ଓଡିଶା

odisha

ETV Bharat / entertainment

ଫିଲ୍ମ ରିଲିଜ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣରେ କ୍ରିତି ସାନନ - Teri Baaton Mein Aisa Uljha Jiya

Kriti Sanon Visits Siddhivinayak Temple: ରାତି ପାହିଲେ ରିଲିଜ ହେବ କ୍ରିତି ସାନନଙ୍କ ଫିଲ୍ମ 'ତେରି ବାତୋଁ ମେ ଉଲଝ ଜିଆ' । ଏହା ପୂର୍ବରୁ ଅଭିନେତ୍ରୀ ସିଦ୍ଧିବିନାୟକଙ୍କ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

'ତେରି ବାତୋଁ ମେ ଉଲଝ ଜିଆ' ରିଲିଜ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣରେ କ୍ରିତି ସାନନ
'ତେରି ବାତୋଁ ମେ ଉଲଝ ଜିଆ' ରିଲିଜ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣରେ କ୍ରିତି ସାନନ

By ETV Bharat Odisha Team

Published : Feb 8, 2024, 1:36 PM IST

ହାଇଦ୍ରାବାଦ:ଆସନ୍ତାକାଲି (ଶୁକ୍ରବାର) ପରଦାକୁ ଆସିବ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ରୋମ-କମ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝ ଜିଆ' । ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ସମେତ ଫିଲ୍ମର ଟିମ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ଫିଲ୍ମ ରିଲିଜ ପୂର୍ବରୁ ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଇଛନ୍ତି କ୍ରିତି ସାନନ । ଆଜି ସକାଳେ ଅଭିନେତ୍ରୀ ମୁମ୍ବାଇ ସ୍ଥିତ ସିଦ୍ଧିବିନାୟକଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ସମୟରେ କ୍ରିତି ୟଲୋ ରଙ୍ଗର ସାଲୱାର ସୁଟ ସହ ପାରମ୍ପରିକ ଲୁକରେ ନଜରେ ଆସିଛନ୍ତି ।

ଅଭିନେତ୍ରୀଙ୍କ ମନ୍ଦିର ପରିଦର୍ଶନ ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କହିରଖୁଛୁ କି, ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ସାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ତେରି ବାତୋଁ ମେ ଏସା ଉଲଝ ଜିଆ'ରେ ଅମିତ ଯୋଶୀ ଏବଂ ଆରଧ୍ୟନା ଶାହା ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି ।

ଜିଓ ଷ୍ଟୁଡିଓ ଏବଂ ମାଡୋକା ଫିଲ୍ମସ୍ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି । ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ସହ ସାହିଦ-କ୍ରିତି ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମ ଲଭ ଷ୍ଟୋରୀ ଉପରେ ଆଧାରିତ ହୋଇଥିବା ବେଳେ ଭାଲେଣ୍ଟାଇନ ସପ୍ତାହରେ ରିଲିଜ ହେଉଛି ।

ଏହା ମଧ୍ୟ ପଢନ୍ତୁ:୪ ମାସ ପରେ ସରିଲା କାଜୋଲ-କ୍ରିତିଙ୍କ ଫିଲ୍ମ 'ଦୋ ପତି'ର ସୁଟିଂ, ଏହି ଦିନ ହେବ ରିଲିଜ

'ତେରି ବାତୋଁ ମେ ଏସା ଉଲଝ ଜିଆ' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ସିନେମାରେ ସାହିଦ ଆର୍ଯ୍ୟନ ନାମକ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଭୂମିକାରେ ଅଭିନୟ କରିଛନ୍ତି ଏବଂ କ୍ରିତି ସାନନ ଏକ ରୋବଟ୍ ଶିଫ୍ରା ଭୂମିକାରେ ଅଭିନୟ କରିଛନ୍ତି । ଆର୍ଯ୍ୟନ ଶିଫ୍ରାଙ୍କୁ ଭଲ ପାଉଛନ୍ତି ଏବଂ ଉଭୟ ବିବାହ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ହେଲେ ଦିନେ ସାହିଦ ଜାଣିବାକୁ ପାଆନ୍ତି ଯେ SIFRA- 'ସୁପର ଇଣ୍ଟେଲିଜେଣ୍ଟ୍ ମହିଳା ରୋବଟ୍ ଅଟୋମେସନ୍' ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅଟନ୍ତି । ଏହା ପରେ କାହାଣୀରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି ।

ABOUT THE AUTHOR

...view details