ହାଇଦ୍ରାବାଦ:କପିଲ ଶର୍ମାଙ୍କ ଫିଲ୍ମ 'କିସ କିସ କୋ ପ୍ୟାର କରୁଁ' ପ୍ରାୟ ନଅ ବର୍ଷ ପୂର୍ବେ 2015 ରେ ମୁକ୍ତିଲାଭ କରିଥିଲା। କପିଲ ଶର୍ମାଙ୍କ କମେଡି ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଲୋକଙ୍କୁ ମନକୁ ଛୁଇଁଥିଲା । ଏହା କପିଲ ଶର୍ମାଙ୍କ କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ର ଥିବା ବେଳେ ମୁଭିଟି ହିଟ୍ ହୋଇଥିଲା । ଏବେ ଖବର ଆସୁଛି ଯେ ଏହି ଚଳଚ୍ଚିତ୍ରର ଏକ ସିକ୍ୱେଲ ତିଆରି ହେବାକୁ ଯାଉଛି । ତେବେ ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା ।
କପିଲଙ୍କ ଫିଲ୍ମର ସିକ୍ୱେଲ
ବର୍ତ୍ତମାନ 9 ବର୍ଷ ପରେ ଖବର ଆସୁଛି ଯେ ଅଭିନେତା ନିର୍ମାତା ରତନ ଜୈନ ଏବଂ ଅବ୍ବାସ ମସ୍ତାନଙ୍କ ସହ ଫିଲ୍ମର ଦ୍ୱିତୀୟ ଭାଗ ଆଣିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମ ଉପରେ ଆଲୋଚନା ଚାଲିଛି ଏବଂ ପରଦାକୁ ପୁଣି ଫେରିବାକୁ କପିଲ ଉତ୍ସାହିତ ଅଛନ୍ତି। ତେବେ କାହାଣୀ କ’ଣ ହେବ ଏବଂ ଫିଲ୍ମ କେବେ ରିଲିଜ୍ ହେବ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଯଦି ଏହି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଏହା ନିଶ୍ଚିତ ଯେ ଏହି ଚଳଚ୍ଚିତ୍ରର ଏକ ସିକ୍ୱେଲ ତିଆରି ହେବାକୁ ଯାଉଛି ।
କେବେ ସୁଟିଂ ଆରମ୍ଭ ହେବ ?
ନିର୍ମାତା ରତନ ଜୈନ ଏବଂ ଅବ୍ବାସ ମସ୍ତାନ ପୁନର୍ବାର 'କିସ୍ କିସ କୋ ପ୍ୟାର କରୁଁ ୨' ମାଧ୍ୟମରେ ଏକାଠି ହେବାକୁ ଯାଉଛନ୍ତି। ଅନୁକଲ୍ପ ଗୋସ୍ୱାମୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିକ୍ୱେଲରେ କପିଲ ଶର୍ମା ପୁଣିଥରେ ତାଙ୍କ କମେଡି ମାଧ୍ୟମରେ ସମସ୍ତଙ୍କୁ ହସାଉଥିବା ଦେଖିବାକୁ ମିଳିବ । ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ପ୍ରସ୍ତୁତ ଥିବା ବେଳେ ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ। ପୁଣି କମେଡି ତଡକା ଲଗାଇବାକୁ କପିଲ ଶର୍ମା ବହୁତ ଖୁସି ଏବଂ ଉତ୍ସାହିତ ଥିବା ବେଳେ ସେ ଏହାର ସ୍କ୍ରିପ୍ଟକୁ ବହୁତ ପସନ୍ଦ କରିଛନ୍ତି । ଫିଲ୍ମର କାଷ୍ଟିଂ କାମ ଏବେବି ଜାରି ରହିଛି ।