ଓଡିଶା

odisha

ETV Bharat / entertainment

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ଅନନ୍ତ-ଶ୍ରୀନିବାସ-ଜୟୀରାମଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ - ODISHA STATE FILM AWARDS

2020-21-22 ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ । 3 ବର୍ଷର ଚଳଚ୍ଚିତ୍ର ପୁରସ୍କାର ଆଜି ମନୋନୀତ କଳାକାରଙ୍କୁ ପ୍ରଦାନ କରାଯାଇଛି ।

Odisha State Film Awards
Odisha State Film Awards (ETV Bharat Odisha)

By ETV Bharat Odisha Team

Published : Nov 17, 2024, 7:07 PM IST

ଭୁବନେଶ୍ୱର:୩ ବର୍ଷ ଅର୍ଥାତ୍ ୨୦୨୦,୨୧ ଓ ୨୨ ପାଇଁ ଶ୍ରେଷ୍ଠ କଳକାରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୩୩ଟି ବର୍ଗରେ ପୁରସ୍କାର ଦିଆଯାଇଛି । 2020 ବର୍ଷ ପାଇଁ ‘ଜୀବନ ବ୍ୟାପୀ ସାଧନା ସମ୍ମାନ’ ତଥା 'ମୋହନ ସୁନ୍ଦର ଦେବ ଗୋସ୍ୱାମୀ' ପୁରସ୍କାର ପୁରସ୍କାର ପାଇଛନ୍ତି ବିଶିଷ୍ଟ ଲେଖକ ତଥା ନିର୍ଦ୍ଦେଶକ, ନାଟ୍ୟକାର ଅନନ୍ତ ମହାପାତ୍ର । ସେହିପରି ୨୦୨୧ ବର୍ଷ ପାଇଁ ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ 2022 ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ 'ଜୀବନବ୍ୟାପି ସାଧନା ପୁରସ୍କାର' ତଥା 'ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର' ଦିଆଯାଇଛି ।

ଶ୍ରେଷ୍ଠ କଳକାରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ

ODISHA STATE FILM AWARDS (ETV Bharat Odisha)

ନଭେମ୍ବର 17 ଅର୍ଥାତ୍ ଆଜି ଭୁବନେଶ୍ୱର ସ୍ଥିତ ଆୟୋଜିତ ହୋଇଥିବା 'ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର' ସମାରୋହରେ ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ତେବେ ୩୩ଟି ବର୍ଗରେ 99 ଟି ଆୱାର୍ଡରୁ ମୋଟ 86ଟି ଆୱାର୍ଡ ପ୍ରଦାନ କରାଯାଇଛି । ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ସବସିଡି ଦେବାକୁ ଏହି ଅବସରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି 2020 ବର୍ଷର ଡଃ. ବିଶ୍ବନାଥ ପଟ୍ଟନାୟକଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ 'ସହିଦ ରଘୁ ସର୍ଦ୍ଦାର'କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମିଳିଥିବା ବେଳେ 2021 ବର୍ଷ ପାଇଁ ଅନୁପମ ପଟ୍ଟନାୟକଙ୍କ ଫିଲ୍ମ 'ପ୍ରତୀକ୍ଷା' ଓ ଅତୀଶ କୁମାର ରାଉତଙ୍କ ଫିଲ୍ମ 'ଡାଲଚିନି'କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି 2022 ବର୍ଷ ପାଇଁ ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ତଥା ଅଭିନେତା ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ 'ଦମନ'କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କୃତ କରାଯାଇଛି ।

ODISHA STATE FILM AWARDS (ETV Bharat Odisha)

୩ ବର୍ଷରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତଙ୍କ ତାଲିକା:-

ଜୀବନ ବ୍ୟାପୀ ସାଧନା ସମ୍ମାନ:

  • ନିର୍ଦ୍ଦେଶକ ଅନନ୍ତ ମହାପାତ୍ର(୨୦୨୦)
  • ଶ୍ରୀନିବାସ ମହାପାତ୍ର (୨୦୨୧)
  • ହାସ୍ୟ ଅଭିନେତା ଜୟୀରାମ ସାମଲ (2022)

ଶ୍ରେଷ୍ଠ ଚଳଚିତ୍ର:

