ପୁରୀ:ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାମଚରଣଙ୍କ ଅଭିନୀତ ତେଲୁଗୁ ଫିଲ୍ମ 'ଗେମ୍ ଚେଞ୍ଜର'। ତେବେ ଏହି ଫିଲ୍ମର ଗୀତ 'ରା ମଚା ମଚା' ୟୁଟ୍ୟୁବରେ ରିଲିଜ ହୋଇଛି । ଏହି ଗୀତ ରିଲିଜ୍ ହେବା ପରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ସବୁଠାରୁ ବଡ଼ କଥା ହେଉଛି 'ରା ମଚା ମଚା'ଗୀତରେ ରାମଚରଣ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଂଗୀତରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି । ଓଡ଼ିଶାର ପାରମ୍ପରିକ ରଣପା ନୃତ୍ୟରେ ରାମଚରଣ ନାଚୁଥିବା ବେଳେ ସମ୍ବଲପୁରୀ ବାଜା ବଜଉଥିବାର ଦୃଶ୍ୟ ରହିଛି । ସେହିପରି ଘୁମୁରା ନୃତ୍ୟରେ ମଧ୍ୟ ରାମଚରଣ ନାଚୁଥିବା ଦୃଶ୍ୟ ରହିଛି।
'ଗେମ୍ ଚେଞ୍ଜର'ରେ ଓଡ଼ିଆ ଛୁଙ୍କ :
ତେଲୁଗୁ ଫିଲ୍ମ 'ଗେମ୍ ଚେଞ୍ଜର'ରେ ଓଡ଼ିଶାର ଏକାଧିକ ଲୋକ କଳା ସ୍ଥାନ ପାଇଛି । ରଣପା ନୃତ୍ୟଠାରୁ ଆରମ୍ଭ କରି ଘୁମୁରା ଯାଏ ସୁବୁ କିଛି ଦେଖିବାକୁ ମିଳିବ । ସବୁଠାରୁ ବଡ଼ ଗର୍ବର ବିଷୟ ଏହି 'ରା ମଚା ମଚା' ଗୀତରେ ପୁରୀର ଫେଟ୍ ଫାଇଟର୍ସ ଡାନ୍ସ ଗ୍ରୁପର ୨୫୦ କଳାକାର ରାମଚରଣଙ୍କ ସହ ନୃତ୍ୟ କରିଛନ୍ତି । ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ ଥିବା ନାୟକ ରାମଚରଣଙ୍କ ସହ ପୁରୀର ଫେଟ୍ ଫାଇଟର୍ସ ଡାନ୍ସ ଗ୍ରୁପ ନୃତ୍ୟ କରିଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ଫେଟ୍ ଫାଇଟର୍ସର ପ୍ରତିଷ୍ଠାତା ତଥା ପୁରୀର ଯୁବ କୋରିଓ ଗ୍ରାଫର ଜ୍ଞାନରଞ୍ଜନ ମହାନ୍ତି ।
ଆସୁଛି ରାମଚରଣଙ୍କ 'ଗେମ୍ ଚେଞ୍ଜର':
ଆସନ୍ତା ଡ଼ିସେମ୍ବରରେ ରାମଚରଣଙ୍କ ଅଭିନୀତ ତେଲୁଗୁ ଫିଲ୍ମ 'ଗେମ୍ ଚେଞ୍ଜର' ରିଲିଜ୍ ହେବାକୁ ଥିବାବେଳେ ଏହା ତେଲୁଗୁ ଭାଷା ସହ ହିନ୍ଦୀ, ଇଂରାଜୀ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ରିଲିଜ୍ ହେବ । ୨୦୨୧ ମସିହାରୁ ଏହି ଫିଲ୍ମର ନିର୍ମାଣ ଆରମ୍ଭ ହୋଇଥିଲା । ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶଙ୍କର ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବାବେଳେ ବଲିଉଡ଼ର ପ୍ରସିଦ୍ଧ କୋରିଓ ଗ୍ରାଫର ଗଣେଶ ଆଚାର୍ଯ୍ୟ ଗୀତ ଗୁଡ଼ିକର କୋରିଓଗ୍ରାଫି କରିଛନ୍ତି । ଏହି ଫିଲ୍ମର ଗୋଟିଏ ଗୀତ 'ରା ମାଚା ମାଚା'ରେ ପୁରୀର ଫେଟ ଫାଇଟର୍ସ ଡାନ୍ସ ଗ୍ରୁପକୁ ଗତ ୨୦୨୧ ମସିହାରେ ସୁଯୋଗ ମିଳିଥିଲା ।
'ରଣପା' ନାଚିଲେ ତେଲୁଗୁ ଷ୍ଟାର ରାମଚରଣ: