ଓଡିଶା

odisha

ETV Bharat / entertainment

କ୍ରାଉନ ପିନ୍ଧି ଜନ୍ମମାଟିକୁ ଫେରିଲେ 'ମିସ୍ ଟିନ ୟୁନିଭର୍ସ' ତ୍ରିଷ୍ଣା ରାୟ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ - TRISHNA RAY IN BHUBANESWAR

'ମିସ୍ ଟିନ ୟୁନିଭର୍ସ' ଟାଇଟଲ ହାସଲ କରିବା ପରେ ବର୍ତ୍ତମାନ ଓଡ଼ିଶା ଫେରିଛନ୍ତି ତ୍ରିଷ୍ଣା ରାୟ । ଭୁବନେଶ୍ୱର ଏୟାରପୋର୍ଟରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି ।

TRISHNA RAY IN BHUBANESWAR
TRISHNA RAY IN BHUBANESWAR (ETV Bharat Odisha)

By ETV Bharat Odisha Team

Published : Nov 15, 2024, 5:22 PM IST

ଭୁବନେଶ୍ୱର:ବିଶ୍ୱସ୍ତରରେ ନିଜ ଜଲୱା ଦେଖାଇବା ପରେ ଏବେ ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଛନ୍ତି ତ୍ରିଷ୍ଣା ରାୟ । ସେ 2024 'ମିସ୍ ଟିନ ୟୁନିଭର୍ସ' ଟାଇଟଲ ଜିତି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ତେବେ ବର୍ତ୍ତମାନ ସେ ଭୁବନେଶ୍ୱର ପହଞ୍ଚିଥିବା ବେଳେ ଏୟାରପୋର୍ଟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପରିବାର ଠାରୁ ଆରମ୍ଭ କରି ସାଙ୍ଗସାଥୀ ଏବଂ ତାଙ୍କ ଫ୍ୟାନ୍ସ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି । ଏହି ସମୟରେ ତ୍ରିଷ୍ଣା ଏହି ଯାତ୍ରା କିପରି ଥିଲା ସେନେଇ ନିଜ ସଫଳତାର ଅନୁଭୂତି ବଖାଣିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନନବୀନ ପଟ୍ଟନାୟକ ମଧ୍ୟ ମୋର ଏହି ସଫଳତାରେ ମୋତେ ଶୁଭକାମନା ଜଣାଇଥିଲେ । ଯାହା ମୋ ଖୁସିକୁ ଆହୁରି ଦ୍ୱିଗୁଣିତ କରିଥିଲା ବୋଲି କହିଛନ୍ତି ତ୍ରିଷ୍ଣା ।

TRISHNA RAY IN BHUBANESWAR (ETV Bharat Odisha)

ଭୁବନେଶ୍ୱରରେ ତ୍ରିଷ୍ଣା ରାୟଙ୍କୁ ଭବ୍ୟ ସ୍ୱାଗତ

ତ୍ରିଷ୍ଣା ରାୟ ନିଜ ଯାତ୍ରାର ଅନୁଭୂତି ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଏହି ଯାତ୍ରା ମୋ ପାଇଁ ବେଶ କଷ୍ଟଦାୟକ ଥିଲା । ମୁଁ ଏକା ସେଠାକୁ ଯାଇଥିଲି । ଭିସା ସମସ୍ୟା ଯୋଗୁଁ ମୋ ସହ କେହି ଯାଇପାରିନଥିଲେ । ମୋ ପାଇଁ ଏହା ବହୁତ ଗର୍ବର କଥା ଯେ ମୁଁ ଦେଶ ଏବଂ ରାଜ୍ୟ ପାଇଁ ଏହି ଟାଇଟଲ ହାତେଇଛି ଏବଂ ମୁଁ ଭୁବନେଶ୍ୱରରେ ପହଞ୍ଚିବା ପରେ ମୋତେ ଏପରି ସ୍ୱାଗତ ଏବଂ ଭଲପାଇବା ଦେଖି ମୁଁ ବହୁତ କୃତଜ୍ଞ । ୨ ବର୍ଷ ଧରି ବେଶ ପ୍ରସ୍ତୁତି ଓ ପରିଶ୍ରମ କରି ଏହି ବିଜୟ ହାସଲ କରିଛି । ନିଜର ସ୍ବପ୍ନ ଓ ବାପା ମାଆଙ୍କ ସ୍ୱପ୍ନ ପୂରଣ ସହ ଓଡ଼ିଶା ଓ ଭାରତ ପାଇଁ ଟ୍ରଫି ଆଣିପାରିଲି ତାକୁ ନେଇ ବହୁତ ଖୁସି ।'

