ହାଇଦ୍ରାବାଦ:ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରବଳ ବର୍ଷା ହେତୁ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ଉଭୟ ରାଜ୍ୟର ସରକାର ଲୋକଙ୍କ ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥି ସହ ଚାରିଆଡେ ଜଳମଗ୍ନ ହୋଇଥିବା ବେଳେ ଲୋକମାନେ ନିଜ ଘର ଛାଡି ସରକାରୀ ଆଶ୍ରୟସ୍ଥଳକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଦେଖାଯାଉଛି । ଏପରି ସମୟରେ ଟଲିଉଡ ତାରକାମାନେ ଉଭୟ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇଛନ୍ତି । ବର୍ତ୍ତମାନ ମେଗାଷ୍ଟାର ଚିରଞ୍ଜୀବୀ, ମହେଶ ବାବୁ, ନନ୍ଦାମୁରୀ ବାଲାକ୍ରିଷ୍ଣା ଏବଂ ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ତଥା ସାଉଥ ପାୱାର ଷ୍ଟାର ପୱନ କଲ୍ୟାଣ, ଅଲ୍ଲୁ ଅର୍ଜୁନ ଏବଂ ପ୍ରଭାସ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି ।
ଏତିକି କୋଟି ଟଙ୍କା ସହାୟତା ଦେଇଛନ୍ତି ସାଉଥ ତାରକା
ଚିରଞ୍ଜୀବୀ, ମହେଶ ବାବୁ, ନନ୍ଦାମୁରୀ ବାଲାକ୍ରିଷ୍ଣା, ପୱନ କଲ୍ୟାଣ ଏବଂ ଅଲ୍ଲୁ ଅର୍ଜୁନ ଦୁଇ ରାଜ୍ୟକୁ 50 କୋଟି ଲେଖାଏଁ ଅର୍ଥାତ୍ 1 କୋଟି ଟଙ୍କା ଦାନ କରିଥିବା ବେଳେ ସାଉଥ ସୁପରଷ୍ଟାର ପ୍ରଭାସ ଦୁଇ ରାଜ୍ୟକୁ 1 କୋଟି ଲେଖାଏଁ ଅର୍ଥାତ୍ 2 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ, କଲ୍କି 2898 AD ନିର୍ମାତା ଏବଂ ସାଉଥ ସୁପରଷ୍ଟାର Jr NTR ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିପୁଳ ପରିମାଣର ସହାୟତା ରାଶି ପ୍ରଦାନ କରିଥିଲେ ।
ସହାୟତାର ହାତ ବଢାଇଲେ ପ୍ରଭାସ- ଅଲ୍ଲୁ ଅର୍ଜୁନ
ପ୍ରଭାସ 2 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ରିଲିଫ ଉଦ୍ୟମ ପାଇଁ ପ୍ରତ୍ୟେକ ରାଜ୍ୟକୁ 1 କୋଟି ଟଙ୍କା ଦେଇଥିବାବେଳେ ଅଲ୍ଲୁ ଅର୍ଜୁନ ଦୁଇ ରାଜ୍ୟକୁ 50- 50 ଲକ୍ଷ ଲେଖାଏଁ ଟଙ୍କା ଦାନ କରିଛନ୍ତି । ଏଥିସହ ଅନ୍ୟମାନଙ୍କୁ ଆଗକୁ ବଢିବା ଏବଂ ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।
1 କୋଟି ସହାୟତା କଲେ ମହେଶ ବାବୁ