ହାଇଦ୍ରାବାଦ:ମାଲାୟାଲମ ସିନେ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି । ଜଣାଶୁଣା ଅଭିନେତା ଦିଲୀପ ଶଙ୍କରଙ୍କ ଦେହାନ୍ତ ହୋଇଛି । ଗତକାଲି ଅର୍ଥାତ୍ 29 ଡିସେମ୍ବର ସକାଳେ ତାଙ୍କ ମୃତଦେହ ଥିରୁବନନ୍ତପୁରମର ଏକ ହୋଟେଲରୁ ଉଦ୍ଧାର କରାଯାଇଛି । 45 ବର୍ଷୀୟ ଅଭିନେତା, ଆମ୍ମା ଇରାଥେ, ପଞ୍ଚାଗ୍ନି ଏବଂ ସୁନ୍ଦରୀ ଭଳି ଲୋକପ୍ରିୟ ସିରିଏଲରେ ତାଙ୍କ ଭୂମିକା ପାଇଁ ଜଣାଶୁଣା, ଏକ ସିରିଏଲ ପାଇଁ ସୁଟିଂ ପାଇଁ ସହରରେ ଥିଲେ । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ଜଣାପଡିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମାଲାୟାଲମ ଅଭିନେତା ଦିଲୀପ ଶଙ୍କରଙ୍କ ଦେହାନ୍ତ
ରିପୋର୍ଟ ଅନୁସାରେ, ଅଭିନେତା ତାଙ୍କ ସିରିଏଲ 'ପଞ୍ଚାଗ୍ନି'ର ସୁଟିଂ ପାଇଁ ସମାନ ହୋଟେଲରେ ରହିଥିଲେ । ତାଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସିଲା ଯେତେବେଳେ ହୋଟେଲ କର୍ମଚାରୀମାନେ ରୁମରୁ ଦୁର୍ଗନ୍ଧ ବାହାରିଥିଲା । ଏହା ମଧ୍ୟ କୁହାଯାଉଛି ଯେ ସେ କିଛି ଦିନ ହୋଟେଲ ରୁମରୁ ବାହାରକୁ ଆସିନଥିଲେ । ତେବେ ଦିଲୀପଙ୍କ ଦେହାନ୍ତରେ ମାଲାୟାଲମ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏହି ସୂଚନା ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରୁଛନ୍ତି ।
ପୋଲିସର ଜଦନ୍ତ ଜାରି
ହୋଟେଲ କର୍ମଚାରୀ ମାନେ ରୁମରୁ ଦୁର୍ଗନ୍ଧ ବାହାରିବା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଫୋରେନସିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ମୃତଦେହ ଦୁଇ ଦିନରୁ ଅଧିକ ସମୟ କୋଠରୀରେ ପଡ଼ିରହିଥିଲା ଏବଂ ତାଙ୍କ ମୃତ୍ୟୁ ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି । ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।