ନ୍ୟାସନାଲ କଷ୍ଟ୍ୟୁମରେ ଛଉ ଡ୍ୟାନ୍ସକୁ କରିଥିଲେ ପରିବେଷଣ

ନ୍ୟାସନାଲ କଷ୍ଟ୍ୟୁମ ପ୍ରତିଯୋଗିତା ଏବଂ ବିଜେତା ଘୋଷଣାକୁ ନେଇ ତ୍ରିଷ୍ଣାକହିଛନ୍ତି, ''ନ୍ୟାସନାଲ କଷ୍ଟ୍ୟୁମରେ ମୁଁ ଝାଡ଼ଖଣ୍ଡର ଛଉ ଡ୍ୟାନ୍ସକୁ ନିଜ କଷ୍ଟ୍ୟୁମରେ ପରିବେଷଣ କରିଥିଲି । ଓଡ଼ିଶାରେ ଏହା ବହୁତ ପ୍ରସିଦ୍ଧ । ତେଣୁ ମୁଁ ଚାହୁଁଥିଲି ଲୋକେ ଏହା ବିଷୟରେ ଜାଣନ୍ତୁ । ମୁଁ ଏହି ରାଉଣ୍ଡରେ ଟପ୍ 5ରେ ମଧ୍ୟ ଆସିଥିଲି । ସେତେବେଳେ ମୋତେ ଲାଗିଲା ଯେ ମୁଁ ଏହାକୁ ଭଲରେ ପରିବେଷଣ କରିଛି ।'' ବିଜେତା ଘୋଷଣାକୁ ନେଇ ସେ କହିଛନ୍ତି, ମୁଁ ଭାବିନଥିଲି ଏମିତି କିଛି ହେବ । ମୁଁ ସେହି ସମୟରେ କେବଳ ଗାୟତ୍ରୀ ମନ୍ତ୍ର ଜପ୍ କରୁଥିଲି । ତାପରେ ଯେତେବେଳେ ଇଣ୍ଡିଆ ଘୋଷଣା ପରେ ମୁଁ ବେଶ ଭାବବିହ୍ୱଳ ହୋଇଥିଲି ଏବଂ ମୋ ଆଖିରୁ ଲୁହ ଝରିଯାଇଥିଲା । କିନ୍ତୁ ମୁଁ ମୋ ପରିଶ୍ରମର ଫଳ ପାଇ ବହୁତ ଖୁସି ।''

୩୨ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଥିଲେ 'ମିସ୍‍ ଟିନ୍‍ ୟୁନିଭର୍ସ' ତାଜ୍

କହିରଖୁଛୁ କି, ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ଅନୁଷ୍ଠିତ ‘ମିସ୍‍ ଟିନ୍‍ ୟୁନିଭର୍ସ-୨୦୨୪’ ସୁନ୍ଦରୀ ପ୍ରତିଯୋଗିତାରେ ସମଗ୍ର ବିଶ୍ୱର ସୁନ୍ଦରୀମାନଙ୍କୁ ପଛରେ ପକାଇ ତ୍ରିଷ୍ଣା ବିଜେତା ହୋଇଛନ୍ତି । ୩୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ଟାଇଟଲ ହାତେଇଛନ୍ତି ୧୯ ବର୍ଷୀୟ ଓଡ଼ିଆ ଝିଅ ତ୍ରିଷ୍ଣା ରାୟ । ଦୁଇବର୍ଷ ହେବ ଦକ୍ଷିଣ ଆଫ୍ରିକାର ଏହି ପ୍ରତିଯୋଗିତାରେ ଭାବ ନେବା ପାଇଁ ତାଙ୍କୁ ସୁଯୋଗ ମିଳୁଥିବା ବେଳେ ଭିସାର ସମସ୍ୟାକୁ ନେଇ ଯାଇପାରୁନଥିଲେ । ହେଲେ ଚଳିତ ବର୍ଷ ତାଙ୍କୁ ଭିସା ମିଳିଥିବା ବେଳେ ଓଡ଼ିଆ ଝିଅ ଭାବେ କେବଳ ଓଡିଶା ପାଇଁ ନୁହେଁ ସାରା ଭାରତ ପାଇଁ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ ସେ ବିଜୟ ମୁକୁଟ ପିନ୍ଧି ଗୌରବାନିତ୍ୱ କରିଛନ୍ତି । ତେବେ ଆଗକୁ ମଧ୍ୟ ଫ୍ୟାଶନ କ୍ଷେତ୍ରରେ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି ତ୍ରିଷ୍ଣା ରାୟ ।

ଏହା ମଧ୍ୟ ପଢନ୍ତୁ:ଇତିହାସ ରଚିଲେ ଓଡିଆ ଝିିଅ ତ୍ରିଷ୍ଣା ରାୟ, ପିନ୍ଧିଲେ ମିସ୍ ଟିନ୍ ୟୁନିଭର୍ସ ତାଜ୍‌

ଇଟିବି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details