  • ସହୀଦ ରଘୁ ସର୍ଦ୍ଦାର (2020)
  • ପ୍ରତୀକ୍ଷା ଓ ଡାଲଚିନି (2021)
  • ଦମନ (2022)
  1. 32ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-2020
  • ସ୍ବତନ୍ତ୍ର ଜୁରୀ ପୁରସ୍କାର- ବର୍ଷା ପ୍ରିୟଦର୍ଶିନୀ (କୁଇନ୍)
  • ଶ୍ରେଷ୍ଠ ଫିଲ୍ମ - ଡଃ ବିଶ୍ବନାଥ ପଟ୍ଟନାୟକଙ୍କ ଫିଲ୍ମ 'ସହିଦ ରଘୁ ସର୍ଦ୍ଦାର'
  • ଶ୍ରେଷ୍ଠ ନିର୍ଦ୍ଦେଶକ- ରାକେଶ ସାମଲ (ରୋମିଓ ରାଜା)
  • ଶ୍ରେଷ୍ଠ ମୁଖ୍ୟ ଅଭିନେତା- ଦେବାଶିଷ ମହାପାତ୍ର (ସହିଦ ରଘୁ ସର୍ଦ୍ଦାର) ଏବଂ ଅମ୍ଲାନ ଦାସ (ରୋମିଓ ରାଜା)
  • ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- କାବ୍ୟା କିରଣ ଶୁକ୍ଲା (ସହିଦ ରଘୁ ସର୍ଦ୍ଦାର)
  • ଶ୍ରେଷ୍ଠ କାହାଣୀକାର- ଡଃ ବିଶ୍ବନାଥ ପଟ୍ଟନାୟକ (ସହିଦ ରଘୁ ସର୍ଦ୍ଦାର)
  • ଶ୍ରେଷ୍ଠ ସମ୍ପାଦନା- ରାଜେଶ ଦାଶ (ରୋମିଓ ରାଜା)
  • ଶ୍ରେଷ୍ଠ ଗୀତିକାର- ପଞ୍ଚାନନ ନାୟକ(ଜୀବନ ତୁ କୋଉ..'ରୋମିଓ ରାଜା')
  • ଶ୍ରେଷ୍ଠ ସହ ଅଭିନେତା- ଡଃ ଜ୍ଞାନେନ୍ଦ୍ର କୁମାର ପଲାଇ (ରୋମିଓ ରାଜା)
  • ଶ୍ରେଷ୍ଠ ସହ ଅଭିନେତ୍ରୀ- ପୁଷ୍ପା ପଣ୍ଡା (ସହିଦ ରଘୁ ସର୍ଦ୍ଦାର)
  • ଶ୍ରେଷ୍ଠ ଶିଶୁ ଅଭିନେତା-ଅଜୟ କୁମାର ଚୌଧୁରୀ (ମାସ୍କ)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ସୁରେଶ ଚନ୍ଦ୍ର ସେଠୀ (ସହିଦ ରଘୁ ସର୍ଦ୍ଦାର)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- ସରୋଜ କୁମାର (ଜୀବନ ତୁ କୋଉ..'ରୋମିଓ ରାଜା')
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ଅସୀମା ପଣ୍ଡା (ବହୁଦିନ ପରେ..'ରୋମିଓ ରାଜା')
  • ଶ୍ରେଷ୍ଠ ପ୍ରାମାଣିକ ଫିଲ୍ମ- ମାସ୍କ
  • ଶ୍ରେଷ୍ଠ ଖଳନାୟକ- ରାଜୀବ ମହାନ୍ତି (ସହିଦ ରଘୁ ସର୍ଦ୍ଦାର), ଦୀପକ ରଞ୍ଜନ ମହାରଣା(ରୋମିଓ ରାଜା)
  • ଶ୍ରେଷ୍ଠ ଖଳ ନାୟିକା- ଲିପ୍ସା ମିଶ୍ର (କୁଇନ୍)
  • ଶ୍ରେଷ୍ଠ ସଂଳାପ ଲେଖକ- ଡଃ ରଜନୀ ରଞ୍ଜନ ଦାସ (ସହିଦ ରଘୁ ସର୍ଦ୍ଦାର)
  • ଶ୍ରେଷ୍ଠ ପୋଷାକ ଡିଜାଇନର- ଶରତ କୁମାର ବେହେରା (ସହିଦ ରଘୁ ସର୍ଦ୍ଦାର)
  • ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ- ସତ୍ୟବ୍ରତ ପାଟରା (କୁଇନ୍)
  • ଶ୍ରେଷ୍ଠ ନୃତ୍ୟ ସଂଯୋଜନା- ଅମିତ୍ କୁମାର ନାୟକ (ରୋମିଓ ରାଜା)
  • ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ- ସୂର୍ଯ୍ୟ ଦେଓ (କାଲି ପାଇଁ କାଲିର ସିନେମା)

2. 33ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-2021

  • ସ୍ବତନ୍ତ୍ର ଜୁରୀ ପୁରସ୍କାର- ସୁସ୍ମିତା ଦାସ, ବିୟତ୍ ପ୍ରଜ୍ଞା ତ୍ରିପାଠୀ (ୟୋଗିନୀ)
  • ଶ୍ରେଷ୍ଠ ଫିଲ୍ମ- ଅନୁପମ ପଟ୍ଟନାୟକଙ୍କ (ପ୍ରତୀକ୍ଷା) ଏବଂ ଅତୀଶ କୁମାର ରାଉତଙ୍କ (ଡାଲଚିନି)
  • ଶ୍ରେଷ୍ଠ ନିର୍ଦ୍ଦେଶକ- ସୁରେଶ ପଟ୍ଟନାୟକ (ତୃଷ୍ଣା)
  • ଶ୍ରେଷ୍ଠ ମୁଖ୍ୟ ଅଭିନେତା- ଅଙ୍କିତ କୁମାର (ଭୋକ) ଓ ଦୀପନ୍ବିତ ଦାସ ମହାପାତ୍ର (ପ୍ରତୀକ୍ଷା)
  • ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- ସୂର୍ଯ୍ୟମୟୀ ମହାପାତ୍ର (ଡାଲଚିନି)
  • ଶ୍ରେଷ୍ଠ କାହାଣୀକାର- ରଞ୍ଜନ ଦାସ (ଭୋକ) ଓ ଗୌରହରି ଦାସ (ପ୍ରତୀକ୍ଷା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର)- ଅଭିଜିତ ମଜୁମଦାର (ତୃଷ୍ଣା)
  • ଶ୍ରେଷ୍ଠ ସମ୍ପାଦନା- ମାନସ କୁମାର ସାହୁ (ଚକ୍ଷୁବନ୍ଧନ)
  • ଶ୍ରେଷ୍ଠ ଗୀତିକାର- ଚିନ୍ମୟ ଦାସପଟ୍ଟନାୟକ (ଝଡ଼ ପରି ଆସି ପାଗଳ କରିଲ, ବିଶ୍ବାସ)
  • ଶ୍ରେଷ୍ଠ ଚିତ୍ରନାଟ୍ୟ- ଦିଲୀପ କୁମାର ଚୌଧୁରୀ (ଚକ୍ଷୁବନ୍ଧନ)
  • ଶ୍ରେଷ୍ଠ ସହ ଅଭିନେତା- ସମରେଶ ରାଉତରାୟ (ତୃଷ୍ଣା ଓ ଅଜାତି)
  • ଶ୍ରେଷ୍ଠ ସହ ଅଭିନେତ୍ରୀ- ସାଧନା ମାଲି (କ୍ଷୁଧା), ଏଲିନା ସାମନ୍ତରାୟ (ଦୃଷ୍ଟିକୋଣ)
  • ଶ୍ରେଷ୍ଠ ହାସ୍ୟ କଳାକାର- ଶଙ୍କର ପ୍ରଧାନ (ଅରୁନ୍ଧତୀ)
  • ଶ୍ରେଷ୍ଠ ଶିଶୁ ଅଭିନେତା- ନବନୀତ୍ ମହାନ୍ତ (ବିଶ୍ବାସ)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ସୁଧାଂଶୁ ଭୂଷଣ ମହାନ୍ତି (ୱୁହାନରୁ ଓଡ଼ିଶା)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- ସ୍ୱୟମ ପାଢୀ (ଅନାବନା ବାଟ ସବୁ.. ତୃଷ୍ଣା)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ସୋହିନୀ ମିଶ୍ର (ହାଏରେ ମୁଁ ଅରୁନ୍ଧତୀ, ଅରୁନ୍ଧତୀ)
  • ଶ୍ରେଷ୍ଠ ପ୍ରାମାଣିକ ଫିଲ୍ମ- ନୀଳା ମହାପାତ୍ର ଓ ଶ୍ବେକ କୁମାର ଦାଶଙ୍କ (ଦି ହିଲିଂ ଟଚ୍)
  • ଶ୍ରେଷ୍ଠ ଖଳନାୟକ- କୁନା ତ୍ରିପାଠୀ (ଭୋକ)
  • ଶ୍ରେଷ୍ଠ ଖଳନାୟିକା- ଇଶାନୀ ସେନ ଗୁପ୍ତା (ଚକ୍ଷୁବନ୍ଧନ)
  • ଶ୍ରେଷ୍ଠ ସଂଳାପ ଲେଖକ- ପ୍ରଣବ ଦାସ (ଅଜାତି)
  • ଶ୍ରେଷ୍ଠ ପୋଷାକ ଡିଜାଇନର- ରବି ଚନ୍ଦ୍ର ପାତ୍ର (ତୃଷ୍ଣା)
  • ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ- ସମରେଶ ପାଲ୍ (ମାୟାଦର୍ପଣ)
  • ଶ୍ରେଷ୍ଠ ନୃତ୍ୟ ସଂୟୋଜନା- ମହମ୍ମଦ ସଫିକ୍-ଉଲ୍-ହକ୍ (ଯୋଗିନୀ)
  • ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଫିଲ୍ମ- ନବୀନ ଭଣ୍ଡାରୀଙ୍କ (ତୃଷ୍ଣା)
  • ଶ୍ରେଷ୍ଠ ଆନିମେଟର- ଅନବୁ ସେଲଭନ (ଦୃଷ୍ଟିକୋଣ)

