ଓଡିଶା

odisha

ETV Bharat / entertainment

'ଓଲିଉଡ଼ ପାଇଁ ଖୋଲିଲା ପାନ ଇଣ୍ଡିଆ ଡୋର୍', ୩ ଭାଷାରେ ଆସୁଛି ପରବ - OLLWOOD READY TO GO PAN INDIA

ତିନିଟି ଭାଷାରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପରବ' । ନିର୍ମାତା ଦୀପେନ୍ଦ୍ର ସାମଲଙ୍କ ଆଶା 'ପାନ ଇଣ୍ଡିଆରେ ଓଲିଉଡ ସିନେମାକୁ ମିଳିବ ସ୍ୱୀକୃତି ।'

Ollwood Industry Is Ready To Go Pan-India
Ollwood Industry Is Ready To Go Pan-India (ETV Bharat Odisha)

By ETV Bharat Entertainment Team

Published : Dec 7, 2024, 5:08 PM IST

ଭୁବନେଶ୍ୱର:ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ସଫଳତା । 3ଟି ଭାଷାରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପରବ' । ଓଡ଼ିଆ ସିନେମା ଶିଳ୍ପରେ ଦୀର୍ଘବର୍ଷ ପରେ ‘ଦମନ’, ‘ପ୍ରତୀକ୍ଷା’ ଭଳି ଫିଲ୍ମ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ 'ପରବ' ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ । ଏହି ଫିଲ୍ମ 3ଟି ଭାଷା ତଥା ଓଡ଼ିଆ, ହିନ୍ଦୀ ଓ ତେଲଗୁ ଭାଷାରେ ପରଦାକୁ ଆସିବ । କେବଳ ଏତିକି ନୁହେଁ ହଲ୍ ରିଲିଜ ପରେ ଏହି ଫିଲ୍ମ ଓଟିଟିରେ ମଧ୍ୟ ଆସିବ । ଯାହାକୁ ନେଇ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ 'ପାନୋରମା ଷ୍ଟୁଡ଼ିଓ' ସହ ହାତ ମିଳାଇଛନ୍ତି ଓଲିଉଡ ନିର୍ମାତା ଦୀପେନ୍ଦ୍ର ସାମଲ । ଏନେଇ ପନୋରମା ଷ୍ଟୁଡିଓ ସହ ଚୁକ୍ତିନାମା ସରିଥିବା ବେଳେ ସାରା ଦେଶରେ ୨୦୦ ସ୍କ୍ରିନରେ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି ନିର୍ମାତା ଦୀପେନ୍ଦ୍ର ସାମଲ । ଯାହା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହା ଦ୍ୱାରା ବର୍ତ୍ତମାନ ପାନ ଇଣ୍ଡିଆରେ ଓଲିଉଡ଼ ସିନେମାକୁ ସ୍ୱୀକୃତି ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି ନିର୍ମାତା ।

Ollwood Industry Is Ready To Go Pan-India (ETV Bharat Odisha)

ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ବଡ଼ ସଫଳତା

'ପରବ' ନିର୍ମାତା ଦୀପେନ୍ଦ୍ର ସାମଲ କହିଛନ୍ତି, ''ଆମର ଯାହା ଯୋଜନା ଥିଲା ଯେ 'ପରବ'କୁ ଆମେ ସେହି ସ୍ତରରେ ପହଞ୍ଚାଇବୁ । ସେନେଇ ଆମେ ଗୋଟିଏ ପାଦ ଆଗେଇଛୁ । ଯେଉଁଥିରେ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ ପାନୋରମା ଷ୍ଟୁଡିଓ ଆମ ଓଡ଼ିଆ ଫିଲ୍ମକୁ ପ୍ରାଥମିକତା ଦେଇଛନ୍ତି । ଆଞ୍ଚଳିକ କଣ୍ଟେଣ୍ଟକୁ ପ୍ରାଥମିକତା ଦେଇଛନ୍ତି । ଆଉ ଧୀରେ ଧୀରେ ଏଥିପ୍ରତି ଫୋକସ୍ କରୁଛନ୍ତି । ଏହା ଆମ ଓଡ଼ିଶାବାସୀଙ୍କ ପାଇଁ ବଡ଼ କଥା । ଆମ ଫିଲ୍ମ ମଧ୍ୟ ପାନ ଇଣ୍ଡିଆ ହୋଇପାରିବ । ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ରାସ୍ତା ଖୋଲିଲା କହିଲେ ଚଳେ ।''

ଓଟିଟିରେ ଆସିବ ଓଡ଼ିଆ ଫିଲ୍ମ 'ପରବ'

ସାରା ଦେଶରେ 'ପରବ' ରିଲିଜ ନେଇ ନିର୍ମାତା ଦୀପେନ୍ଦ୍ର ସାମଲ କହିଛନ୍ତି, ''ପାନୋରମା ଷ୍ଟୁଡିଓ 'ପରବ'କୁ ସାରା ଦେଶରେ ଫିଲ୍ମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ 'ପରବ'କୁ Satellite ଠାରୁ ଆରମ୍ଭ କରି ଓଟିଟିରେ ରିଲିଜ କରିବାର ଦାୟିତ୍ୱ ନେଇଛନ୍ତି । ଯାହା ଆମ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ସଫଳତା ଏବଂ ଏହା ଦ୍ୱାରା ମୁଁ ଭାବୁଛି ଆଗକୁ ଏପରି ଅନେକ ଓଡ଼ିଆ ଫିଲ୍ମ ସେମାନେ ଚାହିଁଲେ ପାନ-ଇଣ୍ଡିଆ କରିପାରିବେ ।

