ୍ୟ ଆଣିଥିବା ଆରୋପକୁ ନେଇ ଏକ ଭିଡିଓ ନିର୍ଦ୍ଦିଷ୍ଟ ଏକ ଗ୍ରୁପରେ ପଡିଥିଲା। ଯେଉଁଠି ରବୀନ୍ଦ୍ର ପଣ୍ଡା ଆଙ୍କରଙ୍କ ଉପସ୍ଥାପନା ପାଇଁ ମଜାଳିଆ ଢଙ୍ଗରେ 'ଦିଲ ତୋ ଦିୱାନା ହେ' ଲେଖିଥିଲେ। ଏହାକୁ ନେଇ ଗ୍ରୁପରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ତାଙ୍କୁ ଅନେକ କଥା କହିଥିଲେ । ପରେ ବ୍ୟକ୍ତିଗତ ଚାଟ୍ ମାଧ୍ୟମରେ ତାଙ୍କୁ ଧମକପୂର୍ଣ୍ଣ ମେସେଜ ଦେଇଛନ୍ତି ବୋଲି ପ୍ରଯୋଜକ ଜଣକ ଅଭିଯୋଗ କରିଛନ୍ତି ।

ଏହାସହ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତଥା ଜାତୀୟ ଦଳର ମୁଖପାତ୍ରଙ୍କ ନାଁ ନେଇ ବୁଦ୍ଧାଦିତ୍ୟ ଧମକ ଦେଇଛନ୍ତି । ତେଣୁ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ପ୍ରଯୋଜକ ରବୀନ୍ଦ୍ର ପଣ୍ଡା । ଏହାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି ମଧ୍ୟ କହିଛନ୍ତି । ଏପଟେ ବୁଦ୍ଧାଦିତ୍ୟଙ୍କ ପ୍ରତିକ୍ରିୟା ପରେ ସେ କହିଛନ୍ତି, "ମୁଁ ଆଇନର ଆଶ୍ରୟ ନେଇଛି । ତଦନ୍ତ ହେଲେ ସତ ଯାହା ତାହା ନିଶ୍ଚୟ ବାହାରକୁ ଆସିବ । ମୋର ଆଇନ ଉପରେ ଭରସା ଅଛି ସେମାନେ ସବୁ ଦିଗକୁ ନେଇ ତଦନ୍ତ କରିବେ।"

ଏହା ବି ପଢନ୍ତୁ...ପୁଣି ଓଲିଉଡ କଳି: ସୋସିଆଲ ମିଡିଆରେ ବୁଦ୍ଧାଦିତ୍ୟଙ୍କୁ ଟାର୍ଗେଟ୍, ପ୍ରଯୋଜକ ପ୍ରୀତମଙ୍କ ନାଁରେ ଏତଲା - Ollywood Controversy

ଅନ୍ୟପଟେ ବୁଦ୍ଧାଦିତ୍ୟ କହିଛନ୍ତି, "ମୁଁ ତାଙ୍କୁ ସେଭଳି କିଛି ଅପମାନଜନକ କଥା କହିନାହିଁ । ଏପରିକି ମୁ ତାଙ୍କୁ ସଠିକ ଭାବେ ଜାଣିନାହିଁ । ସେ ବାରମ୍ବାର ମତେ ଇମୋଜୀ ଓ କମେଣ୍ଟ ମାଧ୍ୟମରେ ତାତ୍ସଲ୍ୟ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ମୁଁ କୌଣସି ଧମକ କି ଜୀବନରୁ ମାରିଦେବା କଥା କହିନାହିଁ । ଏପରିକି ରାଜନୈତିକ ବ୍ୟକ୍ତି କି ଦଳର କ୍ଷମତା କଥା ମଧ୍ୟ କହିନାହୁଁ । କେବଳ ମୁଁ ମୋ ପ୍ରଚାରର କ୍ଷମତା କଥା କହିଛି କି ମୁଁ ପ୍ରଚାର କଲେ କ'ଣ ହୁଏ । ଯେଉଁ ମେସେଜ କରିଛି ତାହା କେବଳ ଦାଦା ନମସ୍କାର ଓ ହସର ଇମୋଜୀ ହିଁ ଥିଲା । ଏହାପରେ ଯଦି ସେ ପ୍ରତିକ୍ରିୟାଶୀଳ ହେଉଛନ୍ତି, ତେବେ ସେ କ'ଣ ଆଉ ମୁଁ କ'ଣ ଜନତା ଜାଣିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details