ଏହା ମଧ୍ୟ ପଢନ୍ତୁ:ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବେ କପିଳେଶ୍ୱର ଖମାରି, ଟିମକୁ ଦେଲେ ସଫଳତାର ଶ୍ରେୟ

3. 34ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-2022

  • ସ୍ବତନ୍ତ୍ର ଜୁରୀ ପୁରସ୍କାର- ଶ୍ରୁତିରେଖା ମିଶ୍ରଙ୍କ (ବାଘ ବଜାରୀ)
  • ଶ୍ରେଷ୍ଠ ଫିଲ୍ମ- ଦୀପେନ୍ଦ୍ର ସାମଲଙ୍କ (ପ୍ରତୀକ୍ଷା)
  • ଶ୍ରେଷ୍ଠ ନିର୍ଦ୍ଦେଶକ- ସୁଧାଂଶୁ ମୋହନ ସାହୁ (ମାୟାବୀ)
  • ଶ୍ରେଷ୍ଠ ମୁଖ୍ୟ ଅଭିନେତା- ବାବୁଶାନ ମହାନ୍ତି (ଦମନ)
  • ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- ଲୋପାମୁଦ୍ରା ମିଶ୍ର (ବୋଉର ହାତବାକ୍ସ)
  • ଶ୍ରେଷ୍ଠ କାହାଣୀକାର- ମିହିର ରଞ୍ଜନ ଆଚାର୍ୟ୍ୟ (ବାଘ ବଜାରୀ)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର)- ପଙ୍କଜ ଜାଲ୍ (ଖରା)
  • ଶ୍ରେଷ୍ଠ ସମ୍ପାଦନା- ଦେବୀ ପ୍ରସାଦ ଲେଙ୍କା (ଦମନ)
  • ଶ୍ରେଷ୍ଠ ଗୀତିକାର- ଚୂଡ଼ାମଣି ଚନ୍ଦନ (ମାଟି ସାଙ୍ଗେ ମାଟି ହେବୁ ମାଟିର ମନୁଷରେ-ଖରା), କପିଳେଶ୍ବର ଖମାରି (ୟାରେ ମନ ମୋର-ଶତ୍ରୁ)
  • ଶ୍ରେଷ୍ଠ ଚିତ୍ରନାଟ୍ୟ- ଡଃ ଲିଙ୍ଗରାଜ ନାଥ (ମନସ୍କ)
  • ଶ୍ରେଷ୍ଠ ସହ ଅଭିନେତା- କୁନାଲ ପଟ୍ଟନାୟକ (ମାୟାବୀ), ଗଦାଧର ବାରିକ (ଖରା)
  • ଶ୍ରେଷ୍ଠ ସହ ଅଭିନେତ୍ରୀ- ସୁଶୀଲା ନାୟାର (ଖରା)
  • ଶ୍ରେଷ୍ଠ ହାସ୍ୟ କଳାକାର- ହରୁହର ମହାପାତ୍ର (ମହାବାହୁ)
  • ଶ୍ରେଷ୍ଠ ଶିଶୁ ଅଭିନେତା- ଲିପାକ୍ସି ଦାସ (ମହାବାହୁ)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ଅଜୟ ସୁତାର (ବୋଉର ହାତବାକ୍ସ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- ମାଧବ ଦାସ (ୟାରେ ମନ ମୋର-ଶତ୍ରୁ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ଦୀପ୍ତିରେଖା ପାଢୀ (କେହି ଜଣେ ମତେ ଖୁଏଁରେ-ମହାବାହୁ)
  • ଶ୍ରେଷ୍ଠ ଶଦ୍ଦ ଗ୍ରହଣକାରୀ- ତୁଷାରକାନ୍ତ ଜେନା (ଦମନ)
  • ଶ୍ରେଷ୍ଠ ପ୍ରାମାଣିକ ଫିଲ୍ମ- ମନାୟୁଂ-ମାଇଁ ୱଣ୍ଡର୍ ଲ୍ୟାଣ୍ଡ
  • ଶ୍ରେଷ୍ଠ ଖଳନାୟକ- କୌଶିକ ମହାପାତ୍ର (ଚୁମକି ଓ ସେ ତ ପାଣିରେ ବୁଡ଼ିବ କାହିଁକି)
  • ଶ୍ରେଷ୍ଠ ଖଳନାୟିକା- ମଉବାଣୀ ସରକାର (ମାୟାବୀ)
  • ଶ୍ରେଷ୍ଠ ଆଦିବାସୀ ଭାଷା ଫିଲ୍ମ- ରବି ଶଙ୍କର ରଥଙ୍କ ଦେୱା (କୋୟା ଭାଷା)
  • ଶ୍ରେଷ୍ଠ ସଂଳାପ ଲେଖକ- ଦିଲୀପ କୁମାର ଚୌଧୁରୀ (ମାୟାବୀ)
  • ଶ୍ରେଷ୍ଠ ପୋଷାକ ଡିଜାଇନର- ମହେନ୍ଦ୍ର ବରାଳ (ଚୁମକି), ଜିତ୍ ଜଗଜିତ୍ (ସେ ତ ପାଣିରେ ବୁଡ଼ିବ କାହିଁକି)
  • ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ- ଶଙ୍କର ମଣ୍ଡଳ (ଶେଷ ରାତି)
  • ଶ୍ରେଷ୍ଠ ନୃତ୍ୟ ସଂୟୋଜନା- ଅମିତ୍ ନାୟକ (କାହିଁ ୟେ ଜାଣେନା- ଶେଷ ରାତି)
  • ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଫିଲ୍ମ- ରମେଶ ବାରିକଙ୍କ (ମହାବାହୁ)
  • ଶ୍ରେଷ୍ଠ ଆନିମେଟର- ବିଜୟ କିଶୋର (ଚୁମକି, ସେ ତ ପାଣିରେ ବୁଡ଼ିବ କାହିଁକି)
  • ଶ୍ରେଷ୍ଠ ସିନେମା ପୁସ୍ତକ- ସୂର୍ଯ୍ୟ ଦେଓ (ଓଡ଼ିଆ ସିନେମା ଗୀତ- ସତୁରିରୁ ଅଠସ୍ତରି)

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details