ଓଡିଶା

odisha

ETV Bharat / entertainment

'କଙ୍ଗୁୱା' ରିଲିଜ ପୂର୍ବରୁ ଏଡିଟର୍ ନିଶାଦ ୟୁସୁଫଙ୍କ ସନ୍ଦେହଜନକ ମୃତ୍ୟୁ, ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ - NISHAD YUSUF DEATH

'କଙ୍ଗୁୱା' ଏଡିଟର୍ ନିଶାଦ ୟୁସୁଫଙ୍କ ଘରୁ ତାଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିଶାଦଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

NISHAD YUSUF DEATH
NISHAD YUSUF DEATH (ETV Bharat Odisha)

By ETV Bharat Entertainment Team

Published : Oct 30, 2024, 12:47 PM IST

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ସୂରିୟା ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କଙ୍ଗୁୱା' ରିଲିଜ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । 'କଙ୍ଗୁୱା' ଚଳଚ୍ଚିତ୍ରର ଏଡିଟର୍ ନିଶାଦ ୟୁସୁଫଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଏଡିଟରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରେ ପୋଲିସ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କହିଛି ।

ଆପାର୍ଟମେଣ୍ଟରୁ ମିଳିଲା ନିଶାଦ ୟୁସୁଫଙ୍କ ମୃତଦେହ

ସୂଚନା ଅନୁସାରେ, ବୁଧବାର ସକାଳ 2 ଟାରେ କୋଚିର ପାନାମିଲି ନଗରସ୍ଥିତ ତାଙ୍କ ବାସଭବନରେ ନିଶାଦ ୟୁସୁଫଙ୍କ ମୃତଦେହ ମିଳିଛି । ନିଶାଦଙ୍କ ଦେହାନ୍ତ ବିଷୟରେ ଚଳଚ୍ଚିତ୍ର ନିର୍ମାତା ଏନଏମ ବାଦୁଶା ଏବଂ ଅଭିନେତ୍ରୀ ମଲା ପାର୍ବତୀ ସୂଚନା ଦେଇଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କହିଥିବା ବେଳେ ସେ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାହାର କାରଣ ଜଣାପଡିନାହିଁ । ତେବେ କୋଚି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ବେଳକୁ 'କଙ୍ଗୁଲା' ଏଡିଟର୍ ନିଶାଦ ୟୁସୁଫଙ୍କ 43 ବର୍ଷ ବୟସ ହୋଇଥିଲା ।

'କଙ୍ଗୁୱା' ଫିଲ୍ମର ଥିଲେ ଏଡିଟର୍

ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶିତ 'କଙ୍ଗୁୱା'ରେ ନିଶାଦ ଥିଲେ ଏଡିଟର । ଏଥିରେ ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, ପରି ଷ୍ଟାରମାନେ ନଜର ଆସିବାକୁ ଥିବା ବେଳେ ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ 3Dରେ ରିଲିଜ କରିବ । 'କଙ୍ଗୁୱା' ଫିଲ୍ମ ଆସନ୍ତା ନଭେମ୍ୱର 14ରେ ରିଲିଜ ହେବାର ଥିଲା । ହେଲେ ରିଲିଜର କିଛି ଦିନ ପୂର୍ବରୁ ନିଶାଦଙ୍କ ମୃତ୍ୟୁ ଖବର ପୁରା ଫିଲ୍ମର ଟିମକୁ ଏକ ଶକ୍ତ ଝଟକା ଦେଇଛି ।

ଏହା ମଧ୍ୟ ପଢନ୍ତୁ:'କଙ୍ଗୁୱା' ନୂଆ ରିଲିଜ ଡେଟ୍ ଆଉଟ୍; ଏହି ଦିନ ପରଦାକୁ ଆସିବ ସୂରିୟା-ବବି ଦେଓଲଙ୍କ ଫିଲ୍ମ

ଶ୍ରେଷ୍ଠ ସମ୍ପାଦକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ନିଶାଦ

ନିଶାଦ ୟୁସୁଫ ମାଲାୟାଲମ ଏବଂ ତାମିଲ ସିନେମାର ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ଏଡିଟର୍ ଥିଲେ । ସେ ଥାଲୁମାଲା, ଆଣ୍ଡା, ୱାନ୍, ସାଉଦି ଭେଲାକ୍କା ଏବଂ ଆଡିଓସ୍ ଆମିଗୋସ୍ ଭଳି ଭଲ ଚଳଚ୍ଚିତ୍ରରେ କାମ କରିଛନ୍ତି । କହିରଖୁଛୁ କି, 2022 ମସିହାରେ 'ଥଲ୍ଲୁମାଲା' ରେ କାର୍ଯ୍ୟ କରି ନିଶାଦଙ୍କୁ ଶ୍ରେଷ୍ଠ ସମ୍ପାଦକ ଭାବରେ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ସିନେ ଜଗତକୁ ଝଟ୍‌କା, ଆଉ ନାହାନ୍ତି ହାସ୍ୟ ଅଭିନେତା ଅତୁଲ ପରଚୁରେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details