୩ଟି ଭାଷାରେ ରିଲିଜ ହେବ 'ପରବ'

'ପରବ' ରିଲିଜ ନେଇ ସେ କହିଛନ୍ତି, ଆମେ 'ପରବ' କୁ 3ଟି ଭାଷାରେ ରିଲିଜ କରିବାକୁ ଯାଉଛୁ। ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା ରହିଛି । ଆମେ ଚାହୁଁଛୁ ଓଡ଼ିଆ ଏବଂ ହିନ୍ଦୀ ଏକାସାଙ୍ଗେ ରିଲିଜ କରିବାକୁ ଚାହୁଁଛୁ । ଓଡ଼ିଆ ଫିଲ୍ମ ଡିସେମ୍ୱର 20ରେ ରିଲିଜ ହେବ । ହିନ୍ଦୀ ଏକାସାଙ୍ଗେ ରିଲିଜ କରିବାକୁ ଚାହୁଁଛୁ । ବର୍ତ୍ତମାନ ସେନ୍ସରସିପ୍ ଆମ ପାଇଁ ବଡ଼ ଚ୍ୟାଲେଞ୍ଜିଂ ହୋଇଛି । ତଥାପି ଆମ ଟିମ୍ କାମ କରୁଛି । ଆଶା କରୁଛି ଆମକୁ ସେନ୍ସରସିପ୍ ମିଳିଯିବ ।''

ପୁଣି ପରଦାକୁ ଫେରୁଛନ୍ତି ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି

ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ନଜର ଆସିବେ । ତେବେ ପରଦାରେ ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି କମବ୍ୟାକ ନେଇ ସେ କହିଛନ୍ତି, ''ସିଦ୍ଧାନ୍ତ-ଅନୁ ଉଭୟ ଓଲିଉଡର ଲୋକପ୍ରିୟ ଯୋଡ଼ି । ଫିଲ୍ମର କାହାଣୀ ସହ ଜଡ଼ିତ ଚରିତ୍ରରେ ଉଭୟ ଫିଟ୍ । ତେଣୁ ଆମେ ଉଭୟଙ୍କୁ ଲିଡ୍ ରୋଲରେ ଉପସ୍ଥାପନ କରିଛୁ । ଦୁଇ ଜଣଙ୍କ ଏହି ଫିଲ୍ମରେ ଭିନ୍ନ ଚରିତ୍ର ରହିଛି । ଯାହାକୁ ଦର୍ଶକ ପ୍ରଥମ ଥର ପାଇଁ ଦେଖିବେ ।''

୨୦୦ ହଲରେ ରିଲିଜ ହେବ 'ପରବ'

ଫିଲ୍ମ ରିଲିଜ ନେଇ ଦୀପେନ୍ଦ୍ର କହିଛନ୍ତି, 'ପରବ' 200 ସିନେମା ହଲରେ ରିଲିଜ ହେବ । ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଆମେ ଏକାଠି ରିଲିଜ କରିବାକୁ ଚେଷ୍ଟା କରୁଛୁ । ଏହାର 10 ଦିନ ପରେ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା କରିଛୁ ।

ଏହା ମଧ୍ୟ ପଢନ୍ତୁ:'ପରବ' ପ୍ରମୋସନ ପାଇଁ ଗଜପତିରେ ସିଦ୍ଧାନ୍ତ-ଅନୁ, ଦର୍ଶକଙ୍କୁ କଲେ ଏମିତି ଅପିଲ୍

କହିରଖୁଛୁ କି, ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ତଥା ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ । ଏଥିରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁଙ୍କ ସମେତ ଜାତୀୟ ପୁରସ୍କାର ବିଜେତା 'ପ୍ରତୀକ୍ଷା ଏବଂ ଦମନ ଅଭିନୀତ ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଅନେକ ତାରକା ନଜର ଆସିବେ । ତେବେ ଅନୁ ଚୌଧୁରୀ ଏହି ଫିଲ୍ମରେ ଅଭିନୟ କରିବା ସହ ସହ-ନିର୍ମାତା ସହ ଅଭିନେତ୍ରୀ ଭାବେ ବି ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ:ଆସିଲା ଓଡ଼ିଆ ଫିଲ୍ମ 'ପରବ' ଟିଜର; ଷ୍ଟାରକାଷ୍ଟଙ୍କ ଦେଖିବାକୁ ମିଳିଲା ଝଲକ

'ପରବ' କାହାଣୀ

'ପରବ'ର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଓଡ଼ିଶାର ସୀମା ବିବାଦ ଓ ସମ୍ବେଦନଶୀଳ ବିଷୟକୁ ଆଧାର କରି ନିର୍ମିତ ହୋଇଛି । ଓଡ଼ିଶାର ବିବାଦୀୟ ଘଟଣା ମହାନଦୀ ପ୍ରସଙ୍ଗ ହେଉ ଅବା କୋଟିଆ- ଆନ୍ଧ୍ର ପ୍ରସଙ୍ଗ ହେଉ ଏହି ଘଟଣାମାନକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି । ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଚିନ୍ମୟ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଏହି ଫିଲ୍ମ ମଧ୍ୟ ଦମନ ପରି ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details